Supreme Court: କାବେରୀ ଜଳ ବିବାଦ: କର୍ଣ୍ଣାଟକକୁ ନିର୍ଦ୍ଦେଶ ପାଳନ କରିବାକୁ କହିଲେ ସୁପ୍ରିମକୋର୍ଟ

Aug 17, 2026 - 17:59
Supreme Court: କାବେରୀ ଜଳ ବିବାଦ: କର୍ଣ୍ଣାଟକକୁ ନିର୍ଦ୍ଦେଶ ପାଳନ କରିବାକୁ କହିଲେ ସୁପ୍ରିମକୋର୍ଟ

"ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ତାମିଲନାଡୁକୁ କାବେରୀ ଜଳ ଛାଡିବା ସମ୍ପର୍କରେ କାବେରୀ ଜଳ ପରିଚାଳନା ପ୍ରାଧିକରଣ(ସିଡବ୍ଲୁଏମଏ)ର ନିର୍ଦ୍ଦେଶ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଜଳ ଛାଡିବା ନିର୍ଦ୍ଦେଶ ମାମଲାରେ ତାମିଲନାଡୁର ଆବେଦନର ଶୁଣାଣି ପାଇଁ ଅଗଷ୍ଟ ୨୪ ତାରିଖ ଧାର୍ଯ୍ୟ କରିଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ, ଜଳ ଛାଡିବାର ବର୍ତ୍ତମାନର ସ୍ଥିତି କୋର୍ଟରେ ଉପସ୍ଥାପନ କରାଯିବା ପରେ ଏହି ମାମଲାର ଶୁଣାଣି କରାଯିବ।Advertisment ଶିଶୁଙ୍କ ମସ୍ତିଷ୍କ ରୋଗ ନିରାକରଣକୁ ନେଇ ନୂଆ ଆଶା: ୩ ବର୍ଷର ଗବେଷଣାରେ ମିଳିଲା ଆଶାଜନକ ଫଳ  ଶୁଣାଣି ସମୟରେ, ତାମିଲନାଡୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଏସ ବୈଦ୍ୟନାଥନ ଯୁକ୍ତି ଦେଇଥିଲେ ଯେ, କର୍ଣ୍ଣାଟକ ସିଡବ୍ଲୁଏମଏର ନିର୍ଦ୍ଦେଶ ପାଳନ କରୁନାହିଁ ଏବଂ ରାଜ୍ୟର ଚାଷୀ ଆବଶ୍ୟକ ପାଣି ପାଉନାହାନ୍ତି।

ଅନ୍ୟପକ୍ଷରେ, କର୍ଣ୍ଣାଟକର ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ, ତାମିଲନାଡୁର ଦାବିକୁ ଖଣ୍ଡନ କରି କହିଛନ୍ତି,ପ୍ରାଧିକରଣଙ୍କ ପ୍ରାରମ୍ଭିକ ନିର୍ଦ୍ଦେଶ ଅନୁଯାୟୀ କର୍ଣ୍ଣାଟକକୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ୧୫ ଦିନ ପାଇଁ ପ୍ରତିଦିନ ୩,୫୦୦ କ୍ୟୁସେକ୍ ଜଳ ଛାଡିବାକୁ ବାଧ୍ୟ କରାଯାଇଥିଲା, ଯାହା ରାଜ୍ୟ ପୂରଣ କରିଛି ଏବଂ ବାସ୍ତବରେ ଏହି ସମୟ ମଧ୍ୟରେ ଯଥେଷ୍ଟ ଅଧିକ ଜଳ ଛାଡି ଧାର୍ଯ୍ୟ ସୀମାକୁ ଅତିକ୍ରମ ମଧ୍ୟ କରିଛି।

ଦିବାନ ଖଣ୍ଡପୀଠଙ୍କୁ କହିଥିଲେ ଯେ ସୋମବାର ସକାଳେ ଜଳ ପ୍ରବାହ ୧୨,୬୦୭ କ୍ୟୁସେକକୁ ବୃଦ୍ଧି ପାଇଛି ଏବଂ ଜଳଭଣ୍ଡାର ଗେଟ୍‌ଗୁଡ଼ିକ ଖୋଲାଯାଇଛି ଏବଂ ରାଜ୍ୟ ସମ୍ମୁଖୀନ ହେଉଥିବା ଅସୁବିଧା ସତ୍ତ୍ୱେ କର୍ଣ୍ଣାଟକ ୧୨,୦୦୦ କ୍ୟୁସେକର ସିଡବ୍ଲୁଏମଏ-ନିର୍ଦ୍ଦେଶିତ ଜଳ ପ୍ରବାହ ବଜାୟ ଜାରି ରଖିବାକୁ ଚେଷ୍ଟା କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media