Telangana: ତେଲେଙ୍ଗାନରେ ପ୍ରିନ୍ସପାଲ୍‌ଙ୍କୁ ହତ୍ୟା: ୨ ଦଶମ ଛାତ୍ର ଅଟକ ୨୭ ଥର ଛୁରୀ ଭୁସିଥିଲେ, ୨.୨ଲକ୍ଷ ଲୁଟ୍‌ କରିଥିଲେ

Aug 19, 2026 - 22:06
Telangana:  ତେଲେଙ୍ଗାନରେ ପ୍ରିନ୍ସପାଲ୍‌ଙ୍କୁ ହତ୍ୟା: ୨ ଦଶମ ଛାତ୍ର ଅଟକ ୨୭ ଥର ଛୁରୀ ଭୁସିଥିଲେ, ୨.୨ଲକ୍ଷ ଲୁଟ୍‌ କରିଥିଲେ

"ନୂଆଦିଲ୍ଲୀ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ୨ ଜଣ ଦଶମ ଶ୍ରେଣୀ ଛାତ୍ର ସେମାନଙ୍କ ସ୍କୁଲ୍‌ର ନିର୍ଦ୍ଦେଶକ ଓ ପ୍ରିନ୍ସପାଲଙ୍କୁ ହତ୍ୟା କରିଥିବା ଅଭିଯୋଗ‌ରେ ଅଟକ ରହିଛନ୍ତି।

ଅଗଷ୍ଟ ୧୨ ତାରିଖରେ କୋଣ୍ଡାମଲ୍ଲେପଲ୍ଲି ମଣ୍ଡଳର ନାଗାର୍ଜୁନ ପବ୍ଲିକ୍‌ ସ୍କୁଲ୍‌ ପ୍ରିନ୍ସପାଲ ଓ ନିର୍ଦ୍ଦେଶକ କେ ରୁପା ରେଡ୍ଡୀଙ୍କର ତାଙ୍କ ବାସଭବନରେ ମୃତ୍ୟୁ ହୋଇଥିଲା।

ତାଙ୍କ ଶରୀରରେ ୨୭ଟି ଛୁରାମାଡ଼ ହୋଇଥିଲା।

ପୁଲିସ ଅନୁଯାୟୀ ଛାତ୍ରମାନେ ରୂପା‌ ରେଡ୍ଡୀଙ୍କୁ ଟଙ୍କା ପାଇଁ ହତ୍ୟା କରିଛନ୍ତି।Advertisment ଆହୁରି ପଢନ୍ତୁ :Hockey World Cup 2026: ବିଶ୍ବକପ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ; ୧୬ ବର୍ଷ ପରେ ହୋଇଥିଲା ମୁକାବିଲା ରୂପା ରେଡ୍ଡୀ ତାଙ୍କ ସ୍ବାମୀ ରାଜେନ୍ଦର ରେଡ୍ଡୀଙ୍କ ସହ ରହନ୍ତି।

ହତ୍ୟା ସମୟରେ ରାଜେନ୍ଦର ହାଇଦ୍ରାବାଦରେ ତାଙ୍କ କାର୍ଯ୍ୟସ୍ଥଳରେ ଥିଲେ।

ଦମ୍ପତି ମଧ୍ୟ ହାଇଦ୍ରାବାଦରେ ଏକ ଘର କିଣିଥିଲେ।

ସେମାନଙ୍କ ପୁଅ ଅଭିନବ ରେଡ୍ଡୀ ଇଞ୍ଜିନିୟରିଂ ପଢ଼ୁଛନ୍ତି।

ଦମ୍ପତି ୩ ଦିନିଆ ଛୁଟି କାଟିବା ପାଇଁ ହାଇଦ୍ରାବାଦ ଯାଇଥିଲେ।

ତେବେ ରାଜେନ୍ଦ୍ର ରେଡ୍ଡୀ କାମ ପାଇଁ ହାଇଦ୍ରାବାଦରେ ଥିବାବେଳେ ଅଗଷ୍ଟ ୧୦ ତାରିଖରେ ରୂପା ରେଡ୍ଡୀ ଏକାକୀ କୋଣ୍ଡାମଲ୍ଲେପଲ୍ଲି ଫେରିଥିଲେ।

ରୂପା ରେଡ୍ଡୀ ସେଦିନ ସ୍କୁଲ୍‌ ଯାଇଥିଲେ ଏବଂ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସ୍କୁଲ୍‌ରେ ରହିଥିଲେ।

ତେବେ ଏହାର ପରଦିନ ସେ ସ୍କୁଲ୍‌ ଆସିନଥିଲେ।

ଆହୁରି ପଢନ୍ତୁ :Elephant Skeleton Found ଅନନ୍ତପୁରରୁ ହାତୀ କଙ୍କାଳ ଉଦ୍ଧାର ଘଟଣା: ୨ ଦାନ୍ତ ଜବତ, ୪ ଅଭିଯୁକ୍ତ ଗିରଫ  ରାଜେନ୍ଦ୍ର ତାଙ୍କ ସହ ଫୋନ୍‌ରେ ଯୋଗାଯୋଗ କରି ନ ପାରିବାରୁ ପୁଲିସରେ ଅଭିଯୋଗ କରିଥିଲେ।

ପୁଲିସ ଅଫିସର୍‌ ରୂପାଙ୍କ ଘର ନିକଟ‌ରେ ପହଞ୍ଚିଥିଲେ ଏବଂ ପଡ଼ୋଶୀଙ୍କ ସହ ତାଙ୍କ ଘରେ ପଶି ରୂପାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ।

ପୁଲିସ ଏହି ମାମଲାରେ ରୂପା ରେଡ୍ଡୀଙ୍କ ସ୍ବାମୀଙ୍କ ସମେତ ୫୦ରୁ ଅଧିକ ଲୋକଙ୍କୁ ଜେରା କରିଛି।

ପୁଲିସ ସିସିଟିଭି ଯାଞ୍ଚ ପରେ ଏହି ଘଟଣାରେ ଜଡ଼ିତ ସନ୍ଦିଗ୍ଧଙ୍କୁ ଅଟକ ରଖି ଜେରା କରିଥିଲା।

ଜେରା ସମୟରେ ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି।

ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଟଙ୍କା ବୋଲି ସେମାନେ କହିଛନ୍ତି।

ପୁଲିସ ଅନୁଯାୟୀ ୨ ଜଣ ମାସ୍କ ଓ ହୁଡି ପିନ୍ଧି ରୂପାଙ୍କ ଘରକୁ ଅଗଷ୍ଟ ୧୧ ତାରିଖରେ ପଶିଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ରୂପା ରେଡ୍ଡୀଙ୍କ ଘରେ ପଶି ତାଙ୍କଠାରୁ ଟଙ୍କା ଦାବି କରିଥିଲେ।

ଆହୁରି ପଢନ୍ତୁ :Vande Mataram: ବନ୍ଦେ ମାତରମ୍‌ର ପ୍ରଥମ ଦୁଇଟି ପଦ ହିଁ ଗାଇବ କଂଗ୍ରେସ ରୂପା ଏହାର ପ୍ରତିବାଦ କରିଥିଲେ।

ଏହି ସମୟରେ ଛାତ୍ରଙ୍କ ମୁହଁରୁ ମୁଖା ଖୋଲି ଯାଇଥିଲା ଏବଂ ରୂପା ଜାଣିଦେଇଥିଲେ ଯେ ସେ ତାଙ୍କ ଛାତ୍ର।

ସେ ଚିିତ୍କାର କରିବାରୁ ଉକ୍ତ ବାଳକ ଜଣକ ଏକ ଛୁରୀ ଦ୍ବାରା ତାଙ୍କ ଉପରେ ଲଗାତାର ଆକ୍ରମଣ କରିଥିଲେ।

ପୁଲିସକହିଛି, ଉକ୍ତ ଛାତ୍ର ଜଣକ ରୂପା ରେଡ୍ଡୀଙ୍କ ବାସଭବନରୁ ୨.୨୦ ଲକ୍ଷ ଟଙ୍କା ନେଇଥିଲା ଏବଂ ଘର ବାହାରେ ଅପେକ୍ଷା କରି ତାକୁ ଏହି କାମରେ ସହଯୋଗ କରିଥିବା ଅନ୍ୟ ଜଣେ ଛାତ୍ରକୁ ସେ ୪୦ ହଜାର ଟଙ୍କା ଦେଇଥିଲା।

ସେମାନେ ବିଭିନ୍ନ ସ୍ଥାନରେ ଏହି ଟଙ୍କା ଖର୍ଚ୍ଚ କରିଥିଲେ।

ପରେ ଜଣେ ଛାତ୍ରଙ୍କଠାରୁ ତଦନ୍ତକାରୀ ଦଳ ୧.୬୦ ଲକ୍ଷ ଜବତ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media