Tamil Nadu:୩୫ କୋଟି ଟଙ୍କାର ପ୍ରଲୋଭନ ଦେଇ ବିଜୟ ସରକାରକୁ ଭାଙ୍ଗିବାକୁ ଷଡ଼୍ଯନ୍ତ୍ର ଅଭିଯୋଗ, ୩ ଗିରଫ
"ଚେନ୍ନାଇ: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟଙ୍କ ନେତୃତ୍ୱାଧୀନ ସରକାରକୁ ଅସ୍ଥିର କରିବା ପାଇଁ ଏକ ବଡ଼ ଷଡ଼୍ଯନ୍ତ୍ର ରଚାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ରାଜ୍ୟ ଗୁଇନ୍ଦା ବିଭାଗ ଦାବି କରିଛି ଯେ, ସରକାର ଗଠନର ଦୁଇ ମାସ ମଧ୍ୟରେ ଏହି ଚକ୍ରାନ୍ତକୁ ପଣ୍ଡ କରାଯାଇଛି।
ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ବିରୋଧୀ ଡିଏମ୍କେର କିଛି ନେତାଙ୍କ ସହ ସମ୍ଭାବ୍ୟ ସମ୍ପର୍କକୁ ନେଇ ମଧ୍ୟ ତଦନ୍ତ ଚାଲିଛି।Advertisment ଆହୁରି ପଢନ୍ତୁ :Congress: ରାଜନାଥଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ ସୂଚନା ଅନୁସାରେ, ଶାସକ ତାମିଲଗା ଭେଟ୍ରି କଝଗମ୍ (ଟିଭିକେ)ର ୧୫ ଜଣ ବିଧାୟକଙ୍କୁ ଏକାସାଙ୍ଗେ ଇସ୍ତଫା ଦେବାକୁ ପ୍ରରୋଚିତ କରି ସରକାରକୁ ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ କରିବା ଯୋଜନା ଥିଲା।
ଏହି ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଛି।
ଟିଭିକେ ବିଧାୟକ ଏନ୍ ଇଲୟରାଜା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଏକ ପରାମର୍ଶଦାତା ସଂସ୍ଥା "ଆଇପିଡିଏସ୍"ର ପ୍ରତିନିଧି ୩୫ କୋଟି ଟଙ୍କାର ପ୍ରଲୋଭନ ଦେଇଥିଲେ।
ବିଧାନସଭାରେ ବାଚସ୍ପତି ଜେସି ପ୍ରଭାକରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ଏବଂ ସରକାର ବିରୋଧରେ ମତ ଦେବା ପାଇଁ ଏହି ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି।
ଏପରିକି ଘଟଣା ବିଷୟରେ କାହାକୁ କିଛି ନ କହିବାକୁ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା।ଇଲୟରାଜାଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ଗିରଫ କରିଛି।
ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ନାମ ମଧ୍ୟ ଉଠିଛି।
କିଛି ସୂତ୍ର ଅନୁସାରେ, ଡିଏମ୍କେ ସହ ସମ୍ଭାବ୍ୟ ସମ୍ପର୍କକୁ ନେଇ ମଧ୍ୟ ତଦନ୍ତ ଚାଲିଛି।
ତେବେ ଏହି ଅଭିଯୋଗ ଉପରେ ଡିଏମ୍କେ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
ଆହୁରି ପଢନ୍ତୁ :Odisha textbook errors ଓଡ଼ିଶା ପାଠ୍ୟପୁସ୍ତକ ତ୍ରୁଟି ବିବାଦ: ଅନ୍ଲାଇନ୍ରେ ମିଳିବ ସଂଶୋଧିତ ପୁସ୍ତକ ଅନ୍ୟପକ୍ଷରେ, ଡିଏମ୍କେ ମଧ୍ୟ ପାଲଟା ଅଭିଯୋଗ କରିଛି ଯେ, ବିଜୟ ସରକାରବିରୋଧୀ ଦଳର ବିଧାୟକମାନଙ୍କୁ ନିଜ ଦଳକୁ ଆଣିବା ପାଇଁ ପ୍ରୟାସ କରୁଛି।
ଏହାକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଛି।
ଉଭୟ ପକ୍ଷ ପରସ୍ପର ବିରୋଧରେ ବିଧାୟକ କିଣାବିକାର ଅଭିଯୋଗ କରୁଥିବାବେଳେ, ପୁଲିସ ସମସ୍ତ ଦିଗକୁ ଧ୍ୟାନରେ ରଖି ତଦନ୍ତ ଜାରି ରଖିଛି।
ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଅଧିକାରୀମାନେ କହିଛନ୍ତି।
"