Odisha Eyes Major Industrial Investments: ଓଡ଼ିଶା ହେବ ଶିଳ୍ପ ନିବେଶର ନୂଆ କେନ୍ଦ୍ର, ଦିଲ୍ଲୀରେ ନିବେଶକଙ୍କ ସହ ବଡ଼ ବୈଠକ
ଓଡ଼ିଶା ହେବ ଶିଳ୍ପ ନିବେଶର ନୂଆ ଗନ୍ତବ୍ୟସ୍ଥଳୀ । ଅଧିକ ପୁଞ୍ଜିନିବେଶ ଆଣିବାକୁ ପୁଣି ଆକ୍ସନ୍ ମୋଡରେ ଟିମ୍ ଓଡ଼ିଶା। ଆସନ୍ତାକାଲି ଦିଲ୍ଲୀ ଓ ଗୁରୁଗାଓଁରେ ହେବ ଇନଭେଷ୍ଟର୍ସ ମିଟ୍। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ କମ୍ପାନୀ ସହ ହେବ ରାଉଣ୍ଡଟେବୁଲ୍ ବୈଠକ। ଦେଶର ପ୍ରମୁଖ ଶିଳ୍ପପତି ଓ ନିବେଶକାରୀଙ୍କ ସହ ହେବ ଆଲୋଚନା । ବୈଠକରେ ଓଡ଼ିଶାର ଶିଳ୍ପ ସମ୍ଭାବନା, ଭିତ୍ତିଭୂମି ଓ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ସମ୍ପର୍କରେ ଉପସ୍ଥାପନା କରାଯିବ।
ରାଜ୍ୟରେ ନୂଆ ପୁଞ୍ଜିନିବେଶ ପାଇଁ ବିଭିନ୍ନ କମ୍ପାନୀକୁ ଆମନ୍ତ୍ରଣ ଦିଆଯିବ। ବିଶେଷକରି ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ୍ ଡାଉନଷ୍ଟ୍ରିମ୍, ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଫୋକସ୍ କରାଯିବ। ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆକର୍ଷିତ କରିବା ସହ ନୂଆ ଶିଳ୍ପ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଏହି ଇନଭେଷ୍ଟର୍ସ ମିଟ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ଆଶା ରଖିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।