Teacher Seriously Injured in School Attack: ସ୍କୁଲରେ ପଶି ଶିକ୍ଷକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ଥାନାରେ ପତ୍ନୀଙ୍କ ଏତଲା

Jun 26, 2026 - 17:22
Teacher Seriously Injured in School Attack: ସ୍କୁଲରେ ପଶି ଶିକ୍ଷକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ଥାନାରେ ପତ୍ନୀଙ୍କ ଏତଲା

ବିଦ୍ୟାଳୟରେ ପଶି ଶିକ୍ଷକଙ୍କୁ ୪ ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି । କୋଣାର୍କ ଅସ୍ତରଙ୍ଗ ସରିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଅଭିଭାବକ କମିଟି ବୈଠକ ପରେ କାର୍  ଓ ବାଇକରେ ଆସି ଆକ୍ରମଣ କରିଛନ୍ତି । କଟୁରୀ ଓ ଲୁହା ଚାପଡ଼ ଧରି ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ଆହତ ଶିକ୍ଷକଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । 

ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଛନ୍ତି ।  ଆହତ ଶିକ୍ଷକଙ୍କ ପତ୍ନୀ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣର କାରଣ ଜଣା ପଡିନାହିଁ ।

ବିଦ୍ୟାଳୟରେ ପଶି ଶିକ୍ଷକଙ୍କୁ ୪ ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ...
କୋଣାର୍କ ଅସ୍ତରଙ୍ଗ ସରିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ମରଣାନ୍ତକ ଆକ୍ରମଣ...
ଅଭିଭାବକ କମିଟି ବୈଠକ ପରେ କାର୍  ଓ ବାଇକରେ ଆସି ଆକ୍ରମଣ...
କଟୁରୀ ଓ ଲୁହା ଚାପଡ଼ ଧରି ଶିକ୍ଷକଙ୍କୁ ନିସ୍ତୁକ ମାଡ଼, ଭୁବନେଶ୍ବର ସ୍ଥାନାନ୍ତର...