Super-Rich Surge: ଭାରତରେ ହଠାତ୍ ବଢ଼ିଗଲେ 'ସୁପର୍-ରିଚ୍'! ସରକାରଙ୍କ ବଡ଼ ଖୁଲାସା

Jul 27, 2026 - 16:15
Super-Rich Surge: ଭାରତରେ ହଠାତ୍ ବଢ଼ିଗଲେ 'ସୁପର୍-ରିଚ୍'! ସରକାରଙ୍କ ବଡ଼ ଖୁଲାସା

ଦେଶରେ ଦ୍ରୁତ ଗତିରେ ବଢ଼ୁଛି ସୁପର୍ ଧନୀ କରଦାତାଙ୍କ ସଂଖ୍ୟା। ସଂସଦରେ କେନ୍ଦ୍ର ସରକାର ଏହି ତଥ୍ୟ ରଖିଛନ୍ତି। ୧୦୦ କୋଟି ଟଙ୍କାରୁ ଅଧିକ ଆୟ ଘୋଷଣା କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଏବେ ରେକର୍ଡ ସ୍ତରରେ ପହଞ୍ଚିଛି।

ଲୋକସଭାରେ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଲିଖିତ ଉତ୍ତରରେ ଜଣାଇଛନ୍ତି, ଆର୍ଥିକ ବର୍ଷ ୨୦୨୫-୨୬ରେ ୫୭୬ ଜଣ ବ୍ୟକ୍ତି ଆୟକର ରିଟର୍ଣ୍ଣରେ ୧୦୦ କୋଟି ଟଙ୍କାରୁ ଅଧିକ ସମୁଦାୟ ଆୟ ଘୋଷଣା କରିଛନ୍ତି।

ଗତ ବର୍ଷ ଅର୍ଥାତ୍ ୨୦୨୪-୨୫ରେ ଏହି ସଂଖ୍ୟା ୪୧୫ ଥିବାବେଳେ, ୨୦୨୧-୨୨ରେ ମାତ୍ର ୧୪୨ ଜଣ ଏଭଳି ଆୟ ଘୋଷଣା କରିଥିଲେ। ଅର୍ଥାତ୍ ଚାରି ବର୍ଷ ମଧ୍ୟରେ ଏହି ସଂଖ୍ୟା ଚାରି ଗୁଣରୁ ଅଧିକ ବଢ଼ିଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ, ଆୟକର ଆଇନରେ “ବିଲିଅନେୟାର” ବା ଆରବପତି ଶବ୍ଦର କୌଣସି ଆଇନଗତ ସଂଜ୍ଞା ନାହିଁ। ସେଥିପାଇଁ କେବଳ ଆୟକର ରିଟର୍ଣ୍ଣରେ ୧୦୦ କୋଟି ଟଙ୍କାରୁ ଅଧିକ ଆୟ ଘୋଷଣା କରିଥିବା କରଦାତାଙ୍କ ତଥ୍ୟ ହିଁ ସଂସଦରେ ଉପସ୍ଥାପନ କରାଯାଇଛି। ସରକାରଙ୍କ ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ଦେଶରେ ଉଚ୍ଚ ଆୟକାରୀ କରଦାତାଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।