Elephant: ପୁଣି ଘର ଭାଙ୍ଗିଲା ହାତୀ; ଘଟଣାସ୍ଥଳ ପରିଦର୍ଶନ କଲେ ସରପଞ୍ଚ

Jul 26, 2026 - 01:13
Elephant: ପୁଣି ଘର ଭାଙ୍ଗିଲା ହାତୀ; ଘଟଣାସ୍ଥଳ ପରିଦର୍ଶନ କଲେ ସରପଞ୍ଚ

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କିଛି ଦିନର ବ୍ୟବଧାନ ପରେ ପୁଣି ଥରେକନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି।

ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସୁଗାମାହା ଗ୍ରାମରେ ହାତୀ ଉତ୍ପାତ କରି ଜଣେ ମହିଳାଙ୍କ ଘରର ସମ୍ମୁଖ ଓ ପଛପଟ ଭାଙ୍ଗି ଦେଇଥିବା ଜଣାପଡ଼ିଛି।

ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି।

Advertisment ସୂଚନା ଅନୁସାରେ, ସୁଗାମାହା ଗ୍ରାମର ଉର୍ବଶୀ ପ୍ରଧାନଙ୍କ ଘରର ସମ୍ମୁଖ ଓ ପଛପଟକୁ ହାତୀ ଭାଙ୍ଗି ଦେଇଛି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ତଦାରଖ କରିଥିଲେ।

ଏଥିସହିତ ସେ ପ୍ରଭାବିତ ପରିବାର ସହ ଆଲୋଚନା କରି ଘଟଣା ସମ୍ପର୍କରେ ଅବଗତ ହେବା ପରେ ସ୍ଥାନୀୟ ବନବିଭାଗ ରେଞ୍ଜର ଙ୍କ ଆଲୋଚନା କରି ତୁରନ୍ତ ଏହି ଗ୍ରାମରେ ହାତୀ ଆସିଲେ ପୂର୍ବ ସୂଚନା ପାଇବା ନିମନ୍ତେ ସେନ୍ସର ଆଲରାମ ବ୍ୟବସ୍ଥା କରିବା ସହ ସୋଲାର ଲାଇଟ ଲଗେଇବାକୁ ଦାବି କରିଥିଲେ।

ଅନ୍ୟପକ୍ଷରେ, ଗତ କିଛି ଦିନ ହେବ ସିରକି, ଡାକପଲା ଓ ସାକାଡ଼ି ଅଞ୍ଚଳରେ ମଧ୍ୟ ଦୁଇଟି ହାତୀ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି।

ହାତୀମାନେ ବିଭିନ୍ନ ଚାଷଜମିରେ ପଶି ଫସଲ ନଷ୍ଟ କରିବା ସହ କଦଳୀ ଓ ପଣସ ଗଛ ଭାଙ୍ଗି ନଷ୍ଟ କରୁଥିବା ଜଣାପଡ଼ିଛି।

ଏଥିସହିତ ଗୋଟିଏ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିବା ମଧ୍ୟ ସୂଚନା ମିଳିଛି।

ବନ ବିଭାଗ ପକ୍ଷରୁ ହାତୀମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି।

They forgot: କନ୍ଧମାଳ ପଣସକୁ ଭୁଲିଗଲେ ଗୋଟିଏ ହାତୀ ମଲମା, ମାଲାନସୁଗା ଓ ସୁଗାମାହା ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟ ହାତୀ ରାଇକଲା ପଞ୍ଚାୟତ ଅଞ୍ଚଳ ଆଡ଼କୁ ରହିଥିବା ଜଣାପଡ଼ିଛି।

ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।

ବିଶେଷକରି ଚାଷ ସମୟରେ ଲୋକମାନେ ବିଲକୁ ଯିବା ସହ ଜଙ୍ଗଲକୁ ଯିବାକୁ ମଧ୍ୟ ଭୟ କରୁଛନ୍ତି।

ହାତୀଙ୍କ ଗତିବିଧି ଉପରେ ନିୟମିତ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଏବଂ ହାତୀ ଦ୍ୱାରା ନଷ୍ଟ ହୋଇଥିବା ଘର ଓ ଫସଲର କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ପରିବାରଙ୍କୁ ଶୀଘ୍ର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।