Systematic Withdrawal Plan: ‘ବ୍ୟବସ୍ଥିତ ଉଠାଣ ଯୋଜନା’ ମଞ୍ଜୁର: କିସ୍ତିରେ ଉଠାଇବା ସୁବିଧା, ସର୍ବନିମ୍ନ ବାଲାନ୍ସ ୧୦%କୁ ହ୍ରାସ

Nov 20, 2026 - 03:32
Systematic Withdrawal Plan: ‘ବ୍ୟବସ୍ଥିତ ଉଠାଣ ଯୋଜନା’ ମଞ୍ଜୁର: କିସ୍ତିରେ ଉଠାଇବା ସୁବିଧା, ସର୍ବନିମ୍ନ ବାଲାନ୍ସ ୧୦%କୁ ହ୍ରାସ

ନୂଆଦିଲ୍ଲୀ: ଚାକିରିରୁ ଅବସର ପରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟମାନଙ୍କୁ ପିଏଫ୍‌ ଖାତାରେ ଥିବା ସବୁ ଟଙ୍କା ଏକାଥରେ ଆଉ ଉଠାଇବାକୁ ପଡ଼ିବ ନାହିଁ। ‌ନିଜ ଆବଶ୍ୟକତା ଅନୁସାରେ ଖାତାରୁ ଟଙ୍କା ଉଠାଇବେ ଓ ଅବଶିଷ୍ଟ ଟଙ୍କା ଉପରେ ସୁଧ ପାଇପାରିବେ।

ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ‌ବୋର୍ଡ (ସିବିଟି)ବୈଠକରେ ଏହି ଯୋଜନାକୁ ମଞ୍ଜୁର କରାଯାଇଛି।

Advertisment Trilateral Meeting: ପରମାଣୁ ଅସ୍ତ୍ର ନିୟନ୍ତ୍ରଣଠାରୁ ଇରାନ୍‌ ଓ ୟୁକ୍ରେନ୍‌ ଯୁଦ୍ଧ ପର୍ଯ୍ୟନ୍ତ ଆଲୋଚନା; ବିଶ୍ୱ ଶାନ୍ତି ରକ୍ଷା ଉପରେ ଗୁରୁତ୍ୱ ଅବସର ପରେ ଏକାଥରେ ସବୁ ଇପିଏଫ୍‌ ଟଙ୍କା ଉଠାଇବାକୁ ପଡ଼ିବନି ସର୍ବନିମ୍ନ ବାଲାନ୍ସ ୧୦%କୁ ହ୍ରାସ ଏଣିକି ଇପିଏଫ୍‌ଓ ସଦସ୍ୟମାନେ ଚାକିରିରୁ ଅବସର ପରେ ପିଏଫ୍‌ ଟଙ୍କାକୁ ନିଜ ସୁବିଧା ଅନୁସାରେ ମାସିକ, ତ୍ରୈମାସିକ କିମ୍ବା ଅର୍ଦ୍ଧବାର୍ଷିକ ଭିତ୍ତିରେ ଉଠାଇପାରିବେ।

ବଳକା ଟଙ୍କା ଉପରେ ମଧ୍ୟ ସେମାନେ ଆୟ କରିପାରିବେ।

ଯେଉଁ ସଦସ୍ୟ ଚାହିଁବେ ସେମାନେ ଏକାଥରେ ସବୁ ଟଙ୍କା ଉଠାଇପାରିବେ।

ଉଠାଣ ଅବଧି ସମୟରେ ସଦସ୍ୟଙ୍କ ଦେହାନ୍ତ ଘଟିଲେ, ନୋମିନି କିମ୍ବା ପରିବାର ଅବଶିଷ୍ଟ ଟଙ୍କା ଉଠାଇପାରିବେ।

ବୈଠକରେ ପିଏଫ୍‌ ଖାତାର ସର୍ବନିମ୍ନ ବାଲାନ୍ସ ରାଶିକୁ ୨୫%ରୁ ହ୍ରାସ କରି ୧୦% କରାଯାଇଛି ଓ ଚୂଡ଼ାନ୍ତ ପିଏଫ୍‌ ଟଙ୍କା ଉଠାଣର ପ୍ରତୀକ୍ଷା ସମୟକୁ ୧୨ ମାସରୁ କମାଇ ୨ ମାସକୁ ହ୍ରାସ କରିବା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

Shooting: ଆମେରିକାରେ ଭୁଲବଶତଃ ହାଇଦ୍ରାବାଦ ଯୁବକ ନିଜ ଭାଇ ଉପରକୁ ଗୁଳି କଲା ଫଳରେ ସଦସ୍ୟମାନେ ସନ୍ତାନଙ୍କ ବିବାହ, ପାଠପଢ଼ା ଆଦି ପାଇଁ ଖାତାରୁ ଅଧିକ ପାଣ୍ଠି ଉଠାଇପାରିବେ।

ବୈଠକରେ ଇପିଏଫ୍‌ ର ନିବେଶ ସମ୍ପର୍କିତ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି।

ଏକ ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷରେ ଆସୁଥିବା ନୂଆ ପାଣ୍ଠିର ୩% ପର୍ଯ୍ୟନ୍ତ ରାଶିକୁ ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ୍‌)ରେ ନିବେଶ କରିବାକୁ ଅନୁମତି ପ୍ରଦାନ କରାଯାଇଛି।

ତେବେ କେବଳ ସରକାର ସମର୍ଥିତ ସଂସ୍ଥାରେ ସେହି ନିବେଶ କରାଯାଇପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)