Sundargarh Road Accident ବାଇକକୁ ଧକ୍କା ଦେଇ ନାଳରେ ଖସିଲା ବୋଲେରୋ, ବାପ, ପୁଅ, ନାତି ମୃତ

Sep 18, 2026 - 21:54
Sundargarh Road Accident ବାଇକକୁ ଧକ୍କା ଦେଇ ନାଳରେ ଖସିଲା ବୋଲେରୋ, ବାପ, ପୁଅ, ନାତି ମୃତ

"ସୁନ୍ଦରଗଡ଼:  ତଳସରା ଥାନା ସବଡେଗା ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁରୁବାର ରାତି ୮ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।

ଦ୍ରୁତଗତିରେ ଯାଉଥିବା ଏକ  ବୋଲୋରୋ ବାଇକକୁ ଧକ୍କା ଦେବା ସହ ଘୋଷାଡ଼ି ନେଇ ନାଳରେ ଖସି ପଡ଼ିଥିଲା।

ଏଥିରେ ବାଇକରେ ଥିବା ବାପ, ପୁଅ ଓ ସମ୍ପର୍କୀୟ ନାତି ଗୁରୁତର ଆହତ ହୋଇଥିଲେ।

ରାତିରେ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କ ମୃତ୍ଯୁ ହୋଇଯାଇଛି।

Advertisment Road Accident: ଗଣେଶ ପୂଜାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର ମୃତକମାନେ ହେଲେ କିଞ୍ଜିରକେଲା ଥାନା ଅନ୍ତର୍ଗତ କୁକୁରିଡିହି ଗ୍ରାମର  ଲିଙ୍ଗେଶ୍ବର ଲାରଙ୍ଗ (୬୦) ତାଙ୍କର ଏକମାତ୍ର ପୁତ୍ର  ସମୀର ଲାରଙ୍ଗ (୨୮) ଓ  ଲିଙ୍ଗେଶ୍ବରଙ୍କ ବନ୍ଧବାହାଲ ଗ୍ରାମର ସମ୍ପର୍କୀୟ ନାତି।

୩ ଜଣ ଏକ ବଜାଜ ପଲସର୍ ବାଇକରେ  ଆସି ସବଡେଗା- ବାଲିଶଙ୍କରା ମୁଖ୍ଯ ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ପେଟ୍ରୋଲ ଭରି ରାସ୍ତା ଉପରକୁ ଆସୁଥିଲେ।

ଏହି ସମୟରେ  ବାଲିଶଙ୍କରା ପଟୁ ଆସୁଥିବା ଏକ ବୋଲେରୋ ବାଇକକୁ ଜୋରରେ ଧକ୍କା ଦେବା ସହ ଘୋଷାଡ଼ି ନେଇ  ପାଖ ନାଳରେ ଖସି ପଡ଼ିଥିଲା।

Accident: ସଡ଼କ ଦୁର୍ଘଟଣାରେ ପିଇଓଙ୍କ ମୃତ୍ୟୁ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।

ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି।

ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି।

ଏକସଙ୍ଗରେ ବାପ, ପୁଅ ଓ ନାତିଙ୍କ ମୃତ୍ଯୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)