Suicide Attempt: ପାରିବାରିକ କଳହରୁ ଜିଭ କାଟିଦେଲେ ଯୁବକ

Aug 02, 2026 - 13:23
Suicide Attempt: ପାରିବାରିକ କଳହରୁ ଜିଭ କାଟିଦେଲେ ଯୁବକ

"ଖଲ୍ଲିକୋଟ: ବେଗୁନିଆପଡ଼ା ଥାନା ହଂସତୁଳୀ ଗ୍ରାମରେ‌ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକ ଜିଭକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଗୁରୁତରଜଣକ ହେଲେ, କିରଣ ପାତ୍ର।

ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।Advertisment ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ ରୋଜଗାର ପାଇଁ ବିଦେଶରେ କାମ କରୁଥିବା କିରଣ କିଛି ଦିନ ତଳେ‌ ଗାଁକୁ ଆସିଥିଲେ।

ତେବେ ଫେରିବା ପରେ ଘରେ ପାରିବାରିକ କଳହ ଲାଗି ରହିଥିଲା ।

ଫଳରେ କିରଣ ଏଥିରେ ମାନସିକ ଭାରସାମ୍ୟ ହରାଇ ଗତକାଲି ବିଳମ୍ବିତ ରାତିରେ କାଳୀ ମନ୍ଦିର ଆଗରେ‌ ଜିଭ କାଟିଦେଇଥିଲେ।

ପୂଜକ ଓ‌ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୂ ଆଣିଥିଲେ।

ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Murder Attempt: ଯୁବକଙ୍କ ଗଳାକାଟି ହତ୍ୟା ଉଦ୍ୟମ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।