Suspected food poisoning ମୟୂରଭଞ୍ଜରେ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ: ଭୋଜି ଖାଇବା ପରେ ଅସୁସ୍ଥ, ବିଷାକ୍ତ ଖାଦ୍ୟ ଆଶଙ୍କା

Oct 11, 2026 - 20:12
Suspected food poisoning ମୟୂରଭଞ୍ଜରେ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ: ଭୋଜି ଖାଇବା ପରେ ଅସୁସ୍ଥ, ବିଷାକ୍ତ ଖାଦ୍ୟ ଆଶଙ୍କା

"ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ବିଷାକ୍ତ ଖାଦ୍ୟ ଖାଇ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ନିକଟ ଜାଟିପାଣି ଗ୍ରାମରେ ଦମ୍ପତିଙ୍କ ମୃତ୍ୟୂ ଘଟିଛି।

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ବିଷାକ୍ତ ଖାଦ୍ୟ ନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

Advertisment ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର, ସମ୍ପର୍କୀୟ ମୃତ; ବିଷାକ୍ତ ଖାଦ୍ୟ ପ୍ରଭାବ ସୂଚନା ଅନୁଯାୟୀ, ବିଶୋଇ ଥାନା ଅନ୍ତର୍ଗତ ଚତ୍ରୀସାହି ଗ୍ରାମର ଭଞ୍ଜ ସିର୍କା (୨୪) ଏବଂ ତାଙ୍କ ପତ୍ନୀ ବିରାଙ୍ଗ ନାଏକ (୨୮) ଏକ ଦଶାହ କର୍ମରେ ଯୋଗଦେବା ପାଇଁ ବିଶୋଇ ଥାନା ଅନ୍ତର୍ଗତ ଜାଟୀପାଣି ଗ୍ରାମକୁ ଯାଇଥିଲେ ।

ଶୁକ୍ରବାର ଦିନ ଦଶାହ କର୍ମରେ ଭୋଜି ଖାଇବା ପରେ ଉଭୟ ଶୋଇପଡ଼ିଥିଲେ।

ରାତି ପ୍ରାୟ ୩ଟା ସମୟରେ ଉଭୟଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

ସମ୍ପର୍କୀୟମାନେ ସେମାନଙ୍କୁ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସେଠାରେ ଭଞ୍ଜ ସିର୍କାଙ୍କ ମୃତ୍ୟୁ ଘଟିଥିଲା।

ତାଙ୍କ ମୃତଦେହର ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଯାଇଥିଲା।

ଅନ୍ୟପକ୍ଷରେ, ବିରାଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

Gujarat: ଫିକା ପଡ଼ିଲା ବିବାହ ଉତ୍ସବ: ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ ଆଜି କରଞ୍ଜିଆ ଡାକ୍ତରଖାନାରେ ଭଞ୍ଜ ସିର୍କାଙ୍କ ମୃତଦେହର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ସେହିପରି ରାଇରଙ୍ଗପୁର ପୁଲିସ ବିରାଙ୍ଗ ନାଏକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ଗୋଟିଏ ଦିନରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ମାତ୍ର ଚାରି ବର୍ଷ ଓ ଦୁଇ ବର୍ଷ ବୟସର ଦୁଇ ଶିଶୁକନ୍ୟା ମାତାପିତାଙ୍କୁ ହରାଇଛନ୍ତି।

ଏବେ ସେମାନଙ୍କ ଲାଳନପାଳନ ଓ ଭବିଷ୍ୟତକୁ ନେଇ ସମ୍ପର୍କୀୟମାନେ ଚିନ୍ତିତ ଅଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)