BJP Joining ବିଜେପିରେ ମିଶିଲେ ଭଦ୍ରକ, ଭୁବନେଶ୍ବର, ନୟାଗଡ଼, ଗଞ୍ଜାମ ଜିଲ୍ଲାର ବହୁ ନେତା
"ଭୁବନେଶ୍ୱର: ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ତାଙ୍କ ସ୍ବାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡିର ପୂର୍ବତନ ରାଜ୍ୟ ସମ୍ପାଦକ ଶଶୀ କୁମାର ସାହୁ, ଗତ ନିର୍ବାଚନରେ ସିମୁଳିଆ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ସୁବାସିନୀ ସାହୁ, ବିଜେଡିର ପୂର୍ବତନ ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ, ବାସୁଦେବପୁର ପୌରପରିଷଦର ପୂର୍ବତନ ପୌରଧ୍ୟକ୍ଷା ଅଞ୍ଜୁଲତା ମହାନ୍ତି, ବାସୁଦେବପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ପ୍ରଭାତୀ ମଣ୍ଡଳ ପ୍ରମୁଖ ଆଜି ସେମାନଙ୍କର ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।
ଭଦ୍ରକ ଜିଲ୍ଲା ବିଜେଡିରେ ଏକଦା ଟାଣୁଆ ନେତା ଥିବା ଏହି ନେତାମାନେ ବିଜେପିରେ ମିଶିବା ପରେ ଭଦ୍ରକରେ ବିଜେଡି ଗଡ଼ ଏକପ୍ରକାରର ଭୁଶୁଡ଼ିଯାଇଛି।Advertisment ଆଜି (ବୁଧବାର) ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତଙ୍କୁ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ।
ସେହିପରି ଚାନ୍ଦବାଲି ନିର୍ବାଚନମଣ୍ଡଳୀର ପ୍ରତାପ ଚନ୍ଦ୍ର ବେହେରା, ଅଲେଖ ଚନ୍ଦ୍ର ବଳ, ଆଲୋକ ବଳ, ଅଭିମନ୍ୟୁ ବଳ, ଉତ୍ତମ କୁମାର ବଳ, ସବୀନ ନାୟକଙ୍କ ସମେତ ବାସୁଦେବପୁର, ତିହିଡି, ଧାମନଗର, ବ୍ଲକର ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।
ଏହାସହ ଆଜି ଭୁବନେଶ୍ୱର ଜିଲ୍ଲା ବିଜେଡିର ପୂର୍ବତନ ମହିଳା ସାଧାରଣ ସମ୍ପାଦିକା ରୁବିନା ପରିଡ଼ା, ପୂର୍ବତନ କର୍ପୋରେଟର ନିର୍ମଳ ରାଉତ, ସମାଜସେବୀ ପ୍ରଦୀପ୍ତ ପରିଡ଼ା, ରମେଶ ଚନ୍ଦ୍ର ବିହାରୀ, ଚନ୍ଦ୍ରଜିତ ରାଉତରାୟ, ତପସ୍ୱିନୀ ମହାନ୍ତି, ସଚଳା ପରିଡ଼ା, ମଞ୍ଜୁ ସ୍ୱାଇଁ, ସରସ୍ୱତୀ ପରିଡ଼ା, ମିନତୀ ଦାସ, ପ୍ରତିମା ପାତ୍ର, ସଞ୍ଜୁକ୍ତା ସ୍ୱାଇଁ, ସ୍ୱାତୀ ଖିଲାର, ପ୍ରିୟଦର୍ଶନୀ ପରିଡ଼ା, ଜି.ଶ୍ରୀନିବାସ, ସମାଜସେବୀ ଲିପିସା ମହାନ୍ତି ପ୍ରମୁଖ ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି।
ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ନିର୍ବାଚନମଣ୍ଡଳ ଭାପୁର ବ୍ଲକର ରାକମା ପଞ୍ଚାୟତ ସମିତି ସଭ୍ୟ ବାଳଗୋପାଳ ଷଡ଼ଙ୍ଗୀ, ସମିତି ସଭ୍ୟ ତପନ ମହାପାତ୍ର, ଅଖିଳ ସେଠ, ପବିତ୍ର ଶୁକ୍ଳ, ବିଭୂତି ଜେନା, ସୁବାସ ଜେନା, ଛାତ୍ରନେତା ସଂଗ୍ରାମ କେଶରୀ ସାହୁ ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ସଦସ୍ୟା ସୋନମ ପୋଲାଇ, ବରିଷ୍ଠ ନେତା ଶ୍ରୀକାନ୍ତ ସ୍ୱାଇଁ, କୁବେର ପୋଲାଇ, ସରପଞ୍ଚ ଝୁଇଁକଲ ତରାଇ, ବିନୋଦିନୀ ପରିଡ଼ା, ଝୁନୁ ବେହେରା, ସୁଧାକର ଗୌଡ଼, ହିନ ଖୁଣ୍ଟିଆ, ସମିତି ସଭ୍ୟା ଅହଲ୍ୟା ଦଳାଇ, ଯୁବ ନେତା ବିମଳ ପରିଡ଼ା, ଡାକ୍ତର ତରାଇ ପ୍ରମୁଖ ଶତାଧିକ ବିଜେଡି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।
ଏହି ସମସ୍ତ ନେତାଙ୍କୁ ବିଜେପି ପକ୍ଷରୁ ଆନୁଷ୍ଠାନିକ ଭାବେ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରାଯାଇଥିଲା।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତଙ୍କୁ ସ୍ବାଗତ କରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ନେଇ ପ୍ରୟାସ ଜାରି ରଖିଛନ୍ତି।
ଏଥିରେ ଆମ ସମସ୍ତଙ୍କୁ ସହଯୋଗ କରିବାକୁ ପଡ଼ିବ।
ଏହି ମିଶ୍ରଣ ପର୍ବରେ ସାଂସଦ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ସରୋଜ ସେଠୀ, ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢୀ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଭୁବନେଶ୍ବର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।"