Streetlight problem: ଫାଇଲ୍ ଫେରୁନି, ଅଚଳାବସ୍ଥା: ଝୁଲିଛି ମେକାନିକାଲ୍ ସ୍ବିପିଂ, ହଟୁନି ଷ୍ଟ୍ରିଟ୍ଲାଇଟ୍ ସମସ୍ୟା
"ଭୁବନେଶ୍ବର: ଶହେ କୋଟିର ରାସ୍ତାଘାଟ ସଫେଇ ଟେଣ୍ଡର୍ ଅଦ୍ୟାବଧି ମଞ୍ଜୁର ହୋଇ ନଥିବା ବେଳେ ମେକାନିକାଲ୍ ସ୍ବିପିଂ ଟେଣ୍ଡର୍ ବି ଝୁଲି ରହିଛି।
ବିଏମ୍ସି ମେକାନିକାଲ୍ ସ୍ବିପିଂକୁ ତିନିଟି ପ୍ୟାକେଜ୍ରେ ବିଭକ୍ତ କରିଛି।
ଯେଉଁଥିରେ ପ୍ରମୁଖ ରାସ୍ତାଘାଟକୁ ଅନ୍ତର୍ଭୁକ୍ତ କରାଯାଇଛି।
ବିଶେଷକରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଏହାର ଅନ୍ତର୍ଭୁକ୍ତ ରହିଛି।
ଇଥିମଧ୍ୟରେ ପ୍ୟାକେଜ୍-୧ ଓ ପ୍ୟାକେଜ୍-୨ର ଟେଣ୍ଡର ସରିଛି।
ଟେଣ୍ଡର ନେଇଥିବା ସଂସ୍ଥାମାନେ ବି କାମ କରୁଛନ୍ତି।
କିନ୍ତୁ ପ୍ୟାକେଜ୍-୩ର ଟେଣ୍ଡର ସରିଥିଲେ ବି ଏହା ନଗର ଉନ୍ନୟନ ବିଭାଗର ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି।
ନଗର ଉନ୍ନୟନ ବିଭାଗକୁ ମାସେ ତଳୁ ଫାଇଲ୍ ଯାଇଥିଲେ ବି ଏହା ଅନୁମୋଦନ ହେଉନି କି ଫେରୁନି।Advertisment ସୃଜନଶୀଳତା ପ୍ରଦର୍ଶନ କରିବେ ବୟସ୍କ: ରାଜ୍ୟରେ ଆୟୋଜିତ ହେବ ବୟୋଜ୍ୟେଷ୍ଠ ଉତ୍ସବ ବିଏମ୍ସି କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ପ୍ୟାକେଜ୍-୧ରେ ୨୫୧ କିଲୋମିଟର ଲେନ୍ ସଫେଇ ଅନ୍ତର୍ଭୁକ୍ତ ରହିଛି।
କିଲୋମିଟର ପିଛା ୮୮୨ ଟଙ୍କାରେ ଲାୟନ୍ସ ଏହାର ଟେଣ୍ଡର ନେଇଛି।
ପ୍ୟାକେଜ୍-୨ରେ ୨୫୯ କିଲୋମିଟର ଲେନ୍ ସଫେଇ ଅନ୍ତର୍ଭୁକ୍ତ ରହିଛି।
କିଲୋମିଟର ପିଛା ୮୮୧ ଟଙ୍କାରେ "ଜାଗୃତି" ଏହାର ଟେଣ୍ଡର ନେଇଛି।
ଦୁଇ ପ୍ୟାକେଜ୍ କାମ ବି ଚାଲିଛି।
୬ ମାସ ତଳୁ ତିନି ପ୍ୟାକେଜ୍ର ଅବଧି ଶେଷ ହୋଇଯାଇଥିଲା।
ଏଣୁ ବିଏମ୍ସି ୨ଟି ପ୍ୟାକେଜ୍ର ନୂଆ ଟେଣ୍ଡର କରି କାମ ଆରମ୍ଭ ହୋଇସାରିଥିଲେ ବି ପ୍ୟାକେଜ୍-୩ କାମ ଅଦ୍ୟାବଧି ଆରମ୍ଭ ହୋଇନି।
ଏଣୁ ଟେଣ୍ଡର ଅବଧି ସରିଥିଲେ ବି ପୂର୍ବରୁ ପ୍ୟାକେଜ-୩ର ଟେଣ୍ଡର ପାଇଥିବା "ଜାଗୃତି"ର ଟେଣ୍ଡରକୁ ଚଳିତବର୍ଷ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।
ପ୍ୟାକେଜ୍-୩ରେ ୧୦୮.୫୬୨ କିଲୋମିଟର ଲେନ୍ ସଫେଇ ଅନ୍ତର୍ଭୁକ୍ତ ରହିଛି।
ପୂର୍ବରୁ ପ୍ୟାକେଜ୍-୩ ଯାନ୍ତ୍ରିକ ସଫେଇ ଦର କିଲୋମିଟର ପିଛା ୪୪୫.୯୪ ଟଙ୍କା ଥିଲା।
ଇତିମଧ୍ୟରେ ନୂଆ ଟେଣ୍ଡର ସରିଛି।
କିଲୋମିଟର ପିଛା ଦରଧାର୍ଯ୍ୟ ସରିଛି ଓ ନୂଆ ସଂସ୍ଥା ବି ଚୟନ ସରିଛି।
କର୍ପୋରସନ୍ ଏହାର ଅନୁମୋଦନ କରି ନଗର ଉନ୍ନୟନ ବିଭାଗକୁ ପଠାଇଛି।
କିନ୍ତୁ ନଗର ଉନ୍ନୟନ ବିଭାଗରୁ ଫାଇଲ୍ ଫେରି ନଥିବାରୁ ବିଏମ୍ସି କର୍ତ୍ତୃପକ୍ଷ ନାଚାର ହୋଇ ବସିଛନ୍ତି।
କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଦୂର ହେଉନି ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା।
ଦୁଇବର୍ଷ ହେଲାଣି ରାଜଧାନୀବାସୀ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟାରେ ଧନ୍ଦି ହେଉଛନ୍ତି।
ସ୍ଥିତି ଏପରି ଯେ ରାତିରେ ଯିବାକୁ ଡର ଲାଗୁଛି।
ଏଣୁ ପୁରୁଣା ଏଜେନ୍ସିଙ୍କୁ ବଦଳାଇ ନୂଆ ଏଜେନ୍ସି ଷ୍ଟ୍ରିଟ୍ ଲାଇଟ୍ ମରାମତି ପାଇଁ ଟେଣ୍ଡର କରିଛି ବିଏମ୍ସି।
କିନ୍ତୁ ଏହି ନୂଆ ଟେଣ୍ଡର ବି ଅନୁମୋଦନ ପାଇଁ ନଗର ଉନ୍ନୟନ ବିଭାଗରେ ପଡ଼ିରହିଛି।
୨୦୨୪ ସେପ୍ଟେମ୍ବର ୨୬ରୁ ନୂଆ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଓ ଏହାର ପରିଚାଳନା ପାଇଁ ୬ଟି ପ୍ୟାକେଜ୍ରେ ନୂଆ ଟେଣ୍ଡର ନିଭ୍ ଓ ଇ-ସ୍ମାର୍ଟ ନାମକ ଦୁଇଟି ଠିକାସଂସ୍ଥାକୁ ଦିଆଯାଇଥିଲା।
ଦୁଇ ଠିକାସଂସ୍ଥା ବିଏମ୍ସି ୬୭ ୱାର୍ଡରେ ପ୍ରାୟ ୧୧ହଜାର ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇଥିଲେ।
ଷ୍ଟ୍ରିଟ୍ ଲାଇଟ୍ କିଣାକୁ ଛାଡ଼ିଦେଲେ, ପ୍ରତିମାସରେ ଏହାର ମରାମତି ବାବଦରେ ବିଏମ୍ସି ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରୁଛି।
ଷ୍ଟ୍ରିଟ୍ ଲାଇଟ୍ ପିଛା ଠିକାସଂସ୍ଥାଙ୍କୁ ରକ୍ଷଣାବେକ୍ଷଣ ଖର୍ଚ୍ଚ ବାବଦରେ ଟଙ୍କା ଦିଆଯାଉଛି।
ତଥାପି ଏଥିରେ ସୁଧାର ଆସିପାରୁନି।
Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର ଇ-ସ୍ମାର୍ଟ ଅଚଳ ଷ୍ଟ୍ରିଟ୍ ଲାଇଟ୍ କେତେକାଂଶରେ ମରାମତି କରୁଥିଲେ ବି ନିଭ୍ କମ୍ପାନି ଷ୍ଟ୍ରିଟ୍ ଆଦୌ ମରାମତି କରୁନି।
ମରାମତି ଖର୍ଚ୍ଚ କମ୍ ଥିବା କହି ଅଧାରୁ ହାତ ଛାଡ଼ିଦେଇଛି।
ଏଣୁ ଏହି ସଂସ୍ଥାକୁ ବାଦ୍ ଦେଇ ନୂଆ ଟେଣ୍ଡର କରାଯାଇଛି।
କେଉଁସଂସ୍ଥା ଟେଣ୍ଡର ପାଇବ, ତାକୁ ବି କର୍ପୋରସେନ୍ ଚୂଡ଼ାନ୍ତ କରିସାରିଛି।
ଏହାର ଚୂଡ଼ାନ୍ତ ଅନୁମୋଦନ ପାଇଁ ଫାଇଲ୍ ନଗର ଉନ୍ନୟନ ବିଭାଗକୁ ପଠାଯାଇଛି।
କିନ୍ତୁ ବିଭାଗ ଷ୍ଟ୍ରିଟ୍ ଲାଇଟ୍ ଫାଇଲ୍କୁ ବି ଝୁଲାଇ ରଖିଛି।
ଏଣୁ ରାଜଧାନୀର ଅନ୍ଧକାର ଅଦ୍ୟାବଧି ଦୂର ହୋଇପାରିନି।
ଏ ସମ୍ପର୍କରେ ବିଏମ୍ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର କହିଛନ୍ତି, ନଗର ଉନ୍ନୟନ ବିଭାଗ ଅନୁମୋଦନକୁ ଅପେକ୍ଷା କରିଛୁ।
ଅନୁମୋଦନ ମିଳିଲେ କାମ ଆରମ୍ଭ ହେବ।
ନଗର ଉନ୍ନୟନ ବିଭାଗ ଯଥାଶୀଘ୍ର ଏହାକୁ ମଞ୍ଜୁରି ପ୍ରଦାନ କଲେ ରାଜଧାନୀର ପରିମଳ ବ୍ୟବସ୍ଥା ଓ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟାର ସମାଧାନ ହୋଇପାରିବ।
ମେୟର ବି ଏ ଦିଗରେ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ମହାସୂପକାର କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

