13 JUNE 2026

Welcome!

Unlock your personalized experience.
Sign Up

Rathkhala: ରଥଖଳା: ସଂଯୋଗ ହେଲା ତୃତୀୟ ଭୂଇଁ

Jun 12, 2026 - 11:04
Rathkhala: ରଥଖଳା: ସଂଯୋଗ ହେଲା ତୃତୀୟ ଭୂଇଁ

ପୁରୀ: ରଥ ନିର୍ମାଣର ଆଜି ଥିଲା ୫୨ତମ ଦିବସ। ଗତକାଲି ତିନି ରଥରେ ଚଉଦ ନାହାକା ବୁଲିବା ସହ ପ୍ରଥମ ଭୂଇଁ ଓ ଦ୍ବିତୀୟ ଭୂଇଁ ସଂଯୋଗ ହୋଇଥିଲା। ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସହଯୋଗୀ ମହାରଣାମାନେ ମିଶି ତିନି ରଥରେ ସଂଯୋଗ ପାଇଁ ଢମକ, ପୋଟଳ ପାଳେଣି, ଖମ୍ବି ଓ ଓରା ଯୋଗାଇ ଦେଇଥିଲେ। ଢମକ ପକାଇବା ପରେ ଭୋଇ ସେବକମାନେ ଆଜି ତୃତୀୟ ଭୂଇଁ (ଅଗ ଭୂଇଁ) ଉଠାଇ ସଂଯୋଗ କରିଛନ୍ତି। 

Ratha yatra: ରଥଯାତ୍ରା ବ୍ୟବସ୍ଥାବଳୀକୁ ମୋହର: ରତ୍ନଭଣ୍ଡାର ଗଣତିମଣତି ସ୍ଥଗିତ, ନୀଳାଦ୍ରି ବିଜେ ପରେ ନିଷ୍ପତ୍ତି

ଗତକାଲି ତୃତୀୟ ଭୂଇଁ ଫ୍ରେମ୍‌ ନିର୍ମାଣ ସରିଥିଲା। ଅଗ ଭୂଇଁ ଫ୍ରେମ୍‌ ଶେଷ ହେବା ପରେ ବିଭିନ୍ନ ଅଂଶଗୁଡ଼ିକର ନମ୍ବରିଂ କାର୍ଯ୍ୟ ଶେଷ କରିଥିଲେ। ରୂପକାର ସେବକମାନେ ତିନିରଥର ୮ଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ସହ ତିନିରଥର ଗୋଟିଏ ଗୋଟିଏ ଚାର ପରିଛାରେ ପଦ୍ମ ଫୁଲ, ପଦ୍ମ କଢ଼ି ଡାଳି ଲତା ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ପ୍ରଥମ ଭୂଇଁ ଓ ଦ୍ୱିତୀୟ ଭୂଇଁ ବିଡିଆ କଣ୍ଟା ନିର୍ମାଣ ଶେଷ ପରେ ତୃତୀୟ ଭୂଇଁ ବିଡିଆ କଣ୍ଟା ନିର୍ମାଣ ସହ ପୋଟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ପାହି ମହାରଣାମାନେ ଦୋଳବେଦିଠାରେ ମହାପ୍ରଭୁଙ୍କ ଅଣସର ତଥା ରଥଯାତ୍ରା ସେବା ପୂଜା ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି। ତିନି ରଥର ୭୭ ମହାରଣା ସେବକ, ୭୫ ଭୋଇ ସେବକ, ୨୦ ରୂପକାର ସେବକ, ୨୦ ଓଝା କମାର ସେବକ, ୪ କରତି ସେବକ, ୨ ଜଣ ବିନ୍ଧ କାରିଗର, ୨ ଜଣ ପାହି ମହାରଣା ଓ ଜଣେ ସହାୟକଙ୍କ ସହ ୨୦୦ରୁ ଊର୍ଧ୍ବ ସେବକ ସେବା ଯୋଗାଇଛନ୍ତି।

Ratha yatra: ରଥଖଳା: ସରିଲା ଚକ-ଅଖ ଡେରା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।