Struggling for Pension: ଭତ୍ତା ପାଇଁ ହନ୍ତସନ୍ତ ବୃଦ୍ଧ ଦମ୍ପତି, ଚାଲି ଚାଲି ଗଲେ ୧୨ କିଲୋମିଟର

Aug 05, 2026 - 14:56
Struggling for Pension: ଭତ୍ତା ପାଇଁ ହନ୍ତସନ୍ତ ବୃଦ୍ଧ ଦମ୍ପତି, ଚାଲି ଚାଲି ଗଲେ ୧୨ କିଲୋମିଟର

୪ ମାସର ଭତ୍ତା ପାଇଁ ୬୦ କିଲୋମିଟର ଯାତ୍ରା କଲେ ବୃଦ୍ଧ ଦମ୍ପତି । ଘରୁ - ବ୍ଲକ, ବ୍ୟାଙ୍କରୁ - ଘର ଏଭଳି ୧୨ କିଲୋମିଟରରୁ ଉର୍ଦ୍ଧ୍ବ ବାଟ ଚାଲିଚାଲି ଅଭିଯୋଗ କରିଛନ୍ତି ହିତାଧିକାରୀ । ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଗୌଡ଼ବାଲିଯୋଡି ଗାଁର କାଳିଆ ପାଲକିଆ ସାମାଜିକ ସୁରକ୍ଷା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ । ଏନେଇ ପତ୍ନୀଙ୍କୁ ସାଥିରେ ଧରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବ୍ୟାଙ୍କ ଖାତାରେ ସମସ୍ୟା ଯୋଗୁଁ  ଟଙ୍କା ଜମା ହେଉନଥିବା ଜାଣିବାକୁ ପାଇଥିଲେ ।

ଏହାପରେ ବୃଦ୍ଧ ଦମ୍ପତି ବ୍ୟାଙ୍କ ପହଞ୍ଚିବା ପରେ ସମସ୍ୟା ଜଣାଇଥିଲେ । ବ୍ୟାଙ୍କ ଅଧିକାରୀ ସମସ୍ୟାର ସମାଧାନ କରିଥିଲେ । କାଳିଆଙ୍କ ପରି ଅନେକ ହିତାଧିକାରୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବ୍ୟାଙ୍କ ଖାତାରେ ମୋବାଇଲ୍ ନମ୍ବର ସଠିକ୍ ଭାବେ ଲିଙ୍କ ନଥିଲେ ଭତ୍ତା ବନ୍ଦ କିମ୍ବା ବିଳମ୍ବ ହୋଇପାରେ। ଶୀଘ୍ର ସଂଶୋଧନ କରାଇଲେ ବକେୟା ଭତ୍ତା ଏକକାଳୀନ ଖାତାକୁ ଆସିବ ବୋଲି ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଉଛି।.... 

ବ୍ଲକରୁ ବ୍ୟାଙ୍କ ଗଲେ ହିତାଧିକାରୀ 
ଭତ୍ତା ପାଇବାରୁ ବଞ୍ଚିତ ଥିଲେ କାଳିଆ ପାଲକିଆ 
ଅନେକ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ  
  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।