Road Accident ଗାଡ଼ି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

Sep 18, 2026 - 21:38
Road Accident ଗାଡ଼ି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

"ମେଣ୍ଡା: ବୁର୍ଡ଼l ଅର୍ଜୁନପୁର ରାସ୍ତାରେ ଏକ ଗାଡ଼ି ଧକ୍କାରେ ଅଟୋଚାଳକଙ୍କ ମୃତ୍ୟୁ ଘଟିଛି।

ଅଟୋଚାଳକ ଜଣକ ତରଭା ବ୍ଲକ ଡାହିମାଲ ଗ୍ରାମର ସଦା ସେଠଙ୍କ ପୁଅ ରାଜୁ ସେଠବୋଲି ଜଣାଯାଇଛି।

Advertisment Auto-rickshaw: ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଅଟୋ ଚୂର୍‌ମାର: ଚାଳକ ଓ ବୃଦ୍ଧ ଦମ୍ପତି ଗୁରୁତର ଶୁକ୍ରବାର ଭୋର ପ୍ରାୟ ୫ଟାରେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ଘଟାଇଥିବା ଗାଡ଼ିର ପତ୍ତା ମିଳିପାରିନାହିଁ।

ସୂଚନା ଅନୁସାରେ, ରାଜୁ ନିଜ ଗାଁ ଡାହିମାଲରୁ ଅଟୋରେ ବୁର୍ଡ଼l ଅର୍ଜୁନପୁର ରାସ୍ତା ରେ ବୁର୍ଡ଼lକୁ କୌଣସି କାମରେ ଯାଉଥିଲେ।

ବରପାହାଡ଼ ଛକ ଠାରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଫଳରେ ଅଟୋଟି ରାସ୍ତା ତଳକୁ ଖସି ପଡିଥିଲା ।

ଘଟଣାସ୍ଥଳରେ ହିଁ ରାଜୁଙ୍କ ମୃତ୍ୟୁ ଘଟିଥିଲା।

Auto driver missing: ଟଙ୍କପାଣି ବ୍ରିଜ୍‌ରୁ ଅଟୋଚାଳକ ନିଖୋଜ ଘଟଣା: କୁଆଖାଇରେ ଖେଦିଗଲେ ଆଗ୍ନିକ, ପାଇଲେନିସୂଚନା ପାଇ ଘର ଲୋକ ଏବଂ ମେଣ୍ଡା ପୁଲିସ ସେଠାରେ ପହଞ୍ଚିଥିଲେ।

ପ୍ରଥମେ ମୃତଦେହକୁ ନାଇକେନପାଳି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା।

ତରଭା ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହକୁ ହସ୍ତାନ୍ତର କରା ଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)