T20 embarrassment: ଟ୍ବେଣ୍ଟି-୨୦ ଲଜ୍ଜା ଭୁଲି ନୂଆ ଆରମ୍ଭ କରିବ ଭାରତ
ବର୍ମିହାମ୍: ବର୍ମିଂହାମ୍ର ଏଜବାଷ୍ଟନ୍ରେ ମଙ୍ଗଳବାର ଖେଳାଯିବ ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ। ଏହି ତିନିି ମ୍ୟାଚ୍ ଶୃଙ୍ଖଳା ପାଇଁ ଦଳକୁ ଫେରିଛନ୍ତି ଦୁଇ ତାରକା ବ୍ୟାଟର୍ ରୋହିତ ଶର୍ମା ଓ ବିରାଟ କୋହଲି। ଉଭୟ କିଂବଦନ୍ତି ଖେଳାଳିଙ୍କ ସମେତ ଅଭିଜ୍ଞ ବ୍ୟାଟର୍ ଶୁବମନ ଗିଲ୍, କେଏଲ୍ ରାହୁଲ ଓ ଦ୍ରୁତ ବୋଲର୍ ଯସପ୍ରୀତ୍ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଦଳ ଟ୍ବଣ୍ଟି-୨୦ ଶୃଙ୍ଖଳାର ଲଜ୍ଜାଜନକ ପ୍ରଦର୍ଶନକୁ ଭୁଲି ପୁଣିଥରେ ବିଜୟ ପଥକୁ ଫେରିବା ଆଶା କରାଯାଉଛି।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ
ଭାରତ ଚଳିତ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ବିଜୟ ଶୂନ୍ୟ ରହିଛି। ଉଭୟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତୀୟ ଦଳ ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ସବୁକ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଭାରତୀୟ ବ୍ୟାଟର୍ମାନେ ଏହି ବିଦେଶୀ ପିଚ୍ଗୁଡ଼ିକରେ ନିଜକୁ ଭଲଭାବରେ ଖାପ ଖୁଆଇପାରି ନଥିଲେ। ଏପରିକି ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ତାରକା ବ୍ୟାଟର୍ମାନେ ଇଂଲଣ୍ଡର ବୋଲିଂ ବାହିନୀ ଆଗରେ ଅନଭିଜ୍ଞ ଓ ନିଷ୍ପ୍ରଭ ସାବ୍ୟସ୍ତ ହୋଇଥିଲେ। କିନ୍ତୁ ବରିଷ୍ଠ ବ୍ୟାଟରମାନଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ବ୍ୟାଟିଂରେ ପୂର୍ବର ଗଭୀରତା ଫେରିବା ଆଶା କରାଯାଉଛି। କିନ୍ତୁ ସେମାନଙ୍କ ସାମ୍ନାରେ ଆହ୍ବାନ ସୃଷ୍ଟି କରିବେ ଜୋଫ୍ରା ଆର୍ଚର, ଜୋସ୍ ଟଙ୍ଗ୍ ଓ ଗସ୍ ଆଟକିନ୍ସନଙ୍କୁ ନେଇ ଗଠିତ ଇଂରେଜ ପେସ୍ବାହିନୀ।
ଅନ୍ୟପକ୍ଷରେ ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ବୋଲିଂ ବିଭାଗ ଶକ୍ତିଶାଳୀ ହେବା ଆଶା କରାଯାଉଛି। ଆଫଗାନିସ୍ତାନ ପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଗୁରନୂର ବ୍ରାର୍ ଇଂଲଣ୍ଡରେ ବି ପ୍ରଭାବୀ ବୋଲିଂ କରିବେ ବୋଲିଂ ଆଶା କରାଯାଉଛି। ବୁମ୍ରା ଓ ବ୍ରାରଙ୍କ ସମେତ ଅର୍ଶଦୀପ ସିଂହ ଓ ପ୍ରିନ୍ସ ଯାଦବ ଭାରତର ଦ୍ରୁତ ବୋଲିଂ ବିଭାଗ ସମ୍ଭାଳିବେ। ତେବେ ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଶିବମ୍ ଦୁବେ ଚତୁର୍ଥ ବୋଲର୍ ଦାୟିତ୍ବ ନିର୍ବାହ କରିପାରନ୍ତି। ସେହିପରି କୁଳଦୀପ ଯାଦବ ଓ ଅକ୍ଷର ପଟେଲ୍ ସ୍ପିନ୍ ଦାୟିତ୍ବ ସମ୍ଭାଳିବେ। ଅନ୍ୟପକ୍ଷରେ ଇଂଲଣ୍ଡ ଦଳକୁ ଜୋ ରୁଟ୍ଙ୍କ ପ୍ରତ୍ୟାବର୍ତ୍ତନ ସେମାନଙ୍କ ବ୍ୟାଟିଂକୁ ଆହୁରି ସନ୍ତୁଳିତ କରିବ। ହ୍ୟାରି ବ୍ରୁକ୍, ଜାକବ ବେଥେଲ୍, ଜୋସ୍ ବଟଲର ଓ ବେନ ଡକେଟ୍ଙ୍କୁ ନେଇ ଗଠିତ ଇଂରେଜ ବ୍ୟାଟିଂ ବାହିନୀ ଭାରତୀୟ ବୋଲରଙ୍କ ପାଇଁ ମୁଖ୍ୟ ପରୀକ୍ଷା ସାବ୍ୟସ୍ତ ହେବ। ଭାରତକୁ ଇଂଲଣ୍ଡ ସହଜରେ ଯେ ବାଟ ଛାଡ଼ିବନି ଏକଥା ବି ସ୍ପଷ୍ଟ।
Horoscope 2026 July 14: ଜାଣନ୍ତୁ ଆଜିର ରାଶିଫଳ
ସମ୍ଭାବ୍ୟ ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେ.ଏଲ୍. ରାହୁଲ୍ (ୱିକେଟକିପର୍), ଇଶାନ କିଶନ (ୱିକେଟକିପର୍), ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶିବମ ଦୁବେ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ, ଗୁରନୂର ବ୍ରାର ଓ ପ୍ରିନ୍ସ ଯାଦବ।
ଇଂଲଣ୍ଡ ଦଳ: ଜାକବ ବେଥେଲ, ବେନ୍ ଡକେଟ, ଜୋ ରୁଟ୍, ହ୍ୟାରି ବ୍ରୁକ (ଅଧିନାୟକ), ଜୋସ୍ ବଟଲର (ୱିକେଟ୍ରକ୍ଷକ), ସାମ କରନ, ୱିଲ ଜ୍ୟାକ୍ସ, ଜୋଫ୍ରା ଆର୍ଚର, ଲିଆମ ଡସନ, ଜୋସ୍ ଟଙ୍ଗ, ଆଦିଲ ରସିଦ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।