SupremeCourt: ସଂଶୋଧନ ମାଧ୍ୟମରେ ସମ୍ପତ୍ତିର ବିକ୍ରୟ ଦଲିଲ ବଦଳାଯାଇପାରିବ ନାହିଁ: ସୁପ୍ରିମ୍‌କୋର୍ଟ

Jul 15, 2026 - 21:05
SupremeCourt: ସଂଶୋଧନ ମାଧ୍ୟମରେ ସମ୍ପତ୍ତିର ବିକ୍ରୟ ଦଲିଲ ବଦଳାଯାଇପାରିବ ନାହିଁ: ସୁପ୍ରିମ୍‌କୋର୍ଟ

"ନୂଆଦିଲ୍ଲୀ: ସମ୍ପତ୍ତି କାରବାର ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସଂଶୋଧନ ଦଲିଲ କେବଳ ଲିଖନ ତ୍ରୁଟି କିମ୍ବା ପାରସ୍ପରିକ ଭୁଲକୁ ସୁଧାରିବା ପାଇଁ ବ୍ୟବହାର ହୋଇପାରିବ।

ଏହା ମାଧ୍ୟମରେ ମୂଲ ମାଲିକଙ୍କ ସମ୍ମତି ବିନା ସମ୍ପତ୍ତିର ପରିଚୟ, ସୀମା, ସ୍ଥାନ କିମ୍ବା ମୌଳିକ ବିବରଣୀ ବଦଳାଯାଇପାରିବ ନାହିଁ।

ଅଦାଲତ ଏହା ମଧ୍ୟ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ପାଖରେ ଯେଉଁ ଅଧିକାର ନାହିଁ, ସେ ଅନ୍ୟକୁ ତାହା ହସ୍ତାନ୍ତର କରିପାରିବେ ନାହିଁ।

ଏହାକୁ ଆଇନରେ "ନେମୋ ଡାଟ୍‌ କ୍ୱଡ୍‌ ନନ୍‌ ହାବେଟ୍‌" ନୀତି ବୋଲି କୁହାଯାଏ।Advertisment ଏହି ମାମଲାରେ ଏକ ସମ୍ପତ୍ତିର ବିକ୍ରୟ ଦଲିଲ (ସେଲ ଡିଡ୍‌) ପରେ ସଂଶୋଧନ ଦଲିଲ କରାଯାଇଥିଲା।

କିନ୍ତୁ ଏହି ସଂଶୋଧନ ଦଲିଲରେ ସମ୍ପତ୍ତିର ସୀମା, ପରିମାପ ଓ ପରିଚୟରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଥିଲା।

ଜଷ୍ଟିସ ଦୀପଙ୍କର ଦତ୍ତ ଓ ବିପୁଲ ଏମ୍ ପାଞ୍ଚୋଲିଙ୍କ ଖଣ୍ଡପୀଠ କହିଛନ୍ତି, ଏପରି ପରିବର୍ତ୍ତନ କେବଳ ଭୁଲ ସୁଧାରିବା ନୁହେଁ, ବରଂ ଏକ ନୂଆ ସମ୍ପତ୍ତିର ପରିଚୟ ସୃଷ୍ଟି କରିବା ସହ ସମାନ।

ତେଣୁ ଏଭଳି ସଂଶୋଧନ ଦଲିଲକୁ ଆଇନଗତ ଭାବେ ଗ୍ରହଣ କରାଯାଇପାରିବ ନାହିଁ।

ଆହୁରି ପଢନ୍ତୁ:Similipal Tiger Count ଶିମିଳିପାଳରେ ବାଘ ସଂଖ୍ୟା ୩୫କୁ ବୃଦ୍ଧି, କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରେ ୧୬ ଶାବକ ଚିହ୍ନଟ ସୁପ୍ରିମ୍‌କୋର୍ଟ କହିଛନ୍ତି, ସଂଶୋଧନ ଦଲିଲର ଉଦ୍ଦେଶ୍ୟ କେବଳ ଟାଇପ୍‌ ତ୍ରୁଟି, ଲେଖାର ଭୁଲ କିମ୍ବା ଉଭୟ ପକ୍ଷର ଅଜାଣତରେ ହୋଇଥିବା ତ୍ରୁଟିକୁ ଠିକ୍‌ କରିବା।

ଏହାକୁ ଆଧାର କରି ସମ୍ପତ୍ତିର ଅବସ୍ଥିତି, ସୀମା କିମ୍ବା ମାଲିକାନାରେ ପରିବର୍ତ୍ତନ ଆଣିହେବ ନାହିଁ।

ଯଦି ସଂଶୋଧନ ଦଲିଲ ମୂଳ ଦଲିଲର ସ୍ୱରୂପକୁ ବଦଳାଇ ଦିଏ, ତେବେ ତାହାର କୌଣସି ଆଇନଗତ ମୂଲ୍ୟ ରହିବ ନାହିଁ।

ଅଦାଲତ ଆହୁରି କହିଛନ୍ତି, କୌଣସି ବ୍ୟକ୍ତି ନିଜ ପାଖରେ ଥିବା ଅଧିକାରଠାରୁ ଅଧିକ ଅଧିକାର ଅନ୍ୟକୁ ଦେଇପାରିବେ ନାହିଁ।

ଯଦି ମୂଳ ବିକ୍ରେତାଙ୍କର ସମ୍ପତ୍ତି ଉପରେ ବୈଧ ଅଧିକାର ନ ଥାଏ କିମ୍ବା ସେ ସମ୍ପତ୍ତିର ଠିକ୍‌ ପରିଚୟ ପ୍ରମାଣ କରିନପାରନ୍ତି, ତେବେ ପରବର୍ତ୍ତୀ କ୍ରେତା ମଧ୍ୟ ସେହି ସମ୍ପତ୍ତି ଉପରେ ବୈଧ ମାଲିକାନା ଦାବି କରିପାରିବେ ନାହିଁ।

ଆହୁରି ପଢନ୍ତୁ:Sankirtan Mahakumbh ନଭେମ୍ବରରେ ଭୁବନେଶ୍ୱରରେ ସଂକୀର୍ତ୍ତନ ମହାକୁମ୍ଭ, ୫୦ ହଜାର କଳାକାରଙ୍କ ସମାଗମ ଲକ୍ଷ୍ୟ ଏହି ରାୟରେ ସୁପ୍ରିମ୍‌କୋର୍ଟ ତଳ ଅଦାଲତର ରାୟକୁ ବଜାୟ ରଖି କହିଛନ୍ତି ଯେ, ସମ୍ପତ୍ତି କାରବାରରେ ସ୍ୱଚ୍ଛତା ଓ ଦଲିଲର ବିଶ୍ୱସନୀୟତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ।

ସଂଶୋଧନ ଦଲିଲକୁ ନୂଆ ଅଧିକାର ସୃଷ୍ଟି କିମ୍ବା ସମ୍ପତ୍ତିର ପରିଚୟ ବଦଳାଇବାର ମାଧ୍ୟମ ଭାବେ ବ୍ୟବହାର କରିବାକୁ ଦିଆଗଲେ ଭବିଷ୍ୟତରେ ଜମିଜମା ବିବାଦ ବଢ଼ିବାର ଆଶଙ୍କା ରହିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।