Accident: ପାରାଦୀପ ରାସ୍ତାରେ ସିରିଜ୍ ଦୁର୍ଘଟଣା: ତିନି କାରକୁ ଧକା ଦେଲା ଯାତ୍ରୀବାହୀ ବସ୍

Jun 27, 2026 - 10:16
Accident: ପାରାଦୀପ ରାସ୍ତାରେ ସିରିଜ୍ ଦୁର୍ଘଟଣା: ତିନି କାରକୁ ଧକା ଦେଲା ଯାତ୍ରୀବାହୀ ବସ୍

"ଜଗତସିଂହପୁର: କଟକ-ପାରାଦୀପ ରାସ୍ତା ଦିନକୁ ଦିନ ବିପଜ୍ଜନକ ହେଉଛି।

ଶୁକ୍ରବାର ସିରିଜ୍ ଦୁର୍ଘଟଣା ଘଟିଥିଲା।

ତିନୋଟି କାରକୁ ଧକ୍କା ଦେଇଥିଲା ବସ୍।

ପାରାଦୀପରୁ କଟକ ଅଭିମୁଖେ ଯାଉଥିବା ତ୍ରିଦେବୀ ଯାତ୍ରୀବାହୀ ବସ୍ ନୂଆଗଡ଼ ନିକଟରେ ଦ୍ରୁତଗତିରେ ଆସୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ତିନୋଟି କାରକୁ ପଛପଟୁ ଧକ୍କା ଦେଇଥିଲା।Advertisment ଯାତ୍ରୀମାନେ ସୁରକ୍ଷିତ ଧକ୍କାରେ ତିନୋଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ୍‌ର ସାମ୍ନା କାଚ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା।

ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା।

ବସ୍ ଓ କାର ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।

ଘଟଣା ସ୍ଥଳରେ ଲକ୍ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Murder: ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ "