Successful Women: ଖଲିଚଉପତିରୁ ସଫଳ ମହିଳା ଉଦ୍ୟୋଗୀ

Sep 15, 2026 - 15:39
Successful Women: ଖଲିଚଉପତିରୁ ସଫଳ ମହିଳା ଉଦ୍ୟୋଗୀ

"ଢ଼େଙ୍କାନାଳ: ଢ଼େଙ୍କାନାଳ ସହର ଉପକଣ୍ଠ, ଭଗବାନପୁର ଅଞ୍ଚଳରେ ମଧୁସ୍ମିତା ସିଂହ କାଗଜ ର୍ନିମିତ ଖଲିଚଉପତି ତିଆରି କରି ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ।

ପରିବାରକୁ ଆର୍ଥିକ ସହଯୋଗ କରିବା ପାଇଁ ଚିନ୍ତା କରି ଗାଁର କେତେକ ମହିଳାଙ୍କୁ ନେଇ ମା ଡାଳୁଆଶୁଣି ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ସେ ଏହି ଉଦ୍ୟାଗ ଚଳାଇଛନ୍ତି ।

Advertisment ଅନ୍ୟାନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି ମଧୁସ୍ମିତା ସୂଚନାନୁଯାୟୀ, ପ୍ରାୟ ଦେଢ଼ ବର୍ଷ ତଳେ ସରକାରଙ୍କ ସହଯୋଗରେ ମଧୁସ୍ମିତା ଏକ ଖଲିଚଉପତି ମେସିନ ଆଣିଥିଲେ ।

ଏଥିପାଇଁ ଆବଶ୍ୟକ କାଗଜପଟି ଓ କୋଟିଂ ପାଇଁ ବଜାରରୁ ପଲିଥିନ ଆଣିଥିଲେ ।

ମହିଳାମାନେ ନିଜ ଅବସର ସମୟରେ ମେସିନ ମାଧ୍ୟମରେ ବିଭିନ୍ନ ଆକାରର ଖଲି ଓ ଚଉପତି ପ୍ରସ୍ତୁତ ଆରମ୍ଭ କରିଥିଲେ।

ଏବେ ମଧୁସ୍ମିତାଙ୍କ ନେତୃତ୍ବରେ ଉଦ୍ୟୋଗୀ ମହିଳାମାନେ ସେଗୁଡିକୁ ଦହିବରା ଓ ଅନ୍ୟାନ୍ୟ ଫାଷ୍ଟଫୁଡ ଦୋକାନରେ ମଧ୍ୟ ବିକ୍ରି କରୁଛନ୍ତି ।

ଫଳରେ ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟାନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି।

କଳାକାରମାନେ ରାଷ୍ଟ୍ରପତି ତଥା ଉପସ୍ଥିତ ଅତିଥିମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)