Sugar Cause Cancer: ଅଧିକ ମିଠା ଖାଇଲେ ହୁଏ କି କ୍ୟାନ୍‌ସର? ଚିନି ଓ କ୍ୟାନ୍‌ସର ସମ୍ପର୍କରେ ଜାଣନ୍ତୁ ସତ୍ୟ

Nov 03, 2026 - 17:30
Sugar Cause Cancer: ଅଧିକ ମିଠା ଖାଇଲେ ହୁଏ କି କ୍ୟାନ୍‌ସର? ଚିନି ଓ କ୍ୟାନ୍‌ସର ସମ୍ପର୍କରେ ଜାଣନ୍ତୁ ସତ୍ୟ

ଆସନ୍ତା ଦୀପାବଳି ଓ ପର୍ବପର୍ବାଣୀ ସମୟରେ କାଜୁ କତଲି, ଲଡୁ ଓ ବରଫି ଭଳି ମିଠା ଘରେ ଘରେ ଦେଖିବାକୁ ମିଳେ।

ମିଠା ଖାଇବାକୁ ସମସ୍ତେ ଭଲ ପାଆନ୍ତି, କିନ୍ତୁ ମନରେ ଗୋଟିଏ ପ୍ରଶ୍ନ ସବୁବେଳେ ଆସେ ଅଧିକ ମିଠା ଖାଇଲେ କଣ କ୍ୟାନସର ହୁଏ କି?

କ୍ୟାନସର କୋଷଗୁଡ଼ିକ କଣ ପ୍ରକୃତରେ ଚିନି ବା ଗ୍ଲୋକୋଜ୍ ଦ୍ୱାରା ବଢ଼ିଥାଆନ୍ତି?

ଆସନ୍ତୁ ଜାଣିବା ଏହି ବିଷୟରେ ଜଣେ ବିଶେଷଜ୍ଞ ଅଙ୍କୋଲୋଜିଷ୍ଟ କ'ଣ କହୁଛନ୍ତି।

Advertisment ଆହୁରି ପଢ଼ନ୍ତୁ: ଯୁବକଙ୍କୁକୁ ଅପହରଣ-ଅପ୍ରାକୃତିକ ଯୌନ ସମ୍ପର୍କ ସହ ହତ୍ୟା ଉଦ୍ୟମ ମାମଲାରେ ଏଡିଜେ କୋର୍ଟଙ୍କ ବଡ଼ ରାୟ ନୋଏଡାର ମେଦାନ୍ତ ହସ୍ପିଟାଲର ବରିଷ୍ଠ କନ୍‌ସଲଟାଣ୍ଟ ମେଡିକାଲ୍ ଅଙ୍କୋଲୋଜିଷ୍ଟ ଡକ୍ଟର ଅଙ୍କୁର ନନ୍ଦନ ବର୍ଷନେୟଙ୍କ କହିବା ଅନୁଯାୟୀ, କ୍ୟାନର ଓ ଚିନିର ସମ୍ପର୍ଣ୍ଣ ସତ୍ୟତା ନିମ୍ନପ୍ରକାରେ ରହିଛି: ୧.

ଚିନି କଣ ସିଧାସଳଖ କ୍ୟାନ୍‌ସର କୋଷଗୁଡ଼ିକୁ ବଢ଼ାଇଥାଏ? “ଶରୀରର ସାଧାରଣ କୋଷଗୁଡ଼ିକ ପରି କ୍ୟାନ୍‌ସର କୋଷଗୁଡ଼ିକ ମଧ୍ୟ ଗ୍ଲୁକୋଜ୍‌ ବ୍ୟବହାର କରିଥାଆନ୍ତି।

କିନ୍ତୁ କେବଳ ଏତିକି କାରଣରୁ ମିଠା ଖାଇବା ଦ୍ୱାରା ସିଧାସଳଖ କ୍ୟାନ୍ସର ହୁଏ କିମ୍ବା ଟ୍ୟୁମର୍ ଶୀଘ୍ର ବଢ଼ିଯାଏ ବୋଲି କୁହାଯାଇପାରିବ ନାହିଁ।

କ୍ୟାନସର ଏକ ଜଟିଳ ରୋଗ, ଯାହା ଅନେକ ଜୈବିକ ଏବଂ ପରିବେଶଗତ କାରଣରୁ ହୋଇଥାଏ।

ତେଣୁ କେବଳ ଚିନିକୁ ଦାୟୀ କରି ଖାଦ୍ୟ ପ୍ରତି ଭୟ ସୃଷ୍ଟି କରିବା ଠିକ୍ ନୁହେଁ, ” ବୋଲି ଡକ୍ଟର ବର୍ଷନେୟ କୁହନ୍ତି।

ତେବେ, ଅତ୍ୟଧିକ ଚିନିଯୁକ୍ତ ଖାଦ୍ୟ, ମିଠା ପାନୀୟ ଏବଂ ପ୍ରୋସେସ୍ଡ୍ ଖାଦ୍ୟ ନିୟମିତ ଖାଇବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ପାଇଥାଏ।

ଅଧିକ ଓଜନ ବୃଦ୍ଧି ପାଇଲେ ସ୍ତନ କ୍ୟାନ୍‌ସର, କୋଲୋରେକ୍ଟାଲ୍ କ୍ୟାନ୍‌ସର ଓ ଏଣ୍ଡୋମେଟ୍ରିଆଲ୍ କ୍ୟାନର ଭଳି ବିଭିନ୍ନ ପ୍ରକାରର କ୍ୟାନରର ଆଶଙ୍କା ବଢ଼ିଯାଇଥାଏ।

୨.

ପର୍ବପର୍ବାଣୀରେ ଅଳ୍ପ ମିଠା ଖାଇବା କଣ କ୍ଷତିକାରକ କି?

ପର୍ବଦିନଗୁଡ଼ିକରେ ଆମେ ବିଭିନ୍ନ ସୁଆଦିଆ ମିଠା ଖାଇଥାଉ।

ଡକ୍ଟର ବର୍ଷନେୟଙ୍କ ମତରେ, ପରିବାର ସହିତ ମିଶି ପର୍ବରେ ଗୋଟିଏ କିମ୍ବା ଦୁଇଟି ମିଠା ଖାଇବା ଏବଂ ବର୍ଷସାରା ଅଧିକ ପରିମାଣରେ ମିଠା ତଥା କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଭିତରେ ବହୁତ ଫରକ୍ ଅଛି।

ପର୍ବ ସମୟରେ ଅତ୍ୟଧିକ ଚିନ୍ତା ନ କରି ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।

ମିଠା ଖାଆନ୍ତୁ କିନ୍ତୁ ମାତ୍ରା ପ୍ରତି ଧ୍ୟାନ ଦିଅନ୍ତୁ।

କେବଳ ଖାଦ୍ୟ ନୁହେଁ, ବରଂ ବ୍ୟାୟାମ ଓ ଶାରୀରିକ ସକ୍ରିୟତା ଅଭାବ ଏବଂ ଓଜନ ବୃଦ୍ଧି ଅଧିକ ଚିନ୍ତାର ବିଷୟ।

୩.

ସମ୍ପୂର୍ଣ୍ଣ ଭାବରେ ଚିନି ଛାଡ଼ିଦେବା ଉଚିତ୍?

କ୍ୟାନସର ରୋଗ ନିର୍ଣ୍ଣୟ ହେବା ପରେ ଲୋକମାନେ ପ୍ରାୟତଃ ଭୟଭୀତ ହୋଇ ଚିନି ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି, ଯେପରିକି ଏହାଦ୍ୱାରା ଟ୍ୟୁମର୍ ନଷ୍ଟ ହୋଇଯିବ।

କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।

ବରଂ ଚିକିତ୍ସାଧୀନ ଥିବା ରୋଗୀମାନଙ୍କୁ ଶକ୍ତି, ପ୍ରୋଟିନ୍ ଏବଂ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଥାଏ।

ଆହୁରି ପଢ଼ନ୍ତୁ: ଭାରତରେ ଆପଲ୍‌ର ରେକର୍ଡ ରାଜସ୍ୱ ହାସଲ ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)