Student Dies at Bankeswari Ghat: ସେଲଫି ବେଳେ ଖସିପଡ଼ିଲେ ନା କିଏ ଠେଲିଦେଲେ? ବାନ୍ଧବୀଙ୍କର ମିଳୁନି ପତ୍ତା, କୁଆଡ଼େ ଗଲା ମୋବାଇଲ…

Nov 27, 2026 - 10:48
Student Dies at Bankeswari Ghat: ସେଲଫି ବେଳେ ଖସିପଡ଼ିଲେ ନା କିଏ ଠେଲିଦେଲେ? ବାନ୍ଧବୀଙ୍କର ମିଳୁନି ପତ୍ତା, କୁଆଡ଼େ ଗଲା ମୋବାଇଲ…

ଗଞ୍ଜାମ ଦିଗପହଣ୍ଡି ବାଙ୍କେଶ୍ୱରୀ ଘାଟିର ମାଗୁରମା ନାଳରେ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ସନ୍ଦେହ।

ସେଲଫି ବେଳେ ପଡ଼ିଲେ ନା କିଏ ଠେଲିଦେଲା..

ସେନେଇ ଉଠିଛି ବଡ଼ ପ୍ରଶ୍ନ।

ତେବେ ମୃତ ଛାତ୍ର ହେଉଛନ୍ତି ଆନ୍ଧ୍ରପ୍ରଦେଶ ପଲାସା ଅଞ୍ଚଳର ଓମ୍ ସାଇ ଶଙ୍କର ପଣ୍ଡା।

ସୂଚନା ଅନୁସାରେ, ଓମ୍ ନିଜର ଜଣେ ବାନ୍ଧବୀଙ୍କ ସହ ବାଙ୍କେଶ୍ୱରୀ ମନ୍ଦିର ଦର୍ଶନ ପରେ ମାଗୁରମା ନାଳ ନିକଟକୁ ଯାଇଥିଲେ।

Advertisment ସେଠାରେ ଭିଡିଓ କରୁଥିବା ବେଳେ ଗୋଡ଼ ଖସି ପାଣିରେ ପଡ଼ିଯାଇଥିବା ଯୁବତୀ ଜଣକ କହିଥିଲେ।

ପରେ ଗାଁ ଲୋକଙ୍କ ସହାୟତାରେ ପ୍ରାୟ ଦୁଇ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଓମଙ୍କୁ ଉଦ୍ଧାର କରାଯାଇଥିଲା।

ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

କିନ୍ତୁ ଘଟଣା ପରେ ଓମଙ୍କ ବାନ୍ଧବୀଙ୍କ ପତ୍ତା ମିଳୁନଥିବା ଏବଂ ମୋବାଇଲ୍ ନିଖୋଜ ଥିବା ଖବରକୁ ନେଇ ସନ୍ଦେହ ବଢ଼ିଛି।

ପରିବାର ଲୋକେ ଘଟଣାର ନିରପେକ୍ଷ ତଦନ୍ତ ସହ ସତ୍ୟ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି।

ତେବେ ଓମଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ'ଣ?

ଏହା କେବଳ ଏକ ଦୁର୍ଘଟଣା ନା ଆଉ କିଛି?

ନିଖୋଜ ମୋବାଇଲ୍ ଖୋଲିବ କି ମୃତ୍ୟୁର ରହସ୍ୟ?

ଏ ତମାମ ପ୍ରଶ୍ନ ଏବେ ଘଟଣାକୁ ଅଲଗା ଦିଗକୁ ନେଇଛି।

ଅନ୍ୟପଟେ ପୋଲିସ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଚଳାଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)