Teacher Shortage Protest ସ୍କୁଲରେ ଶିକ୍ଷକ ଅଭାବର ପ୍ରତିବାଦ, ଏଡିଇଓ ଓ ବିଇଓଙ୍କୁ ସ୍କୁଲ ଭିତରେ ତାଲାପକାଇଲେ ଛାତ୍ରଛାତ୍ରୀ
"ଭଦ୍ରକ/ ରାଣୀତାଲ: ଭଦ୍ରକର ତଲାଙ୍ଗ ହାଇସ୍କୁଲରେ ଆବଶ୍ୟକ ଶିକ୍ଷକଙ୍କ ଠାରୁ କମ ସଂଖ୍ୟକ ଶିକ୍ଷକ ଥିବାରୁ ୩ ଶହରୁ ଅଧିକ ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ନାହିଁ ନଥିବା ଅସୁବିଧା ହେଉଥିଲା।
ଆବଶ୍ୟକ ଶିକ୍ଷକ ନଥିବାରୁ ପାଠ ପଢ଼ା ଠିକଣା ସମୟରେ ଶେଷ ହୋଇପାରୁନଥିଲା।
ସମସ୍ୟା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଜିଲା ଶିକ୍ଷା ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କରି ବିଫଳ ହୋଇଥିଲେ।
ଆଜି ଧୈର୍ଯ୍ୟହରା ହୋଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି।
ଏପରିକି ସେମାନଙ୍କୁ ବୁଝାଇବାକୁ ଯାଇଥିବା ଏଡିଇଓ ଓ ବିଇଓଙ୍କୁ ମଧ୍ୟ ସ୍କୁଲ ମଧ୍ୟେରେ ଅଟକ ରଖିଛନ୍ତି।
Advertisment ସୂଚନାନୁସାରେ, ଆଜି (ସୋମବାର) ଭଦ୍ରକ ଜିଲ୍ଲାର ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ସାହୁ ଓ ଭଦ୍ରକ ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ମଲ୍ଲିକ ତଲଙ୍ଗ ହାଇସ୍କୁଲକୁ ପରିଦର୍ଶନରେ ଯାଇଥିଲେ।
ଏହି ସମୟରେ ସ୍କୁଲର ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି, "ଆମକୁ ପାଠ ପଢ଼ିବାର ଅଧିକାର ଦିଅ।
ଆମ ପାଠ ପଢା ପାଇଁ ଶିକ୍ଷକ ଦିଅ" ସ୍ଲୋଗାନ୍ ଦେଇ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ।
ସ୍କୁଲ ଭିତରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ରହିଯାଇଥିଲେ।
ଅଭିଭାବକମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ଧାରଣାରେ ଯୋଗ ଦେଇଥିଲେ।
ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।
ସ୍କୁଲ ଭିତରେ ଏହି ଦୁଇ ଅଧିକାରୀ ବହୁ ସମୟ ରହିବା ପରେ ମଧ୍ୟ ଅଭିଭାବକ ମାନେ ସେମାନଙ୍କ ଜିଦ ରେ ଅଟଳ ରହିଥିଲେ।
ପରିସ୍ଥିତି ଅଧିକ ଜଟିଳ ହେବା ପରେ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ।
ଦୁଇ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ଭିତରୁ ବାହାରକୁ ଛଡ଼ାଯାଇଥିଲା।
ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଅଭିଭାବକମାନେ ପ୍ରତିଶ୍ରୁତି ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
