Suresh Pujari: ଭୂମି ଅଧିକାର ସୁନିଶ୍ଚିତ କରିବ ରାଜସ୍ୱ ବିଭାଗ: ରାଜସ୍ୱ ମନ୍ତ୍ରୀ

Oct 16, 2026 - 21:40
Suresh Pujari: ଭୂମି ଅଧିକାର ସୁନିଶ୍ଚିତ କରିବ ରାଜସ୍ୱ ବିଭାଗ: ରାଜସ୍ୱ ମନ୍ତ୍ରୀ

"ଝାରସୁଗୁଡ଼ା (ଜ୍ଞାନବ୍ରତ ଭୋଇ):  ଜନସାଧାରଣଙ୍କର ଜମି ଅଧିକାରକୁ ଆଇନଗତ ସ୍ୱୀକୃତି ଦେବା ସହ ସେମାନଙ୍କ ନିମନ୍ତେ ଜମି ସମ୍ବନ୍ଧୀୟ ଅଧିକାର ସୁନିଶ୍ଚିତ କରିବା ଦିଗରେ ରାଜସ୍ବ ବିଭାଗ କାମ କରୁଛି l ଶିକ୍ଷାନୁଷ୍ଠାନଗୁଡ଼ିକର ଜମି ସମ୍ବନ୍ଧୀୟ ରେକର୍ଡକୁ ସୁବ୍ୟବସ୍ଥିତ କରିବା ଏବଂ ସମ୍ପତ୍ତିର ଅଧିକାରକୁ ସ୍ପଷ୍ଟ କରିବା ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଝାରସୁଗୁଡ଼ା ଜିଲ୍ଲାର କତରବଗା ମୌଜାର ୨୩ ଜଣ ବସ୍ତି ହିତାଧିକାରୀଙ୍କୁ ଜମି ପଟ୍ଟା ବା ରେକର୍ଡ ଅଫ୍ ରାଇଟ୍ସ ବଣ୍ଟନ ସମୟ‌ରେ ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ମତ ପ୍ରକାଶ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ବନ୍ଧୀୟ ୨୧ଟି ବିଦ୍ୟାଳୟର ଜମି ପଟ୍ଟା ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ହସ୍ତାନ୍ତର କରାଯାଇଥିଲା।Advertisment ଝାରସୁଗୁଡ଼ା ଜିଲ୍ଲାରେ ଭିତ୍ତିଭୂମିର ବିକାଶ, ଜନସାଧାରଣଙ୍କୁ ଉନ୍ନତ ପରିବହନ ସୁବିଧା ପ୍ରଦାନ ଏବଂ ଜମି ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ମୂଳକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଲଖନପୁର ବ୍ଲକ୍‌ର ରେମଣ୍ଡା ଉଚ୍ଚ ବିଦ୍ୟାଳୟ, ରେମଣ୍ଡାଠାରେ ଆୟୋଜିତ ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ସହପାଠ୍ୟ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି କରିବାର ଏକ ଉତ୍କୃଷ୍ଟ ମଞ୍ଚ ବୋଲି ରାଜସ୍ୱ ମନ୍ତ୍ରୀ କହିଥିଲେ।

ଲଖନପୁରଠାରେ ଦ୍ୱିତୀୟ ଅଟଳ ବସ୍‌ଷ୍ଟାଣ୍ଡ୍ ନିର୍ମାଣ ପାଇଁ ଆୟୋଜିତ ଶିଳାନ୍ୟାସ ସମାରୋହରେ ମନ୍ତ୍ରୀ ଯୋଗଦେଇଥିଲେ।

ଏହି ପ୍ରକଳ୍ପ  ସ୍ଥାନୀୟ ଅଞ୍ଚଳର ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁସଙ୍ଗଠିତ କରିବା ସହ ସାଧାରଣ ଜନତାଙ୍କୁ ଉନ୍ନତ ଯାତାୟାତ ସୁବିଧା ଯୋଗାଇଦେବାରେ ସହାୟକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ l  ଏହି ଅବସରରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା , ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ାର ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡ଼ା ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ଲଖନପୁର ସରପଞ୍ଚ, ଝାରସୁଗୁଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଏବଂ ସ୍ଥାନୀୟ ଜନପ୍ରତିନିଧି ତଥା ନେତୃବୃନ୍ଦ ଓ ଅଧିକାରୀଗଣ ଉପସ୍ଥିତ ଥିଲେ।

Suresh Pujari: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଗୁରୁତ୍ବାରୋପ ମନ୍ତ୍ରୀ ବେଲପାହାଡ଼ ଗସ୍ତ କରି ସେଠାରେ ନବନିର୍ମିତ ଅଟଳ ବସ୍‌ଷ୍ଟାଣ୍ଡର ଉଦ୍‌ଘାଟନ କରିଥିଲେ।

ଏଥିସହ ଅଟଳ ବସ୍‌ଷ୍ଟାଣ୍ଡଠାରୁ ବସ୍‌ ଚଳାଚଳର ଶୁଭାରମ୍ଭ କରିଥିଲେ।

ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଯାତ୍ରୀ ପରିବହନ ବ୍ୟବସ୍ଥା ଅଧିକ ସୁଗମ ହେବା ସହ ଯାତାୟାତ କ୍ଷେତ୍ରରେ ନୂତନ ସୁବିଧା ଉପଲବ୍ଧ ହେବ।

ଏହି ଗସ୍ତ ଅବସରରେ ରାଜପୁରଠାରେ ୩୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମନ୍ତ୍ରୀ  ଉଦଘାଟନ କରିଥିଲେl ଜନସାଧାରଣଙ୍କୁ ଉନ୍ନତ ଭିତ୍ତିଭୂମି, ସୁଗମ ପରିବହନ ସୁବିଧା, ସ୍ୱାସ୍ଥ୍ୟ ସେବା ଏବଂ ସରକାରୀ ଜମି ରେକର୍ଡରେ ସ୍ୱଚ୍ଛତା ଓ ସ୍ପଷ୍ଟତା ପ୍ରଦାନ କରିବା ଦିଗରେ ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)