Taapsee Pannu: ଷ୍ଟାଣ୍ଡ ଅପ୍ କମେଡିଆନ୍ ବନିଥିଲେ ତାପସୀ ପନ୍ନୁ
"ମୁମ୍ବାଇ: ବଲିଉଡର ଜଣାଶୁଣା ନାୟିକାତାପସୀ ପନ୍ନୁ ନିଜର ଅଭିନୟ ଯାତ୍ରା ଜାରି ରଖିଛନ୍ତି।
ସେ ଏବେ ୩୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।
ସେ ଏହି ସମୟ ଭିତରେ ୩୦ରୁ ଅଧିକ ହିନ୍ଦୀ,ତାଲିମ ଓ ତେଲୁଗୁ ସିନେମାରେ କାମ କରି ସାରିଛନ୍ତି।
ମଡେଲିଂରେ ଏକ ସଂକ୍ଷିପ୍ତ କ୍ୟାରିଅର ପରେ, ତାପସୀ ୨୦୧୦ ତେଲୁଗୁ ଚଳଚ୍ଚିତ୍ର ଝୁମ୍ମାଣ୍ଡି ନାଦମ୍ ସହିତ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ଏବଂ ୨୦୧୧ ତାମିଲ ଚଳଚ୍ଚିତ୍ର ଆଦୁକାଲମ୍ ରେ ଅଭିନୟ କରିଥିଲେ।
ସେ ଡେଭିଡ୍ ଧାୱନଙ୍କ କମେଡି ଚଳଚ୍ଚିତ୍ର ଚଷମେ ବଦ୍ଦୁର (୨୦୧୩) ସହିତ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ।
ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅନେକ ପ୍ରମୁଖ ଭୂମିକା ପରେ, ପନ୍ନୁ ସ୍ପାଏ ଥ୍ରୀଲର ଚଳଚ୍ଚିତ୍ର ବେବି (୨୦୧୫) ଏବଂ କୋର୍ଟରୁମ୍ ନାଟକ ପିଙ୍କ୍ (୨୦୧୬) ରେ ତାଙ୍କର ଅଭିନୟ ସହିତ ହିନ୍ଦୀ ସିନେମାରେ ବ୍ୟାପକ ପରିଚିତି ହାସଲ କରିଥିଲେ।
ଏହାପରେ ତାଙ୍କୁ ନିୟମିତ ଭାବେ ବଡ଼ ପରଦାରେ ଦେଖିବାକୁ ମିଳୁଛି।Advertisment ହାସ୍ୟରସ ପରିବେଷଣ କରିବାକୁ ପଡ଼ିଥିଲା ତାପସୀ କମେଡି ଫିଲ୍ମରେ ତ ଅଭିନୟ କରିଛନ୍ତି, ହେଲେ ଆପଣ ଜାଣନ୍ତି କି ସେ ଷ୍ଟାଣ୍ଡ ଅପ୍ କମେଡିଆନ୍ ବି ବନିଥିଲେ।
କପିଲ ଶର୍ମା,ବୀର ଦାସ ଓ ସୁନୀଲ ଗ୍ରୋଭରଙ୍କ ଭଳି ନାମୀ କମେଡିଆନ୍ କମେଡି ସୋ" କରିବା ପରେ ଫିଲ୍ମରେ ସୁଯୋଗ ପାଇଥିଲେ।
ହେଲେ ବଲିଉଡର ଜଣାଶୁଣା ନାୟିକା ତାପସୀ କେତୋଟି ଫିଲ୍ମରେ ଅଭିନୟ କରିବା ପରେ ଷ୍ଟାଣ୍ଡ ଅପ୍ କମେଡିଆନ୍ ହୋଇଥିଲେ।
ତାଙ୍କୁ ଏହି ସୋ"ରେ ୨୦୦ ଜଣ ଦର୍ଶକଙ୍କ ସାମ୍ନାରେ ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ହାସ୍ୟରସ ପରିବେଷଣ କରିବାକୁ ପଡ଼ିଥିଲା।
ସେ ଏଥିପାଇଁ ତିନି ଦିନ ଧରି ପ୍ରସ୍ତୁତି ଚଳାଇଥିଲେ।
ଏହି ସୋ"ରେ ଅଭିନେତା ଭିକି କୌଶଲ,ଈଶାନ୍ ଖଟ୍ଟର ଓ ଜାହ୍ନବୀ କପୁର ମଧ୍ୟ ଉପସ୍ଥିତ ଥିଲେ।
Forest Fire: ବ୍ୟାପୁଛି ଜଙ୍ଗଲ ନିଆଁ: କାନାଡାରେ ୨୦ ହଜାରରୁ ଅଧିକ ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
