Residents : ଖଣି ଅଧିଗ୍ରହଣକୁ ନରହରିପୁରବାସୀଙ୍କ ଅପେକ୍ଷ‌ା

Jul 01, 2026 - 08:13
Residents : ଖଣି ଅଧିଗ୍ରହଣକୁ ନରହରିପୁରବାସୀଙ୍କ ଅପେକ୍ଷ‌ା

"ବିକାଶ ଚନ୍ଦ୍ର ସାହୁ ତାଳଚେର : କୋଇଲା ଖଣି ଅଧିଗ୍ରହଣକୁ ଅପେକ୍ଷା କରିଛନ୍ତି ଦେଢ଼ଶହ ପରିବାର।

ଖଣି ଅଧିଗ୍ରହଣ କଲେ ବିସ୍ଥାପିତ ହେବା ପରେ ସମସ୍ୟାରେ ସୁଧାର ଆସିବ ବୋଲି ଲକ୍ଷ୍ୟ ରଖିଛନ୍ତି ତାଳଚେର ବ୍ଲକ୍‌ ହେଁସମୂଳ ପଞ୍ଚାୟତରେ ନରହରିପୁର ଗାଁର ବାସିନ୍ଦା।

ଗାଁରେ ରାସ୍ତା ଠାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା ଏବଂ ପାନୀୟ ଜଳ ସମସ୍ୟା ରହୁଥିବାରୁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।Advertisment LPG Cylinder Price: ଆଜିଠାରୁ ଶସ୍ତା ହେଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ନରହରିପୁର ଗାଁକୁ କୋଇଲା ଖଣି ଅଧିଗ୍ରହଣ କରିବା ଅପେକ୍ଷାକୁ ନେଇ ଭଲ ରାସ୍ତା ଖଣ୍ଡେ ବ୍ଲକ୍‌ ପକ୍ଷରୁ ନିର୍ମାଣ କରାଯାଇନାହିଁ।

ଗାଁ ଠାରୁ ମାତ୍ର କିଛି ମିଟର ଦୂରରେ ଖୋଲା କୋଇଲା ଖଣି ରହିଥିବା ବେଳେ ଗାଁର ଜମି ଅଧିଗ୍ରହଣ ହୋଇନାହିଁ।

ଖଣି ଅଧିଗ୍ରହଣ ହେବାକୁ ଥିବାରୁ ଏଠାରେ ଲୋକଙ୍କୁ ସରକାରଙ୍କ ପକ୍ଷରୁ କୌଣସି ମୌଳିକ ସୁବିଧା ଦିଆଯାଉନାହିଁ।

ଗାଁର ଗୋଚ୍ଛାୟତ ସାହିକୁ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ କରାଯାଉନାହିଁ।

ଗୋଟିଏ ନଳକୂଅ ରହିଥିବା ବେଳେ ତାହା ଅନେକ ଦିନ ହେଲା ମରାମତି ହେଉନି।

ଗାଁରେ ପାଣିର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଖଣି ଠାରୁ ମାତ୍ର ୫ଶହ ମିଟର ଦୂରରେ ରହିଛି ଗୋଚ୍ଛାୟତ ସାହି।

ପାନୀୟ ଜଳ ଅସୁବିଧା ରହୁଥିବାରୁ ସାହିବାସୀ ଖଣି ବନ୍ଦ ସହିତ ରାଜରାସ୍ତା ବନ୍ଦ ବି କରିଥିଲେ।

ଫଳରେ ଖଣି କର୍ତ୍ତୃପକ୍ଷ ଏବଂ ବ୍ଲକ୍‌ ପ୍ରଶାସନ ପହଞ୍ଚି ସବୁଦିନ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ପହଞ୍ଚିବା ନେଇ ପ୍ରତିଶ୍ରୁତି ଦେଇଥିଲେ।

ହେଲେ, ପ୍ରଥମେ କିଛି ଦିନ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ହୋଇଥିଲା।

Horrific fire breaks : ମାର୍କେଟ୍‌ ବିଲ୍‌ଡିଂରେ, ଭୟାବହ ଅଗ୍ନିକାଣ୍ଡ ଏବେ ଏହି ସାହିକୁ ପାନୀୟ ଜଳ ଟ୍ୟାଙ୍କର ଦ୍ବାରା ସପ୍ତାହକୁ ଥରେ ପାଣି ଦିଆଯାଉଥିବା ବିଶୁ ଗୋଚ୍ଛାୟତ କହିଛନ୍ତି।

ସେଭଳି ଗାଁର ମାନସ ଗୋଚ୍ଛାୟତ କହିଛନ୍ତି, ରାସ୍ତା ସହିତ ଗାଁକୁ ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ନିମନ୍ତେ କୌଣସି ସୁବିଧା ନାହିଁ।

ଗାଁର ପ୍ରଶାନ୍ତ ମହାରଣା କହିବା ମୁତାବକ, ଖଣି ଅତି ନିକଟରେ ଥିବାରୁ ପଥର ଫଟାଇବା ନେଇ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଉଛି।

ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଘରଗୁଡ଼ିକ ଫାଟିବା ସହିତ ଗାଁର ଅଧିକାଂଶ ଘର ଫାଟି ଭାଙ୍ଗିବା ଅବସ୍ଥାରେ ପହଞ୍ଚିଛି।"