Struggle for Survival ବାପା ଓ ପୁଅ ଦିବ୍ୟାଙ୍ଗ, ପେଟ ପାଇଁ ପତ୍ନୀ ଖଟୁଛନ୍ତି ମୂଲ
"ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ଦିବ୍ୟାଙ୍ଗ ଓ ଅଭାବ ଅନଟନରେ ମଧ୍ୟରେ ସ୍ନାତକ (ବିଏ) ପଢ଼ିଲେ, କିନ୍ତୁ ଚାକିରି ମିଳିଲାନାହିଁ।
ଅନ୍ୟ କୌଣସି ବ୍ୟବସାୟ କରିବାକୁ ଅର୍ଥର ଅଭାବ ଏହି ସମୟରେ ନିଜର ସନ୍ତାନ ମଧ୍ୟ ଅନୁରୂପ ଭାବେ ପାରାଲିସ୍ସି ରୋଗରେ ଆକ୍ରାନ୍ତ।
ଚିକିତ୍ସା କରିବାକୁ ଆବଶ୍ୟକ ସମ୍ବଳ ନାହିଁ।
ପତ୍ନୀ ମୂଲଲାଗି ଘରପୋଷୁଛନ୍ତି, ଘରେ ବୁଢ଼ି ଶାଶୁ ନିଜ ଦିବ୍ୟାଙ୍ଗ ପୁଅ ଓ ନାତିର ସେବାଶୁଶ୍ରୂସା କରୁଛନ୍ତି।
ଏଭଳି ସ୍ଥିତି ପରେ ମଧ୍ୟ ପ୍ରଶାସନ କେବଳ ମଧୁବାବୁ ପେନ୍ସନ ଯୋଜନା (ଏମ୍ବିପିୱାଇ) ୧ ହଜାର ଟଙ୍କା ଦେଇ ନିଜ ଦାୟିତ୍ବ ତୁଲାଇ ଦେଇଛନ୍ତି।
Advertisment Madhubabu Pension Scheme: ମଧୁବାବୁ ପେନ୍ସନ୍ ଯୋଜନା: ସାମିଲ ହେବେ ଆଉ ୬ ଲକ୍ଷ, ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ ଆଲୋଚନା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ୍ ବ୍ଲକ୍ ଚଙ୍ଗରିଆ ପଞ୍ଚାୟତ ଦୁନ୍ଦେଲ କେନ୍ଦୁମୁଣ୍ଡାର ଥବିର ବରିହା (୩୦) ଜଣେ ଗରିବ ଅନୁସୂଚିତ ଜନଜାତି ଅଟନ୍ତି।
ବେଳେ ଗରିବ ଅନାଟନ ବିଏ ପାଠ ପଢିଛନ୍ତି ।
ପାରାଲିସିସ୍ ରୋଗରେ ଆକ୍ରାନ୍ତ ଧାର କରଜ କରି ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ଚିକିତ୍ସିତ ହୋଇଥିଲେ ମଧ୍ୟ ଆରୋଗ୍ୟ ହୋଇନଥିଲେ।
ଆଉ ୪ଲକ୍ଷଙ୍କୁ ମଧୁବାବୁ ପେନ୍ସନ୍: ହିତାଧିକାରୀଙ୍କ ସଂଖ୍ୟା ୩୬.୭୫ ଲକ୍ଷକୁ ବୃଦ୍ଧିଥବିର ସରକାର ଙ୍କ ଠାରୁ ଦିବ୍ୟାଙ୍ଗ ଭତ୍ତା ହଜାରେ ଟଙ୍କା ପାଉଥିବା ବେଳେ ତାଙ୍କ ଦିବ୍ୟାଙ୍ଗ ପୁଅ ଚନ୍ଦନ ବରିହା( ୭) ମଧ୍ୟ ପାରାଲିସିସ୍ ରୋଗରେ ଖଟରେ ପଡିରହିଛନ୍ତି।
ଚନ୍ଦନ ଶତକଡା ୯୫ ଭାଗ ଦିବ୍ୟାଙ୍ଗ ପ୍ରମାଣପତ୍ର ରହିଛି।
ହେଲେ ଦିବ୍ୟାଙ୍ଗ ଭତ୍ତା ମିଳିନଥିବା ଅଭିଯୋଗ କରିଛନ୍ତି।
ନିୟମାନୁସାରେ, ୫ ବର୍ଷରୁ ଅଧିକ ବୟସ ହେଲେ ଭତ୍ତା ପାଇବା ଯୋଗ୍ୟ ହୁଅନ୍ତି, କିନ୍ତୁ ଚନ୍ଦନଙ୍କ କ୍ଷେତ୍ରରେ ଏହା ହୋଇନାହିଁ।
ଦିବ୍ୟାଙ୍ଗ ସ୍ବାମୀ ଓ ପୁଅର ଚିକିତ୍ସା ପାଇଁ ଓ ପରିବାର ପ୍ରତିପୋଷଣ କରିବା ପାଇଁ ଥବିର ଙ୍କ ସ୍ତ୍ରୀ ମଥୁରା ଦିନ ମଞ୍ଜୁରି କାମ କରି ପେଟ ପୋଷୁଛନ୍ତି।
ଏଥିପ୍ରତି ବିଡ଼ିଓ ଦୃଷ୍ଟି ଥବିର ଏକ ହ୍ୱିଇଲ ଚେୟାର,ଓ ଦିବ୍ୟାଙ୍ଗ ପୁଅ ଚନ୍ଦନ କୁ ଭତ୍ତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।