Tata Sons: ଟାଟା ସନ୍ସ ବନାମ ଟାଟା ଟ୍ରଷ୍ଟ, ଲମ୍ବା ଲଢ଼େଇ ପାଇଁ ଉଭୟ ପକ୍ଷ ପ୍ରସ୍ତୁତ

Sep 21, 2026 - 20:01
Tata Sons: ଟାଟା ସନ୍ସ ବନାମ ଟାଟା ଟ୍ରଷ୍ଟ, ଲମ୍ବା ଲଢ଼େଇ ପାଇଁ ଉଭୟ ପକ୍ଷ ପ୍ରସ୍ତୁତ

"ମୁମ୍ବାଇ: ଶତାଧିକ ବର୍ଷ ପୁରୁଣା କର୍ପୋରେଟ ସାମ୍ରାଜ୍ୟ ଟାଟା ପତିଆରକୁ ନେଇ ଦୁଇ ଭାଗ ହୋଇଯାଇଛି।

ଗୋଟିଏ ପଟେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କ ନେତୃତ୍ବାଧୀନ ଟାଟାର ଟ୍ରଷ୍ଟଗୁଡ଼ିକ ରହିଛି।

ଅପର ପାର୍ଶ୍ବରେ ରହିଛି ଟାଟା ଗ୍ରୁପ୍‌କୁ ପରିଚାଳନା କରୁଥିବା ସଂସ୍ଥା ଟାଟା ସନ୍ସ।

ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଏନ୍‌ ଚନ୍ଦ୍ରଶେଖରନଙ୍କୁ ଆଉ ୫ ବର୍ଷ ନିଯୁକ୍ତି ଦେବା ପରେ ବିବାଦ ବଡ଼ ରୂପ ଦେଇଛି।

ସେହି ନିଯୁକ୍ତିକୁ ବିରୋଧ କରି ନୋଏଲ ଦେଶର ଅନ୍ୟତମ ଖ୍ୟାତନାମା ଆଇନଜୀବୀ ଅଭିଷେକ ମନୁ ସିଂଘବୀଙ୍କ ପାଖରେ ପହଞ୍ଚିଛି।

ସେହିଭଳି ଟାଟା ସନ୍ସ ମଧ୍ୟ ନିଜ ପକ୍ଷକୁ ଉପସ୍ଥାପନ କରିବା ଲାଗି ଆଇନଜୀବୀଙ୍କ ସହ ଯୋଗାଯୋଗରେ ରହିଛି।

ଆଗାମୀ ଦିନରେ ଏକ ଲମ୍ବା ଆଇନଗତ ଲଢ଼େଇ ହେବା ଆଶଙ୍କା କରାଯାଉଛି।

କାରଣ ଉଭୟ ପକ୍ଷ ଦେଶର ପ୍ରମୁଖ ଆଇନ ପରାମର୍ଶଦାତା ସଂସ୍ଥାଗୁଡ଼ିକ ସହ ଯୋଗା‌ଯୋଗରେ ରହିଛନ୍ତି।

ଟାଟା ସନ୍ସର ଆର୍ଟିକିଲ୍‌ ଅଫ୍‌ ଆସୋସିଏସନ୍‌ (ଏଓଏ)ର ବ୍ୟାଖ୍ୟା ଉପରେ ମାମଲାଟି ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଛି।

ଏଥିରେ ଟାଟା ଟ୍ରଷ୍ଟର ମନୋନୀତ ନିର୍ଦ୍ଦେଶକମାନଙ୍କୁ ଏକ ସ୍ବତନ୍ତ୍ର ଅଧିକାର ଦିଆଯାଇଛି।

ଯଦି ସେହି ଅଧିକାର ସପକ୍ଷରେ କୋର୍ଟଙ୍କ ରାୟ ଯିବ ତେବେ ନୋଏଲଙ୍କ ପକ୍ଷର ବିଜୟ ହେବ।Advertisment ଚନ୍ଦ୍ରଶେଖରନଙ୍କୁ ଆଉ ୫ ବର୍ଷ ନିଯୁକ୍ତି ଦେବାକୁ ନେଇ ବିବାଦ ଟାଟା ଗ୍ରୁପ୍‌କୁ ଟାଟା ସନ୍ସ ନାମକ ସଂସ୍ଥା ପରିଚାଳନା କରୁଛି।

ସେହି ସଂସ୍ଥାରେ ଟାଟା ପରିବାର ଅଧୀନରେ ଥିବା ଟ୍ରଷ୍ଟଗୁଡ଼ିକର ସିଂହଭାଗ ଅର୍ଥାତ ୬୬ ପ୍ରତିଶତ ଅଂଶଧନ ରହିଛି।

ସେହି ଦୃଷ୍ଟିରୁ ଟ୍ରଷ୍ଟର ମତ ସର୍ବୋପରି ହେବା କଥା।

କିନ୍ତୁ ଚନ୍ଦ୍ରଶେଖରନଙ୍କ ମାମଲାରେ ଟ୍ରଷ୍ଟର ମୁଖ୍ୟ ନୋଏଲ ନିଯୁକ୍ତିକୁ ବିରୋଧ କରିବା ସତ୍ତ୍ବେ ବୋର୍ଡ ବୈଠକରେ ୪:୧ ସଂଖ୍ୟାଗରିଷ୍ଠତା ମତରେ ଚନ୍ଦ୍ରଶେଖରନଙ୍କ ନିଯୁକ୍ତି ଅନୁମୋଦିତ ହୋଇଥିଲା।

ସେହି ନିଷ୍ପତ୍ତିକୁ ନୋଏଲ ବେଆଇନ କହୁଛନ୍ତି।

ଟାଟା ଗ୍ରୁପ୍‌ର କିଛି କମ୍ପାନି କ୍ଷତି ସହୁଥିବାରୁ ଚନ୍ଦ୍ରଶେଖରନଙ୍କ ଉପରେ ନୋଏଲ ସନ୍ତୁଷ୍ଟ ନାହାନ୍ତି।

ସେଥିପାଇଁ ସେ ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହୁନାହାନ୍ତି।

ବୋର୍ଡରେ ଟ୍ରଷ୍ଟର ଦୁଇ ଜଣ ମନୋନୀତ ନିର୍ଦ୍ଦେଶକ ଥିଲେ।

ସେମାନଙ୍କ ମତକୁ ଗୋଟିଏ ବୋଲି ଗ୍ରହଣ କରାଯାଇଥିଲା।

ତାହାକୁ ମଧ୍ୟ ନୋଏଲ ବିରୋଧ କରୁଛନ୍ତି।କ୍ଷତିରେ ଚାଲୁଥିବା ଟାଟାର କମ୍ପାନି କମ୍ପାନି କ୍ଷତି(କୋଟିରେ)ଏୟାର ଇଣ୍ଡିଆ ୨୨,୨୩୮ ଟାଟା ଡିଜିଟାଲ ୪୯୭୪ଟାଟା ଇଲେକ୍ଟ୍ରୋନିକ୍ସ ୧୬୧୧ ଆଗ୍ରାଟାସ ୧୧୦୧ଟାଟା ପ୍ରୋଜେକ୍ଟସ୍‌ ୮୯୧ ଟାଟା ପ୍ଲେ ୫୫୨ଟାଟା ରିଅଲ୍‌ଟି ଆଣ୍ଡ୍‌ ଇନ୍‌ଫ୍ରା ୪୫୬ India-New Zealand: ଭାରତ-ନ୍ୟୁଜିଲ୍ୟାଣ୍ଡ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)