Supreme Court: ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ସୁପ୍ରିମକୋର୍ଟରେ ଦୃଢ଼ ସମର୍ଥନ କଲେ ସରକାର

Jul 31, 2026 - 18:23
Supreme Court: ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ସୁପ୍ରିମକୋର୍ଟରେ ଦୃଢ଼ ସମର୍ଥନ କଲେ ସରକାର

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଏବଂ ଅନ୍ୟ ନିର୍ବାଚନ ଆୟୁକ୍ତମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦୃଢ଼ ଭାବେ ସମର୍ଥନ କରିଛନ୍ତି।

ପ୍ରଧାନମନ୍ତ୍ରୀ, ଜଣେ କେନ୍ଦ୍ର ମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ତିନିଜଣିଆ କମିଟି ଦ୍ୱାରା ହେଉଥିବା ଏହି ନିଯୁକ୍ତିରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ନେଇ ସନ୍ଦେହ କରିବାର କୌଣସି କାରଣ ନାହିଁ ବୋଲି ସରକାର ଅଦାଲତଙ୍କୁ ଜଣାଇଛନ୍ତି।

ନିର୍ବାଚନ ଆୟୁକ୍ତ ନିଯୁକ୍ତି ଆଇନ, ୨୦୨୩ର ସାମ୍ବିଧାନିକ ବୈଧତାକୁ ଆହ୍ୱାନ କରି ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି କରି ବିଚାରପତି ଦୀପଙ୍କର ଦତ୍ତ ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ନିଜର ରାୟ ସଂରକ୍ଷିତ ରଖିଛନ୍ତି।Advertisment ହୀରାକୁଦ ଜଳଭଣ୍ଡାରରୁ ୨୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ; ବନ୍ୟା ଜଳରେ ବୁଡ଼ି ଯାଇ ଶିଶୁକନ୍ୟା ମୃତ ଶୁଣାଣି ସମୟରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ ଯେ, ପ୍ରଧାନମନ୍ତ୍ରୀ ପଦବୀର ଏକ ପବିତ୍ରତା ରହିଛି ଏବଂ କାର୍ଯ୍ୟପାଳିକା ଗଣତାନ୍ତ୍ରିକ ମୂଲ୍ୟବୋଧ ବିରୋଧରେ କାର୍ଯ୍ୟ କରିବ ବୋଲି ଆଗୁଆ ଧାରଣା କରିବା ଅଦାଲତ ପକ୍ଷେ ଉଚିତ ନୁହେଁ।

ନିଯୁକ୍ତି କମିଟିକୁ ନେଇ ପ୍ରଶ୍ନ ଉଠାଇବା ଅର୍ଥ ସଂସଦର ସାମ୍ବିଧାନିକ ବିଚକ୍ଷଣତା ଓ ନିର୍ବାଚିତ ଅନୁଷ୍ଠାନଗୁଡ଼ିକ ଉପରେ ରହିଥିବା ବିଶ୍ୱାସକୁ ସନ୍ଦେହ କରିବା ସହ ସମାନ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ସମ୍ବିଧାନର ଧାରା ୩୨୪ର ତର୍ଜମା ଜଡ଼ିତ ଥିବାରୁ ଏହାକୁ ଏକ ବୃହତ୍ତର ସମ୍ବିଧାନ ପୀଠକୁ ପଠାଯିବା ଆବଶ୍ୟକ।

୨୦୨୩ ଆଇନ ବଳରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ କମିଟିରୁ ହଟାଇ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା, ଯାହା ଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ସରକାରଙ୍କ ବହୁମତ ରହିଛି।

ଅନ୍ୟପକ୍ଷରେ, ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ ଏହି ବିଷୟଟି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅବିଶ୍ୱାସର ନୁହେଁ, ବରଂ ନିର୍ବାଚନ ଆୟୋଗ ଭଳି ଏକ ସ୍ୱାଧୀନ ସଂସ୍ଥାର ନିଯୁକ୍ତି ପ୍ରକ୍ରିୟାରେ ନିରପେକ୍ଷତା ଓ ସାଧାରଣ ଜନତାଙ୍କ ଆସ୍ଥା ବଜାୟ ରଖିବାର ବିଷୟ।

ବିଚାରପତି ଦୀପଙ୍କର ଦତ୍ତ ମନ୍ତବ୍ୟ ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି, କିନ୍ତୁ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସାଧୁତା ପରିଲକ୍ଷିତ ହେବା ଆବଶ୍ୟକ।

ଦୁଇପକ୍ଷର ବ୍ୟାପକ ଯୁକ୍ତିଶୁଣାଣି ପରେ, ମାମଲାଟିକୁ ସମ୍ବିଧାନ ପୀଠକୁ ପଠାଯିବ କି ନାହିଁ ସେହି ପ୍ରାରମ୍ଭିକ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ସୁରକ୍ଷିତ ରଖିବା ସହ ଲିଖିତ ପକ୍ଷ ରଖିବାକୁ ଅନୁମତି ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।