Sudden Floodwaters Trap 13 Farmers: ବନ୍ୟାରେ ଫସିଥିବା ୧୩ ଚାଷୀ ଉଦ୍ଧାର, ହଠାତ୍ ମାଡି ଆସିଥିଲା ପାଣି
ବନ୍ୟା ପାଣିରେ ଫସିଥିବା ୧୩ ଚାଷୀ ଉଦ୍ଧାର। ରାତି ୨ଟାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉନ୍ଦେର ନଦୀରେ ବନ୍ୟା ପାଣି ମାଡି ଆସିବାରୁ ଫସି ଯାଇଥିଲେ ୧୩ ଚାଷୀ। ଟିଟିଲାଗଡ଼ ଉପ ଜିଲ୍ଲାପାଳ ଖବର ପାଇ ଅଗ୍ନିଶମ ବିଭାଗର ସହାୟତାରେ ରାତି ୨ଟାରେ ଚାଷୀଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଚାଷୀଙ୍କ ମଧ୍ୟରେ କଣ୍ଡରା ଗାଁର ୪ ଜଣ, ଶୁଣ୍ଡିମୁଣ୍ଡା ଗାଁର ୪ ଓ ଗାନ୍ଧ ଗାନ୍ଧର୍ଲା ଗାଁର ୫ଜଣ ଚାଷୀ ରହିଥିଲେ।
ଅନ୍ୟ ଘଟଣାରେ ଲଗାଣ ବର୍ଷାରେ ଭୁସୁଡିଲା କାନ୍ଥ। କାନ୍ଥ ତଳେ ଚାପି ହୋଇ ଜଣେ ମହିଳା ମୃତ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଇଚ୍ଛାପୁର ପଞ୍ଚାୟତ ବାଘଡ଼ଙ୍ଗରି ଗାଁରେ ଅଭାବନୀୟ ଘଟଣା। ଲଗାଣ ବର୍ଷାରେ ଭିଜି ଦୁର୍ବଳ ହୋଇପଡ଼ିଥିଲା କାନ୍ଥ।
ଶୌଚ ପାଇଁ ଯିବା ବେଳେ କାନ୍ଥ ପଡି ରୁକୁଣି ବଛାଙ୍କର ମୃତ୍ୟୁ ହୋଇଛି। ସେପଟେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଂଚାୟତ ପହଣ୍ଡି ଗାଁରେ ପ୍ରବଳ ବର୍ଷା ଯୋଗୁଁ ଜଣଙ୍କ ଘର ଭାଙ୍ଗିଯିବା ସହ କାନ୍ଥ ଭୁଶୁଡି ପଡିଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି I
ବନ୍ୟା ପାଣିରେ ଫସିଥିବା ୧୩ ଚାଷୀ ଉଦ୍ଧାର
ରାତି ୨ଟାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ଟିଟିଲାଗଡ ଉନ୍ଦେର ନଦୀରେ ପାଣି ଆସିଯିବାରୁ ଫସି ଯାଇଥିଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।