Swargadwara: ସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା: ଶବଯାତ୍ରାରେ ସଂକୀର୍ତ୍ତନ କରୁଥିଲେ, ଶବ ହୋଇଗଲେ
"ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଆଜି ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରୁଥିବା ଜଣେ ବ୍ୟକ୍ତିଙ୍କର ହୃଦ୍ଘାତରେ ଜୀବନ ଚାଲିଯାଇଛି।
ମୃତକ ହେଲେ ପୁରୀର ପ୍ରଭାତ ସାହୁ।
ସୂଚନା ଅନୁସାରେ, ଆଜି ସକାଳେ ପୁରୀ ଗଜପତି ନଗର ଅଞ୍ଚଳର ବସନ୍ତ କୁମାର ଦାସଙ୍କ ପରଲୋକ ହୋଇଥିଲା।
ପରିବାର ଲୋକେ ତାଙ୍କ ଶବକୁ ହରିବୋଲ ହୁଳହୁଳି ଓ ସଂକୀର୍ତ୍ତନ ସହ ଘରଠାରୁ ସ୍ୱର୍ଗଦ୍ୱାରକୁ ଶବଦାହ ପାଇଁ ଆଣିଥିଲେ।
ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟ ଭାବେ ପ୍ରଭାତ ସାହୁ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
ଶବ ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ଦାହ ପୂର୍ବରୁ ସମସ୍ତେ ପ୍ରତୀକ୍ଷାଳୟରେ ବସିଥିଲେ।
Advertisment Real identity: କଥାଟିଏ-ଯାଯାବର: ଅସଲ ପରିଚୟ ସେହି ସମୟରେ ହଠାତ୍ ପ୍ରଭାତ ସାହୁ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ଟଳି ପଡିଥିଲେ।
ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହୃଦ୍ଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।
ଗୋଟିଏ ଶବ ଦାହ ହେବା ପୂର୍ବରୁ ଆଉ ଜଣେ ଶବ ହୋଇଯିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।
ପ୍ରଭାତ ସାହୁ ଜଣେ ସରଳ ଓ ଧାର୍ମିକ ପ୍ରକୃତିର ବ୍ୟକ୍ତି ଥିଲେ ଏବଂ ଦୀର୍ଘ ଦିନ ଧରି ସଂକୀର୍ତ୍ତନ ମଣ୍ଡଳୀ ସହ ଜଡ଼ିତ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଏହି ଘଟଣା ପରେ ସ୍ୱର୍ଗଦ୍ୱାରରେ କିଛି ସମୟ ପାଇଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍ ସହାୟତା ଗ୍ରହଣ କରିବ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
