Suna Besha 2026: ପାତାଳି ଶ୍ରୀକ୍ଷେତ୍ରରେ ଦିବ୍ୟ ସୁନାବେଶ

Jul 25, 2026 - 23:53
Suna Besha 2026: ପାତାଳି ଶ୍ରୀକ୍ଷେତ୍ରରେ ଦିବ୍ୟ ସୁନାବେଶ

"ଉଲୁଣ୍ଡା (କୁଶ ବଘାର): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପାତାଳି ଲୀଳାକ୍ଷେତ୍ରରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୋଇ ଯାଇଛିl ଶୁକ୍ରବାର ବାହୁଡା଼ଯାତ୍ରାରେ ତିନି ରଥ ଛଲିଆ ପାହାଡ଼ରେ ଅନୁଷ୍ଠିତ ହୋଇ ଥିଲାl ଆଜି ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ  ମହାପ୍ରଭୁଙ୍କର ଏହି ଦେବ ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥିଲାl ମହାପ୍ରଭୁଙ୍କର  ଶ୍ରୀଭୁଜ, ଶ୍ରୀପୟର କୀରିଟ ମକର କୁଣ୍ଡଳ, ପାନ ପତ୍ରୀ, ମାଳି ନାଟୁ ଆସି, ନାକ ଚଣା ଆଦି ରେ ବେଶ ମୋନୋ ଲୋଭା ଦିଶୁଥିଲେl ଦର୍ଶନlର୍ଥୀ ଏହି ଲୋଭନୀୟ କମନୀୟ ବେଶରେ  ଠାକୁର ରଥ ଉପରେ ଭାବ ବିହ୍ଵଳ ହୋଇ ଦର୍ଶନ କରିଥିଲେl Advertisment ବେଶ ପରେ ଠାକୁରମାନଙ୍କୁ ଛପନ ଭୋଗ ନୈବେଦ୍ୟ ଭୋଗ ପାତାଳି ଶ୍ରୀକ୍ଷେତ୍ର ସେବାୟତ ସଙ୍ଘ ସଭାପତି ଗୋପାଳ ପଣ୍ଡାଙ୍କ ନେତୃତ୍ୱରେ ସେବାୟତ ସଙ୍ଘର କର୍ମକର୍ତ୍ତାଙ୍କ ନେତୃତ୍ୱରେ ସମସ୍ତେ ସେବା ୟତ ଟ୍ରଷ୍ଟି ସଦସ୍ୟମାନେ ସହଯୋଗ କରିଥିଲେl ଜିଲ୍ଲପାଳ ନୃପରାଜ ସାହୁଙ୍କ ଦ୍ୱାରା ପ୍ରେରିତ ପଦ୍ମନାଭ ଭଜନ ସନ୍ଧ୍ୟା ସୁବର୍ଣ୍ଣପୁର ତରଫରୁ ଭଜନ କାର୍ଯ୍ୟକ୍ରମ ପରିବେଶକୁ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମରେ ଉଲୁଣ୍ଡା ତହସିଲଦାର ମମତା ମେହେର, ଏସଡିପିଓ ବୀରମହାରାଜପୁର ହେମନ୍ତ ରାଓ, ଟ୍ରଷ୍ଟି ସଭାପତି ଉତ୍ତର ପାତ୍ର, ପୂର୍ଣଚନ୍ଦ୍ର ପାଢ଼ୀ, ଜାନକୀ ଦେହୁରୀ, ପାତାଳି ସେନା ସଦସ୍ୟ ସହଯୋଗ କରି ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।