Substandard Mid-Day Meals ନିମ୍ନମାନର ସାମଗ୍ରୀରେ ପ୍ରସ୍ତୁତ ମଧ୍ୟାହ୍ନଭୋଜନ ଖାଉଛନ୍ତି ନବରଙ୍ଗପୁର ଜିଲ୍ଲାର ଛାତ୍ରଛାତ୍ରୀ

Aug 28, 2026 - 20:16
Substandard Mid-Day Meals ନିମ୍ନମାନର ସାମଗ୍ରୀରେ ପ୍ରସ୍ତୁତ ମଧ୍ୟାହ୍ନଭୋଜନ ଖାଉଛନ୍ତି ନବରଙ୍ଗପୁର ଜିଲ୍ଲାର ଛାତ୍ରଛାତ୍ରୀ

"ନବରଙ୍ଗପୁର(ସୁରେଶ ନାଇଡ଼ୁ): ଜିଲ୍ଲାର ବହୁ ସ୍କୁଲରେ ମଧ୍ୟାହ୍ନଭୋଜନରେ ନିମ୍ନମାନର ତେଲ, ଡାଲି, ସୋୟାବିନ୍‌ ଆଦି ସାମଗ୍ରୀ ବ୍ୟବହାର କରାଯାଉଛି।

ନିକଟରେ ଜିଲ୍ଲାପାଳ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନରେ ଯାଇ ଏହା ଲକ୍ଷ୍ୟ କରିଛନ୍ତି।

Advertisment ଜିଲ୍ଲାପାଳ ଡ ମହେଶ୍ବର ସ୍ବାଇଁ ରାଇଘର, ତେନ୍ତୁଳିଖୁଣ୍ଟି, ଡାବୁଗାଁ, ଉମରକୋଟ, କୋଷାଗୁମୁଡା ଓ ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ଏସ୍‌ଏସ୍‌ଡି , ଶିକ୍ଷା ବିଭାଗର ସ୍କୁଲଗୁଡ଼ିକୁ ଯାଇ ସ୍କୁଲର ପରିଚ୍ଛନ୍ନତା, ପାଠପଢ଼ା ଏବଂ ମଧ୍ୟାହ୍ନଭୋଜନ ଯାଞ୍ଚ କରିଛନ୍ତି।

ଯାଞ୍ଚ ସମୟରେ ନିମ୍ନମାନର ସାମଗ୍ରୀରେ ଡାଲି, ତରକାରୀ ଆଦି ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଛନ୍ତି।

ରାଇଘର ବ୍ଲକର ହାଟଭରଣ୍ଡି ସ୍କୁଲରେ ପ୍ୟାକିଂ ଥିବା ସାମଗ୍ରୀରେ ଏଫ୍‌ଏସ୍‌ଏସ୍‌ଆଇ ସ୍ବୀକୃତି ନଥିବା ଦେଖିଥିଲେ।

ସ୍କୁଲ କର୍ତ୍ତୃପକ୍ଷ, ଏହି ସମସ୍ତ ସାମଗ୍ରୀ ହାଟଭରଣ୍ଡି ବଜାରରେ ଥବା ଦୋକାନରୁ କିଣିଆଣିଥିବା ଜଣାଇଥିଲେ।

ଜିଲ୍ଲାପାଳ, ବିଡିଓଙ୍କୁ ନେଇ ଉକ୍ତ ଦୋକାନ ଯାଞ୍ଚ କରିବା ବେଳେ ପଡୋଶୀ ଛତିଶଗଡ଼ର ରାୟପୁରରୁ ମାନକବିହୀନ ରାସନ ସାମଗ୍ରୀ ଆଣୁଥିବା ଦେଖିବାକୁ ମିଳିଥିଲା।।

Mid day meal: ଖାଇଗଲେ ମଧ୍ୟାହ୍ନ ଭୋଜନ ଚାଉଳ: ପିଲାଙ୍କ ଟଙ୍କା ନେଇଗଲେ ପ୍ରଧାନଶିକ୍ଷକ, କୋଭିଡ୍‌ ସମୟରେ ଶସ୍ୟ ଦେଲେନି ଖବର ନେବାକୁ ଜଣାଯାଇଛି, ଜିଲ୍ଲାରେ ୧୮୦୪ଟି ସ୍କୁଲରେ ପିଏମ୍ ପୋଷଣରେ ବାଲବାଟିକାରୁ ୮ମ ଯାଏଁ ୧୯୧,୬୧୪ଜଣ   ଓ ସିଏମ୍ ପୋଷଣରେ ୨୩୪ଟି ହାଇସ୍କୁଲରେ ୯ମ ଓ ଦଶମ ପଢ଼ୁଥିବା ୪୨,୪୬୨ଜଣ ଛାତ୍ରଛାତ୍ରୀ ଅଛନ୍ତି।

ଏଭଳି ମୋଟ ୨,୩୪,୦୭୬ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି।

୧୦୮୦ଟି ସ୍କୁଲରେ ଏସଏଚଜି ଓ ୭୨୫ଟିରେ ଏସ୍‌ଏମ୍‌ସି ରୋଷଇ କରି ଦେଉଛନ୍ତି।

ଜିଲ୍ଲାରେ ୫୦୦ ଊର୍ଦ୍ଧ୍ବ ସ୍କୁଲରେ ଏ ପର୍ଯ୍ୟନ୍ତ ରୋଷଇ ଘର ନାହିଁ ।

ଯଦି ବା କିଛି ସ୍କୁଲରେ ରୋଷଇ ଘର ରହିଛି ସେହି ଘର ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ।

କେଉଁଟି ଟିଣ ଉଡିଯାଇଛି ତ ଆଉ‌ କେଉଁଟି ଗୋଦାମ ଘର ପାଲଟିଛି।

ଜିଲ୍ଲାର ୩୦୦ ସ୍କୁଲକୁ ଏଯାଏଁ ବିଦ୍ୟୁତ ସଂଯୋଗ ଓ ୬୮୭ସ୍କୁଲରେ ଏଲପିଜି ଗ୍ୟାସ୍ ‌ସଂଯୋଗ ହୋଇପାରିନି।

୫୦୦ରୁ ଊର୍ଦ୍ଧ୍ବ ସ୍କୁଲରେ ନଳକୂଅ ନାହିଁ।

ଖାଇବା ପୂର୍ବରୁ ଭଲ ଭାବେ ହାତ ଧୋଇବା, ଖାଇବା ପ୍ଲେଟ୍ ଧୋଇବା, ଖାଇବା ପରେ ହାତ ଓ ପ୍ଲେଟ୍ ଧୋଇବା ପାଇଁ କେବଳ ୩୫୦ଟି ସ୍କୁଲରେ ବ୍ୟବସ୍ଥା ଥିବା ବେଳେ  ବଳକା ୧୬୮୬ସ୍କୁଲରେ ଏହା ନିର୍ମାଣ ହୋଇପାରିନାହିଁ।

ପୃଷ୍ଟିକର ବଗିଚା ରହିଛି, କିନ୍ତୁ ଅଧିକାଂଶ ସ୍କୁଲରେ ପନିପରିବା ଗଛ ନାହିଁ।

Odisha Cabinet decisions ରାଜ୍ୟ ମନ୍ତ୍ରିମଣ୍ଡଳର ୧୨ ଫୈସଲା: କେଜିରୁ ପିଜି ଶିକ୍ଷା ଦେୟ ମୁକ୍ତ, ୧୦ମ ଶ୍ରେଣୀ ଯାଏଁ ମଧ୍ୟାହ୍‌ଣ ଭୋଜନ  ଏନେଇ ଜିଲ୍ଲାଶିକ୍ଷାଅଧିକାରୀ ଛତ୍ରପତି ସାହୁ କହିଛନ୍ତି, ବାରମ୍ବାର ତାଗିଦ୍ ସତ୍ତ୍ବେ ଶିକ୍ଷକ, ଏସଏମସିଓ, ଏସଏଚଜି ଗୃପମାନେ ସ୍ଥାନୀୟ ବଜାରରୁ ଖୁଚୁରା ସାମଗ୍ରୀ କିଣି ରୋଷଇ କରି ଦେଉଛନ୍ତି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସମ୍ପ୍ରତି ଏଡିଇଓ , ବିଇଓ, ଏବିଇଓ ଓ ସିଆରସିସିମାନେ ବିଦ୍ୟାଳୟ ବୁଲି ତ୍ରିସ୍ତରୀୟ ଯାଞ୍ଚ କରୁଛନ୍ତି।

ପ୍ରଧାନଶିକ୍ଷକ ବୈଠକରେ ମଧ୍ୟ ପ୍ୟାକିଂ ଏବଂ ଏଫଏସଏସଆଇ ଲ‌ୋଗ ଥିବା ଜିନିଷ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)