Tarique Rahman India Visit: ବାଂଲାଦେଶର ୨ ସର୍ତ୍ତ, ହସିନାଙ୍କ ପ୍ରତ୍ୟର୍ପଣ ଦାବି
"ନୂଆଦିଲ୍ଲୀ: ବାଂଲାଦେଶ ପୁଣିଥରେ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଅନ୍ୟ ପଳାତକ ଅପରାଧୀଙ୍କ ପ୍ରତ୍ୟର୍ପଣ କଥା ଉଠାଇଛି, ଯାହା ଆସନ୍ତା ମାସରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ରହମାନଙ୍କ ନୂଆଦିଲ୍ଲୀ ଗସ୍ତକୁ ନେଇ ସନ୍ଦେହ ସୃଷ୍ଟି କରିଛି।
Advertisment ବାଂଲାଦେଶ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଏକେଏମ୍ ସାହିଦୁଲ କରିମ୍ ରବିବାର କହିଛନ୍ତି, ଦୁଇ ଦେଶର ଅଧିକାରୀ ଗତ କିଛି ସପ୍ତାହ ହେଲା ପ୍ରଧାନମନ୍ତ୍ରୀ ରହମାନଙ୍କ ଭାରତ ଗସ୍ତ ଓ ଦ୍ବିପାକ୍ଷିକ ଆଲୋଚନା ଉପରେ କଥା ଚଳାଇଛି।
କିନ୍ତୁ ଅଗଷ୍ଟ ୫ ତାରିଖରେ ଶେଖ ହସିନାଙ୍କ ମୁକ୍ତ ସାମ୍ବାଦିକ ସମ୍ମିଳନୀ ଏହି ପ୍ରକ୍ରିୟାକୁ ବିଗାଡ଼ି ଦେଇଛି।
ବାଂଲାଦେଶୀ ପ୍ରବକ୍ତା କରିମ୍ କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛୁ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅନୁକୂଳ ପରିସ୍ଥିତିର ଆବଶ୍ୟକତା ରହିଛି।
ଏଥିପାଇଁ ଆମେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଶେଖ୍ ହସିନା ଓ ଅନ୍ୟ ପଳାତକ ଅପରାଧୀଙ୍କୁ ପ୍ରତ୍ୟର୍ପଣ କରିବା ଓ ହାଦିଙ୍କ ଅଭିଯୁକ୍ତ ହତ୍ୟାକାରୀମାନଙ୍କୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଛୁ।
ଆମେ ଭାରତଠାରୁ ଉତ୍ତର ପାଇଁ ଅପେକ୍ଷା କରିଛୁ।
Bangladesh Army: ସେନାକୁ ଫେରାଇ ନେଲେ ତାରିକ ରହମାନ ସରକାର; ପୁଲିସ ବିଭାଗ ହାତକୁ ପୁଣି ଫେରିବ ଦାୟିତ୍ବ କରିମ୍ କହିଛନ୍ତି, ଢାକା ନିଜର ସାର୍ବଭୌମ ସମାନତା, ଜାତୀୟ ମର୍ଯ୍ୟାଦା, ପରସ୍ପରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ଓ ପାରସ୍ପରିକ ଲାଭ ଆଧାରରେ ପଡ଼ୋଶୀ ଦେଶ ସମେତ ଅନ୍ୟ ଦେଶମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ "ବାଂଲାଦେଶ ପ୍ରଥମ" ନୀତିକୁ ଗୁରୁତ୍ବ ଦେଉଛି।
ଭାରତ ପୂର୍ବରୁ କହିଥିଲା ଯେ, ହସିନାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ତର୍ଜମା କରୁଛି।
ହସିନାଙ୍କୁ ଅଗଷ୍ଟ ୨୦୨୪ରେ କ୍ଷମତାରୁ ବିତାଡ଼ିତ କରାଯାଇଥିଲା।
ପରେ ସେ ଭାରତ ଚାଲି ଆସିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
