Sugar crisis: ଖାମଖିଆଲି ନୀତିରୁ ଚିନି ସଙ୍କଟ: ଯେତିକି ନଥିଲା ତାଠୁ ଅଧିକ ଭାବିଲେ, ରପ୍ତାନି ଅନୁମତି କାଳ ହେଲା

Aug 21, 2026 - 03:20
Sugar crisis: ଖାମଖିଆଲି ନୀତିରୁ ଚିନି ସଙ୍କଟ: ଯେତିକି ନଥିଲା ତାଠୁ ଅଧିକ ଭାବିଲେ, ରପ୍ତାନି ଅନୁମତି କାଳ ହେଲା

"ନୂଆଦିଲ୍ଲୀ: ଦେଶରେ ଚିନି ଦରବୃଦ୍ଧି ପଛରେ ନୀତିଗତ ବିଫଳତାର ଏକ ବଡ଼ ଚିତ୍ର ସାମନାକୁ ଆସିଛି।

ଅତ୍ୟନ୍ତ ଖାମଖିଆଲି ଢଙ୍ଗରେ ଚିନି ନୀତିକୁ ପରିଚାଳନା କରାଯିବାରୁ ଏଭଳି ସଙ୍କଟ ସୃଷ୍ଟି ହୋଇଛି।

ଏହା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି।

ପ୍ରଥମଟି ହେଉଛି ଚିନି ଉତ୍ପାଦନର ତ୍ରୁଟିପୂର୍ଣ୍ଣ ଆକଳନ ଓ ଅନ୍ୟଟି ହେଉଛି ରପ୍ତାନି ଅନୁମତି।

ଉତ୍ପାଦନ ପୂର୍ବାନୁମାନକୁ ବଢ଼ାଇଚଢ଼ାଇ ଉପସ୍ଥାପନ କରାଯାଇଥିଲା।

କିନ୍ତୁ ପ୍ରକୃତରେ ସେତିକି ଚିନି ଉତ୍ପାଦନ ହୋଇନଥିଲା।

ବାସ୍ତବ ସ୍ଥିତିକୁ ନ ପରଖି ବାବୁମାନେ ଆକଳନକୁ ସତ ଭାବିଥିଲେ।

ପ୍ରକୃତରେ ଯେତିକି ଚିନି ନଥିଲା ତାଠାରୁ ଅଧିକ ଥିବା ବିଚାର କରି ରପ୍ତାନି ଅନୁମତି ଦେଇଥିଲେ।

ତାହା ହିଁ ଆଜିର ସଙ୍କଟକୁ ଡାକି ଆଣିଛି।

ନେଡି ଗୁଡ଼ କହୁଣିକୁ ଗଡ଼ିଯିବା ପରେ ଏବେ ଆମଦାନି ଓ ଷ୍ଟକ୍‌ ସୀମା ଧାର୍ଯ୍ୟ କରି ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।

୨୦୨୫ ଅକ୍ଟୋବର ପରଠାରୁ ଚିିନି ଦର ଉପରେ ଚାପ ବଢ଼ିବା ଆରମ୍ଭ ହୋଇଥିଲା।

ଉତ୍ପାଦନର ଭୁଲ୍‌ ଆକଳନ ହୋଇଛି ବୋଲି କେହି ବିଚାର କରିନଥିଲେ।

ଏଲ୍‌ନିନୋ ପ୍ରଭାବକୁ ମଧ୍ୟ ଅଣଦେଖା କରାଯାଇଥିଲା।

ଆଗକୁ ଆଖୁ ଉତ୍ପାଦନ କମିବା ଆଶଙ୍କା ଥିବା ସତ୍ତ୍ବେ ୨୦୨୫ ନଭେମ୍ବରରେ ସରକାର ୧.୫ ନିୟୁତ ଚିନି ରପ୍ତାନି କରିବାକୁ ଅନୁମତି ଦେଇଥିଲେ।

ପରବର୍ତ୍ତୀ ସମୟରେ ଆଉ ୦.୫ ନିୟୁତ ଟନ୍‌ ଚିନି ରପ୍ତାନି ପାଇଁ ଅନୁମତି ଦିଆଯାଇଥିଲା।

୨୦୨୬ ଫେବ୍ରୁଆରି ବେଳକୁ ଚିନି ଉତ୍ପାଦନ କମ୍‌ ହେଉଥିବାର ସଙ୍କେତ ମିଳିସାରିଥିଲା।

କିନ୍ତୁ ସରକାର ସେଥିପ୍ରତି ଧ୍ୟାନ ଦେଇନଥିଲେ।

ଚିନି କଳଗୁଡ଼ିକ ମଧ୍ୟ ମାସିକ ବିକ୍ରି କୋଟା ପୂରଣ କରିବାକୁ ସଂଘର୍ଷ କରୁଥିଲେ।

ତଥାପି କେହି ସତର୍କ ହୋଇନଥିଲେ।

ସେଭଳି ସ୍ଥିତି ସତ୍ତ୍ବେ ସରକାର ଫେବ୍ରୁଆରିରେ ଆଉ ୦.୫ ନିୟୁତ ଟନ୍‌ ଚିନି ରପ୍ତାନି ପାଇଁ ଅନୁମତି ଦେଇଥିଲେ।

ସ୍ଥିତି ଗମ୍ଭୀରତାକୁ ବୁଝି ରପ୍ତାନି କଟକଣା ଲଗାଇବା ପୂର୍ବରୁ ଦେଶ ବାହାରକୁ ୦.୮ ନିୟୁତ ଟନ୍‌ ଚିନି ଚାଲିଯାଇଥିଲା।

Advertisment Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଯେତିକି ନଥିଲା ତାଠୁ ଅଧିକ ଭାବିଲେରପ୍ତାନି ଅନୁମତି କାଳ ହେଲା୧୦ ବର୍ଷ ପରେ ପୁଣି ଆମଦାନି କରିବେଷ୍ଟକ୍‌ କଟକଣା ଲଗାଇଲେ ଚିନି ନୀତି ପରିଚାଳନାରେ ପୂର୍ବବର୍ଷର ବଳିଯାଇଥିବା ଷ୍ଟକ୍‌ ଓ ଆସୁଥିବା ବର୍ଷର ଉତ୍ପାଦନ ତଥ୍ୟ ବିଚାରକୁ ନିଆଯାଇଥାଏ।

ଦେଶର ଆବଶ୍ୟକତାଠାରୁ ଅତିକମ୍‌ରେ ୪-୬ ନିୟୁତ ଟନ୍‌ ଅଧିକ ଚିନି ରହିବା କଥା।

୨୦୨୫-୨୬ରେ ୪.୭ ନିୟୁତ ଟନ୍‌ର ବଳକା ଷ୍ଟକ୍‌ ଥିଲା।

ଚଳିତ ବର୍ଷ ପାଇଁ ୨୭.୯ ନିୟୁତ ଟନ୍‌ ଚିନି ଉତ୍ପାଦନ ହେବ ବୋଲି ଆକଳନ କରାଯାଇଥିଲା।

ଅର୍ଥାତ ପୂର୍ବବର୍ଷର ଷ୍ଟକ୍‌ ଓ ଚଳିତବର୍ଷର ଉତ୍ପାଦନକୁ ମିଶାଇବା ପରେ ମୋଟ୍‌ ଷ୍ଟକ୍‌ ୩୨.୬ ନିୟୁତ ଟନ୍‌ ହେବା କଥା।

୨୦୨୬-୨୭ରେ ୨୮ ନିୟୁତ ଟନ୍‌ ଚିନି ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି, ଯାହା ମୋଟ୍‌ ୩୨.୬ ନିୟୁତ ଟନ୍‌ ଷ୍ଟକ୍‌ ଅନୁସାରେ ଠିକ୍‌ ଥିଲା।

କିନ୍ତୁ ଦୁଇ ନିୟୁତ ଟନ୍‌ ଚିନି ରପ୍ତାନି ପାଇଁ ଅନୁମତି ଦେବା ହିଁ ବଡ଼ ବିପଦକୁ ଡାକି ଆଣିଛି।

ଇଥାନଲ ପାଇଁ ଅଧିକ ଆଖୁ ଯୋଗାଇବା ମଧ୍ୟ ଚିନି ସଙ୍କଟର ଅନ୍ୟତମ କାରଣ କୁହାଯାଉଛି।

ସେଥିପାଇଁ ସରକାର ଇଥାନଲ ପାଇଁ ଆଖୁ ଯୋଗାଣ ସାମୟିକ ବନ୍ଦ ରଖିବା ଉପରେ ବିଚାର କରୁଛନ୍ତି।

ଆଖୁ ବଦଳରେ ମକା ଓ ଚାଉଳ ଅଧିକ ଯୋଗାଇବାକୁ ଚାହୁଛନ୍ତି।

Voter ID: ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ ସମ୍ପ୍ରତି ସ୍ଥିତି ବିଗିଡ଼ି ଯାଇଥିବାରୁ ସରକାର ‌ଦୀର୍ଘ ୧୦ ବର୍ଷ ପରେ ଚିନି ଆମଦାନି କରିବାକୁ ବାହାରିଛନ୍ତି।

ଶେଷ ଥର ପାଇଁ ୨୦୧୬-୧୭ରେ ଚିନି ଆମଦାନି କରାଯାଇଥିଲା।

ତେବେ ଅକ୍ଟୋବର ୩୧ ସୁଦ୍ଧା ବିନା ଶୁଳ୍କରେ ୧ ନିୟୁତ ଟନ୍‌ ଚିନି ଆମଦାନି କରିବାରୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଚିନି ରପ୍ତାନିକୁ ଯଥେଷ୍ଟ ପୂର୍ବରୁ ଅଟକାଇ ଦେଇଥିଲେ ଆଜିର ସ୍ଥିତି ସୃଷ୍ଟି ହୋଇନଥାନ୍ତା।

ବର୍ତ୍ତମାନ ଦେଖାଦେଇଥିବା ସ୍ଥିତିର ଫାଇଦା ନେଇ ମୁନାଫାଖୋର ବ୍ୟବସାୟୀମାନେ କୃତ୍ରିମ ଅଭାବ ସୃଷ୍ଟି କରିବା ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଚିନି ଷ୍ଟକ୍‌ ଉପରେ କଟକଣା ଲଗାଇଛନ୍ତି।

ଆସନ୍ତା ସେପ୍ଟେମ୍ବର ୧ରୁ ତାହା ଲାଗୁ ହେବ।

ଯେଉଁ ବୃହତ୍‌ କ୍ରେତାମାନେ ମାସିକ ୧୦ ଟନ୍‌ରୁ ଅଧିକ ଚିନି ବ୍ୟବହାର କରୁଛନ୍ତି, ସେମାନେ ନିଜ ପାଖରେ କେବଳ ୧୫ ଦିନର ଷ୍ଟକ୍‌ ରଖିପାରିବେ।

ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଚିନି ଉପରେ ସେହି କଟକଣା ଜାରି ରହିବ।

ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ଚିନିର କଳାବଜାର ଓ ମହଜୁଦକୁ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media