Student Death: ବୋଉ, ମୋତେ ଭୁଲ୍ ବୁଝିବୁନି’.........ଲେଖି ଜୀବନ ହାରିଲେ ଛାତ୍ର

Jul 01, 2026 - 08:53
Student Death: ବୋଉ, ମୋତେ ଭୁଲ୍ ବୁଝିବୁନି’.........ଲେଖି ଜୀବନ ହାରିଲେ ଛାତ୍ର

"ଜଗତସିଂହପୁର: "ବୋଉ, ମୋତେ ଭୁଲ୍ ବୁଝିବୁନି।

ମୁଁ ଆଉ ସହିପାରୁନି।

ବାପାଙ୍କୁ ମଦ ପିଇବାକୁ ବାରଣ କରିବୁ।

ଆଉ ବଞ୍ଚିବାକୁ ଇଚ୍ଛା ନାହିଁ, ଦୁନିଆ ଛାଡ଼ି ଚାଲି ଯାଉଛି"।

ଏମିତି ଏକ ସୁଇସାଇଡ୍ ନୋଟ୍ ଲେଖି ଜଗତସିଂହପୁରର ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଜଗତସିଂହପୁର ସହରର ଷ୍ଟାଡିଅମ ରାସ୍ତାରେ ଥିବା ଏକ ଘରୋଇ ଆବାସିକ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଛି।

ବେକରେ ଗାମୁଛା ଲଗାଇ ସିଢ଼ି ଘରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ଶବକୁ ଜବତ କରିଛି ପୁଲିସ।

ମୃତ ଛାତ୍ର ହେଲେ ନାଉଗାଁ ଥାନା ଅନ୍ତର୍ଗତ ଗଳଧାରୀ ଅଞ୍ଚଳର ଶୁଭମ୍ ମଲ୍ଲିକ(୧୭)।

ଖବର ପାଇ ଜଗତସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଭୁବନେଶ୍ବରରେ ରହୁଥିବା ବାପା, ମା ରାତିରେ ଘଟଣାସ୍ଥଳରେ ପହଞ୍ଚିବା ପରେ ଝୁଲାନ୍ତ ଶବକୁ ପୁଲିସ ତଳକୁ ଓହ୍ଲାଇ ପଞ୍ଚନାମା କରିଛି।

ଏହି ସମୟରେ ଶୁଭମଙ୍କ ସାର୍ଟ ପକେଟରୁ ସୁଇସାଇଡ ନୋଟ୍ ପୁଲିସ ଜବତ କରିଛି। "ବୋଉ, ମୋତେ ଭୁଲ୍ ବୁଝିବୁନି, ବାପାଙ୍କୁ ମଦ ପିଇବାକୁ ବାରଣ କରିବୁ" ଆଦି ଲେଖା ଯାଇଛି।

ଯାହାଫଳରେ ପାରିବାରିକ ମତାନ୍ତର ଓ ମନାନ୍ତର ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇବାକୁ ପାଇଛି।Advertisment ଶୁଭମ ଯୁକ୍ତ ୨ ବାଣିଜ୍ୟ ଛାତ୍ର ମିଳିଥିବା ସୂଚନା ଅନୁସାରେ, ଶୁଭମ ଯୁକ୍ତ ୨ ବାଣିଜ୍ୟ ଛାତ୍ର।

ସେ ଉକ୍ତ ଘରୋଇ ଆବାସିକ କୋଚିଂ ସେଣ୍ଟର ହଷ୍ଟେଲରେ ରୁହନ୍ତି।

ଦୁଇଦିନ ତଳେ ଘରକୁ ଯାଇ ଫେରିଥିଲେ।

କୌଣସି କାରଣକୁ ନେଇ ତାଙ୍କର ମନ ଭଲ ନ ଥିଲା।

ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ କୋଚିଂ ସେଣ୍ଟରରେ ରହୁଥିବା ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରିଥିଲେ।

କବାଟ ଦେଇ ସମସ୍ତେ ବିଶ୍ରାମ ପାଇଁ ଯାଇଥିଲେ।

ସେହି ସମୟରେ ଶୁଭମ୍ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ସାଢ଼େ ୨ଟାରୁ ୩ଟା ଭିତରେ ଜଣେ ଛାତ୍ର ବାହାରକୁ ଆସି ଶୁଭମଙ୍କୁ ଦେଖିବାକୁ ପାଇଥିଲେ।

ଏ ନେଇ ସମ୍ପୃକ୍ତ ଛାତ୍ର କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଏହା ପରେ ଶୁଭମଙ୍କ ଅଭିଭାବକଙ୍କୁ ଖବର ଦିଆଯିବା ସହ ପୁଲିସକୁ ସୂଚନା ଦିଆ ଯାଇଥିଲା।

ପୁଲିସ ପହଞ୍ଚିଥିଲେ ମଧ୍ୟ ଶୁଭମଙ୍କ ବାପା, ମା ପହଞ୍ଚି ନ ଥିବାରୁ ଶବକୁ ତଳକୁ ଓହ୍ଲାଯାଇ ପାରି ନ ଥିଲା।

ରାତିପ୍ରାୟ ସାଢ଼େ ୯ଟାରେ ଶୁଭମଙ୍କ ବାପା, ମା ପହଞ୍ଚିବା ପରେ ମୃତଦେହକୁ ତଳକୁ ଓହ୍ଲା ଯାଇଥିଲା।

କୋଚିଂ ସେଣ୍ଟର କୋଠାର ସିଢ଼ି ଘରେ ଏକ ଗାମୁଛା ସାହାଯ୍ୟରେ ଶୁଭମ୍ ରେଲିଂରେ ଝୁଲି ଆତ୍ମହତ୍ୟା କରିଥିବା ପୁଲିସ ଦେଖିବାକୁ ପାଇଥିଲା।

ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସୁଇସାଇଡ ନୋଟକୁ ଜବତ କରିଛି।

ମୃତଦେହର ପଞ୍ଚନାମା, ସାଇଣ୍ଟିଫିକ ଟିମର ତଦନ୍ତ ପରେ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା।

ରାତି ହୋଇ ଯାଇଥିବାରୁ ବୁଧବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

LPG Cylinder Price: ଆଜିଠାରୁ ଶସ୍ତା ହେଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର "