ATP Challenger: ଇଣ୍ଟାରୋ ଓପନ୍‌ ଜିତିଲେ ନଗଲ

Jun 28, 2026 - 16:45
ATP Challenger: ଇଣ୍ଟାରୋ ଓପନ୍‌ ଜିତିଲେ ନଗଲ

"ଟାର୍ଗୁ ମୁରେସ୍‌: ଭାରତୀୟ ଟେନିସ୍‌ ଖେଳାଳି ସୁମିତ ନଗଲ ୨ ବର୍ଷ ପରେ ନିଜର ପ୍ରଥମ ଏଟିପି ଚ୍ୟା‌ଲେଞ୍ଜ ଟ୍ରଫି ଜିତିବାରେ ସକ୍ଷମ ହୋଇଛନ୍ତି।

ଏଠାରେ ଆୟୋଜିତ ଇଣ୍ଟା‌ରୋ ଓପନ୍‌ କ୍ଲେ କୋର୍ଟ ପ୍ରତିଯୋଗିତାର ଫାଇନାଲ୍‌ରେ ସେ ୬-୩, ୭-୫ ସେଟ୍‌ରେ ଫ୍ରେଞ୍ଚ ଓପନ୍‌ କ୍ବାଲିଫାୟର ଫେଲିକ୍ସ ବାଲ୍‌ସଙ୍କୁ ପରାସ୍ତ କରିଥିଲେ।

ଏଥି ସହ ନଗଲ ୨୦୨୪ ଜୁନ୍‌ରେ ‌ହେଇବ୍ରୋନ୍‌ ଚ୍ୟାଲେଞ୍ଜର ପ୍ରତିଯୋଗିତା ପରେ ନିଜ ଟ୍ରଫି ମରୁଡ଼ିର ଅନ୍ତ ଘଟାଇଛନ୍ତି।

ଏହା ୨୮ ବର୍ଷୀୟ ନଗଲଙ୍କ ସପ୍ତମ ଏଟିପି ଚ୍ୟାଲେଞ୍ଜର ଏକକ ମୁକୁଟ ଏବଂ କ୍ଲେ କୋର୍ଟରେ ପଞ୍ଚମ।

ଏହି ଫାଇନାଲ୍‌ ବିଜୟରେ ନଗଲ ୭୫ ଏଟିପି ରୢାଙ୍କିଂ ପଏଣ୍ଟ୍‌ ପାଇଛନ୍ତି।

Advertisment Rafael Nadal: ପୁଣି ଟେନିସ୍‌ କୋର୍ଟରେ ରାଫେଲ୍‌ ନାଦାଲ୍‌ "