Subhashit: ସୁଭାଷିତ: ଜୀବନପ୍ରଦୀପରେ ଆୟୁତୈଳ ଭଗବାନ ହିଁ ଦିଅନ୍ତି

Aug 21, 2026 - 07:04
Subhashit: ସୁଭାଷିତ: ଜୀବନପ୍ରଦୀପରେ ଆୟୁତୈଳ ଭଗବାନ ହିଁ ଦିଅନ୍ତି

"ଜୀବନ ପ୍ରଦୀପ      ଜଳୁଥାଏ ଦେହେଆୟୁସ୍ତୈଳ ଥିବାଯାଏ,ଆୟୁସ୍ତୈଳ ସବୁ     ନିଃଶେଷିତ ହେଲେନିର୍ବାଣ ସେ ହୋଇଯାଏ।ଅଚିନ୍ତ୍ୟ ପୁରୁଷ      ହସ୍ତେ ଅଛି ସେହିତୈଳ ଦେବା ଅଧିକାର,ଅପକ୍ଷପାତରେ      ବଣ୍ଟନ କରନ୍ତିକର୍ମ ଦେଖି ଯେ ଯାହାର।-ଗଙ୍ଗାଧର ମେହେର, ଇନ୍ଦୁମତୀAdvertisment ଶ୍ରାବଣ ପୂର୍ଣ୍ଣିମା- ସ୍ବଭାବକବି ଗଙ୍ଗାଧର ମେହେରଙ୍କର ପବିତ୍ର ଜୟନ୍ତୀ।

ଓଡ଼ିଶାର ବରଗଡ଼ ଜିଲ୍ଲାର ବରପାଲିଠାରେ ୧୮୬୨ ମସିହା, ଅଗଷ୍ଟ ମାସ ୯ ତାରିଖ, ଶ୍ରାବଣ ପୂର୍ଣ୍ଣିମା ତିଥିରେ ସେ ଜନ୍ମଗ୍ରହଣ କରିଥିଲେ।

ତାଙ୍କର ପରିବାର ଥିଲା ପାରମ୍ପରିକ ବସ୍ତ୍ରବୟନକାରୀ "ଦେବାଙ୍ଗ" ଜାତିର ଭୁଲିଆ ପରିବାର।

କିନ୍ତୁ ଅସାମାନ୍ୟ କବିପ୍ରତିଭା ବଳରେ ସେ ଯେଉଁସବୁ କାବ୍ୟ-ବସ୍ତ୍ର ବୟନ କରିଯାଇଛନ୍ତି, ତାହା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ବହୁଭାବରେ ସମୃଦ୍ଧ କରିଛି।

Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ "ଇନ୍ଦୁମତୀ" ଗଙ୍ଗାଧରଙ୍କ ରଚିତ ଏକ ଦିବ୍ୟ କାବ୍ୟ-ବସ୍ତ୍ର।

ତାହାର ରଚନାକାଳ ୧୮୯୩ ଖ୍ରୀଷ୍ଟାବ୍ଦ।

ତାଙ୍କର ସମକାଳୀନ କବି, କବିବର ରାଧାନାଥ ରାୟ ସେ ସଂପର୍କରେ ମନ୍ତବ୍ୟ ଦେଇ ଲେଖିଛନ୍ତି- “ଗ୍ରନ୍ଥକାର ଉଚ୍ଚଶିକ୍ଷାର ସୁବିଧା ପାଇ ନ ଥିଲେ; ମାତ୍ର ତାହାଙ୍କର ନୈସର୍ଗିକ ପ୍ରତିଭା ସେହି ଅଭାବ ପୂରଣ କରିଦେଇଅଛି।

ସେହି ପ୍ରତିଭା ବଳରେ ସେ ପ୍ରକୃତିର ସୌନ୍ଦର୍ଯ୍ୟ ପରୋକ୍ଷ ଭାବରେ ପୁସ୍ତକରେ ନ ଦେଖି ସେଥିରେ ଚାକ୍ଷୁଷ ପ୍ରତ୍ୟକ୍ଷ କରିଅଛନ୍ତି ଏବଂ ଯାହା ଦେଖିଅଛନ୍ତି, ତାହା ଯଥାଯଥ ବର୍ଣ୍ଣନା କରିଅଛନ୍ତି।” ତେବେ, କେବଳ ପ୍ରକୃତିକବି ବା ସ୍ବଭାବକବି ଭାବରେ ନୁହେଁ, ମାନବଚିତ୍ତର ଓ ଈଶ୍ବର ଚିନ୍ତନର କଥା ମଧ୍ୟ ଗଙ୍ଗାଧରଙ୍କ ରଚନାଗୁଡ଼ିକରେ ବିଶେଷଭାବରେ ଲକ୍ଷ୍ୟ କରାଯାଏ।

ଉପରୋକ୍ତ ସୁଭାଷିତ ତାହାର ଏକ ଉଦାହରଣ।

Zonal Council Meeting: ଆଞ୍ଚଳିକ ପ୍ରତିନିଧିତ୍ୱ ସୁରକ୍ଷା ଓ ଆର୍ଥିକ ସ୍ୱାୟତ୍ତତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି ଏ ସଂସାରରେ ମନୁଷ୍ୟ ଓ ତା"ର ଜୀବନ ବା ଆୟୁକାଳ ସଂପର୍କରେ ଊଣାଅଧିକେ ପ୍ରାୟ ସବୁ କବି ଓ ସାହିତ୍ୟକାର ଲେଖିଛନ୍ତି।

ଗଙ୍ଗାଧର ତାହାର ବ୍ୟତିକ୍ରମ ନୁହନ୍ତି।

ଜୀବନକୁ ଏକ ପ୍ରଦୀପ ଓ ଆୟୁକୁ ସେହି ପ୍ରଦୀପର ତୈଳ ବୋଲି ମଧ୍ୟ ଅନେକେ କହିଛନ୍ତି।

ଗଙ୍ଗାଧର କିନ୍ତୁ ସେଥିରେ ଈଶ୍ବରଙ୍କର ଭୂମିକା ଓ ଅଧିକାର ସଂପର୍କରେ ଏହି ସୁଭାଷିତରେ କହିଛନ୍ତି।

ସେ କହିଛନ୍ତି- ଆୟୁଷ ହେଉଛି ଆମ ଜୀବନପ୍ରଦୀପର ତୈଳ।

ଆମ ଦେହରେ ସେହି ତୈଳ ଥିବାଯାଏ ଆମ ଜୀବନର ଦୀପ ଜଳୁଥାଏ।

ଆୟୁତୈଳ ଶେଷ ହୋଇଗଲେ ଆମ ଜୀବନର ଦୀପ ଲିଭିଯାଏ ବା ନିର୍ବାଣ ଲାଭ କରେ। "ଅଚିନ୍ତ୍ୟ ପୁରୁଷ" ବା ପରମାତ୍ମା ପରମେଶ୍ବର ହିଁ ତାହା ଦେଇଥାଆନ୍ତି।

ସେହି ଆୟୁତୈଳ ପ୍ରଦାନର ଅଧିକାର କେବଳ ତାଙ୍କର।

ସେ କୌଣସି ପକ୍ଷପାତିତା ନ ରଖି ତାହା କରିଥାଆନ୍ତି।

ଆମର କର୍ମର ଫଳ ଅନୁସାରେ ଆମକୁ ସେହି ଆୟୁତୈଳ ମିଳିଥାଏ।

ଏହା କହିବା ମଧ୍ୟରେ ଗଙ୍ଗାଧର ମେହେର ଆମକୁ ସତ୍‌କର୍ମ କରିଚାଲିବା ଦିଗରେ ହିଁ ପ୍ରରୋଚିତ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media