Supreme Court: ଜଷ୍ଟିସ ମାନସ ରଞ୍ଜନ ପାଠକ, ଜଷ୍ଟିସ କୃଷ୍ଣରାମ ମହାପାତ୍ରଙ୍କ ବଦଳି

Aug 09, 2026 - 21:19
Supreme Court: ଜଷ୍ଟିସ ମାନସ ରଞ୍ଜନ ପାଠକ, ଜଷ୍ଟିସ କୃଷ୍ଣରାମ ମହାପାତ୍ରଙ୍କ ବଦଳି

"କଟକ: ଓଡ଼ିଶା ହାଇକୋର୍ଟର ଦୁଇ ଜଣ ବରିଷ୍ଠ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି।

ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ଗୁଜୁରାଟ ହାଇକୋର୍ଟକୁ ଓ ଜଷ୍ଟିସ କୃଷ୍ଣରାମ ମହାପାତ୍ରଙ୍କ ଛତିଶଗଡ଼ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିମୟ ସୁପାରିସ କରିଛନ୍ତି।

ଅଗଷ୍ଟ ୬ରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏପରି ସୁପାରିସ ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।Advertisment ଉଲ୍ଲେଖ ଯୋଗ୍ୟ ଯେ, ଜଷ୍ଟିସ ମାନସ ରଞ୍ଜନ ପାଠକ ୨୦୧୩, ମେ ୨୨ରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ବଦଳି ପରେ ସେ ୨୦୨୫, ଜୁଲାଇ ୨୧ରୁ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ଆସୁଛନ୍ତି।

ସେହିଭଳି ଜଷ୍ଟିସ କୃଷ୍ଣରାମ ମହାପାତ୍ର ୨୦୧୫, ଏପ୍ରିଲ ୧୭ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

High Court Orders: ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସୂଚନା ଯୋଗ୍ୟ ଯେ, ଓଡ଼ିଶା ହାଇକୋର୍ଟର ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ୩୩ ହୋଇଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୭ଜଣ ବିଚାରପତି ଅଛନ୍ତି।

ୱେବ୍‌ସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ଅଗଷ୍ଟ ୬ ସୁଦ୍ଧା ୧ ଲକ୍ଷ ୭୦ ହଜାର ୭୧୬ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media