Supreme Court: ଟାଟା ଷ୍ଟିଲ୍କୁ ସୁପ୍ରିମକୋର୍ଟ ନୋଟିସ୍: ଓଡ଼ିଶାର ୪୩୧୩ କୋଟି ଦାବି ପ୍ରସଙ୍ଗ
"ନୂଆଦିଲ୍ଲୀ: ସୁକିନ୍ଦା କ୍ରୋମାଇଟ୍ ଖଣିରୁ କ୍ରୋମାଇଟ୍ ଡେସ୍ପ୍ୟାଚ୍ରେ ହ୍ରାସ ଦର୍ଶାଇ ଟାଟା ଷ୍ଟିଲ୍କୁ ଓଡ଼ିଶା ସରକାର ୪୩୧୩ କୋଟି ଟଙ୍କାର ଡିମାଣ୍ଡ ନୋଟିସ୍ ପଠାଇଥିଲେ।
ତାହାକୁ କମ୍ପାନି ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରି ନିଜ ସପକ୍ଷରେ ରାୟ ପାଇବାରେ ସଫଳ ହୋଇଥିଲା।
ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ସେହି ମାମଲାରେ ସୁପ୍ରିମକୋର୍ଟ ଟାଟା ଷ୍ଟିଲ୍କୁ ନୋଟିସ୍ ଜାରି କରିଛନ୍ତି।
୨୦୧୦ରେ ଟାଟା ଷ୍ଟିଲ୍ ମାଇନିଂ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ନିଲାମରେ ପାଇଥିଲା।
କିନ୍ତୁ ଡେସ୍ପ୍ୟାଚ୍ ଲକ୍ଷ୍ୟ ହାସଲରେ ବିଫଳ ହେବାରୁ ରାଜ୍ୟ ସରକାର ଖଣି ବିକାଶ ଓ ଉତ୍ପାଦନ ଚୁକ୍ତିନାମା ଅଧୀନରେ କମ୍ପାନିକୁ ଏକାଧିକ ନୋଟିସ୍ ପଠାଇଥିଲେ।
Advertisment Editorial: ଦେଶୀ-ବିଦେଶୀ ଚତୁର୍ଥ ଲିଜ୍ ବର୍ଷରେ କମ୍ପାନିକୁ ପ୍ରଥମେ ୧୫୬୩.୭୫ କୋଟି ଟଙ୍କାର ଡିମାଣ୍ଡ୍ ନୋଟିସ୍ ପଠାଯାଇଥିଲା ଯାହାର ରାଶିକୁ ପରବର୍ତ୍ତୀ ସମୟରେ ୧୯୦୨.୭୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।
ପଞ୍ଚମ ଲିଜ୍ ବର୍ଷରେ କମ୍ପାନିକୁ ୨୪୧୦.୮୯ କୋଟି ଟଙ୍କାର ଆଉ ଏକ ନୋଟିସ୍ ଦିଆଯାଇଥିଲା।
ସେହି ନୋଟିସ୍ଗୁଡ଼ିକୁ କମ୍ପାନି କୋର୍ଟରେ ଚ୍ୟାଲେଞ୍ଜ କରି ଯୁକ୍ତି କରିଥିଲା ଯେ ଭାରତୀୟ ଖଣି ବ୍ୟୁରୋ ଦ୍ବାରା ଅନୁମୋଦିତ ଖଣି ଯୋଜନାରେ ଭୌଗୋଳିକ ଓ ପରିଚାଳନାଗତ ଅସୁବିଧାକୁ ନଜରରେ ରଖି ଉତ୍ପାଦନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇଥିଲା।
କିନ୍ତୁ ଓଡ଼ିଶା ସରକାର ଯୁକ୍ତି କରିଥିଲେ ଯେ ନିୟମ ୧୨ଏ ଅନୁସାରେ ନିଲାମରେ ଖଣି ପାଇଥିବା ସଂସ୍ଥାକୁ ଡେସ୍ପ୍ୟାଚ୍ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ।
ହାଇକୋର୍ଟ ଏହି ମାମଲାର ଶୁଣାଣି କରି ନିୟମ ୧୨ଏକୁ ବୈଧ ବୋଲି କହିଥିଲେ।
କିନ୍ତୁ ଅନୁମୋଦିତ ଖଣି ଯୋଜନାର ପରିପନ୍ଥି ଥିବା ଡେସ୍ପ୍ୟାଚ୍ ଉପରେ ରାଜ୍ୟ ସରକାର ଜରିମାନା ଲଗାଇପାରିବେନି ବୋଲି କହିଥିଲେ ଓ କମ୍ପାନିକୁ ଜାରି କରାଯାଇଥିବା ଡିମାଣ୍ଡ୍ ନୋଟିସ୍ଗୁଡ଼ିକୁ ବାତିଲ କରିଦେଇଥିଲେ।
Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
