Murder: ଶ୍ରେଣୀଗୃହରୁ ଡାକି ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Jul 31, 2026 - 16:06
Murder: ଶ୍ରେଣୀଗୃହରୁ ଡାକି ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

"ଜୟପୁର (ଦେବାଶିଷ ସାହୁ): କୋରାପୁଟ ଜିଲ୍ଲା ଜୟପୁର ସହର ନିକଟସ୍ଥ ବାରିଣୀପୁଟ ଯୋଜନା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଘଟିଥିବା ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ବିଦ୍ୟାଳୟର ଦଶମ ଶ୍ରେଣୀର ଜଣେ ଛାତ୍ର ମହେଶ ବାଘଙ୍କୁ ଛୁରିରେ ଆକ୍ରମଣ କରାଯିବା ପରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି।

ଘଟଣାକୁ ନେଇ ବିଦ୍ୟାଳୟ ଓ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିବା ବେଳେ ପରିବାର ଲୋକଙ୍କ କାନ୍ଦବୋବାଳିରେ ଫାଟିପଡୁଛି।

Advertisment ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ଭୋଜନ ସମୟରେ ବିଦ୍ୟାଳୟରେ ଘଟଣା ଘଟିଛି।

ସେହି ସମୟରେ ଗତବର୍ଷ ବିଦ୍ୟାଳୟରୁ ପାସ୍‌ଆଉଟ୍ ହୋଇଥିବା ଜଣେ ପୂର୍ବତନ ଛାତ୍ର ରାଜକୁମାର ଶ୍ରେଣୀଗୃହକୁ ଆସି ମହେଶ ବାଘଙ୍କୁ ବାହାରକୁ ଡାକିଥିଲେ।

ପରେ ତାଙ୍କୁ ଛୁରିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ତେବେ ଏହାର ପ୍ରକୃତ କାରଣ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତିକ୍ରିୟା ଦେଇ କହିଛନ୍ତି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବାବେଳେ ମୋଟ ୩୮୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ଦଶମ ଶ୍ରେଣୀରେ ୩୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ଘଟଣାଟି ମଧ୍ୟାହ୍ନ ଭୋଜନ ବିରତି ସମୟରେ ଘଟିଥିଲା।

ମହେଶ ଭଲ ପାଠପଢ଼ୁ ଥିଲେ।

ଅଭିଯୁକ୍ତ ନାବାଳକ ଗତବର୍ଷ ଏହି ବିଦ୍ୟାଳୟରୁ ପାସ୍‌ଆଉଟ୍ କରିଥିଲା।

Rape: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଥାନାରେ ଅଟକ ମହେଶଙ୍କ ବାପା ମୁରଲୀ ବାଘ କହିଛନ୍ତି, ସେ ଏକ ଦୋକାନରେ କାମ କରନ୍ତି।

ସକାଳେ ପୁଅ ସ୍କୁଲକୁ ଯାଇଥିଲା।

ଘଟଣାର ଖବର ପାଇ ସେ ତୁରନ୍ତ ମେଡିକାଲରେ ପହଞ୍ଚିଥିଲେ।

ପୁଅର ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।

ଘଟଣାର ଖବର ପାଇ ଏସଡିପିଓ ଅର୍ଚ୍ଚିତା ମିତ୍ତଲଙ୍କ ସହ ସଦର ଥାନା ପୁଲିସ ଘରୋଇ ମେଡିକାଲରେ ଉପସ୍ଥିତ ହୋଇ ତଦନ୍ତ ଆରମ୍ଭ କରିଥିବାବେଳେ ଆକ୍ରମଣର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ଛାନଭିନ ଆରମ୍ଭ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।