Sensex: ସେନ୍ସେକ୍ସରେ ୫୬୪ ପଏଣ୍ଟ ବୃଦ୍ଧି
"ମୁମ୍ବାଇ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିବା ସହ ଭାରତୀୟ ଷ୍ଟକ୍ ବଜାରରେ ସୁଧାର ଘଟିଛି।
ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୫୬୪.୦୩ ପଏଣ୍ଟ ବୃଦ୍ଧି ପାଇ ୭୪,୮୫୮.୯୯ ପଏଣ୍ଟରେ ବନ୍ଦ ହୋଇଛି।
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୬୭.୯୦ ପଏଣ୍ଟ ବୃଦ୍ଧି ପାଇ ୨୩,୪୧୪.୩୦ ପଏଣ୍ଟରେ ବନ୍ଦ ହୋଇଛି।
ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବା ସତ୍ତ୍ବେ ଷ୍ଟକ କାରବାରରେ ସୁଧାର ଘଟିଛି।
ଏକ ବୁଝାମଣାରେ ନ ପହଞ୍ଚିଲେ ଇରାନର ଅର୍ଥନୀତି ଧରାଶାୟୀ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। Advertisment ଏକ ବୁଝାମଣାରେ ନ ପହଞ୍ଚିଲେ ଇରାନର ଅର୍ଥନୀତି ଧରାଶାୟୀ ହେବ:ଟ୍ରମ୍ପ ତେବେ ଚଳିତ ସପ୍ତାହରେ ଜାତିସଂଘର ହେବାକୁ ଥିବା ବୈଠକରେ କୂଟନୈତିକ ସ୍ତରରେ ଏହି ସଙ୍କଟର ସମାଧାନ ଲାଗି କିଛି ବାଟ ବାହାରିପାରେ ବୋଲି ଆଶା କରାଯାଉଛି। ସୋମବାର ବ୍ରେଣ୍ଟ କ୍ରୁଡ ଦର ବ୍ୟାରେଲକୁ ୧୦୧.୪୩ ଡଲାର ଓ ଆମେରିକାର ୱେଷ୍ଟ ଟେକ୍ସାସ ଇଣ୍ଟରମେଡିଆରି କ୍ରୁଡ୍ ଦର ବ୍ୟାରେଲକୁ ୯୮.୦୨ ଡଲାରକୁ ହ୍ରାସ ପାଇଛି।
ଗତ ସପ୍ତାହରେ ଅଶୋଧିତ ତୈଳ ଦର ୧୦୮ ଡଲାରକୁ ବୃଦ୍ଧି ପାଇଥିଲା।
ଷ୍ଟକ ବଜାରରେ ଅଲ୍ଟ୍ରାଟେକ୍ ସିମେଣ୍ଟ, ଏଚ୍ସିଏଲ୍ଟେକ୍, ଟାଇଟାନ୍, ସନ୍ଫାର୍ମା, ଏଚ୍ଡିଏଫ୍ସି ବ୍ୟାଙ୍କ, ଟିସିଏସ୍, ଟ୍ରେଣ୍ଟ, ଏଲ୍ଆଣ୍ଡଟି, ବିଇଏଲ୍ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚ୍ଡିଏଫ୍ସି ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ଏସ୍ବିଆଇ ସେୟାର ମୂଲ୍ୟ ବଢ଼ିଥିଲା।
India-New Zealand: ଭାରତ-ନ୍ୟୁଜିଲ୍ୟାଣ୍ଡ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
