Sundargarh murder ସାମାନ୍ୟ ବଚସାରୁ ହାଣିଦେଲେ
"ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦରଥାନାରେ ଆଜି (ରବିବାର) ଏକ ବିଭତ୍ସବ ହତ୍ୟାକାଣ୍ଡ ଘଟିଛି।
ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଉଚ୍ଚବାଚ ଏବଂ ହତ୍ୟା କରାଯାଇଛି।
ସୂଚନାନୁସାରେ, ମେଗଡେଗା ଗାଁ ବାସିନ୍ଦା ପଙ୍କଜ ଧରୁଆ ଓ ତରଣୀ ଦାସ ଦୁଇ ପଡ଼ୋଶୀ।
କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା।
ପରସ୍ପର ଗାଳିଗୁଲଜ କରିଥିଲେ।
ଏହି ସମୟରେ ତରଣୀ ଏକ ଟାଙ୍ଗିଆରେ ପଙ୍କଜଙ୍କୁ ଆକ୍ରମଣ କରିଥିଲେ।
ଆକ୍ରମଣରେ ପଙ୍କଜଙ୍କ ମୃତ୍ୟୁ ଘଟିଛି।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
Advertisment ଖବର ଲେଖାଯିବା ବେଳେକୁ କାହାରିକୁ ଅଟକ କିମ୍ବା ଗିରଫ କରାଯାଇନଥିବା ଜଣାଯାଇଛି।
ପୁଲିସ ତଦନ୍ତ ସଦସ୍ୟ ଆରମ୍ଭ ହୋଇଥିବାରୁ ଘଟଣା ସମ୍ପର୍କରେ ପୁଲିସ ଠାରୁ ବିସ୍ତୃତ ବିବରଣୀ ମିଳିପାରିନାହିଁ।
"