Stolen: ଥାନାରେ କେମିତି ରହିଛି ସୁରକ୍ଷା ବ୍ୟବସ୍ଥା? ଚୋରି ହୋଇଗଲା ୩୨ ଲାଇସେନ୍ସପ୍ରାପ୍ତ ଅସ୍ତ୍ର
"ଫରିଦାବାଦ: ହରିୟାଣାର ଫରିଦାବାଦର ସେକ୍ଟର ୮ ପୁଲିସ ଷ୍ଟେସନର ଅସ୍ତ୍ରାଗାରରେ ରଖାଯାଇଥିବା ୩୨ଟି ଲାଇସେନ୍ସପ୍ରାପ୍ତ ଅସ୍ତ୍ର ଚୋରି ହୋଇଯାଇଛି।
ଅସ୍ତ୍ରାଗାର ଦାୟିତ୍ବରେ ଥିବା ଏଏସ୍ଆଇ ବିଜେନ୍ଦ୍ର ସିଂହଙ୍କ ବିରୋଧରେ ପୁଲିସ ଚୋରି ମାମଲା ରୁଜୁ କରିଛି।
ପୁଲିସ କମିସନର୍ ସତେନ୍ଦର କୁମାର ଗୁପ୍ତା ଏଏସ୍ଆଇ ବିଜେନ୍ଦ୍ର ସିଂହଙ୍କୁ ନିଲମ୍ବନ କରିବା ସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି।
Advertisment ସ୍ଥାନୀୟ ଲୋକମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ଲାଇସେନ୍ସପ୍ରାପ୍ତ ଅସ୍ତ୍ର ପୁଲିସ ଷ୍ଟେସନରେ ସୁରକ୍ଷା ଦୃଷ୍ଟିରୁ ରଖିଥିଲେ।
ଆବଶ୍ୟକବେଳେ ସେମାନେ ଏହି ଅସ୍ତ୍ର ନେଇଥାନ୍ତେ।
ଚୋରି ହୋଇଯାଇଥିବା ଅସ୍ତ୍ର ମଧ୍ୟ ଅନେକ ବିଦେଶୀ ନିର୍ମିତ ବନ୍ଧୁକ, ଦାମୀ ପିସ୍ତଲ ରହିଛି, ଯାହାର ମୂଲ୍ୟ ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ।
ଏହି ସବୁ ବନ୍ଧୁକ ରାଜସ୍ଥାନ କିମ୍ବା ଦିଲ୍ଲୀ-ଏନ୍ସିଆରରେ ବିକ୍ରି କରାଯାଇଥିବା ସନ୍ଦେହ କରାଯାଉଛି।
Police: ଥାନାରୁ ଚୋରି ଘଟଣା ପରେ ରକ୍ତମୁଖା ପୁଲିସ: ଅଭିଯୁକ୍ତର ଜେଜେମା"ଙ୍କ ହାତ ଭାଙ୍ଗିଦେଲେ, ତିନି ଅଭିଯୁକ୍ତ କୋର୍ଟଚାଲାଣ ତେବେ ପୁଲିସ ଚୋରି ସମ୍ପର୍କରେ ଆଧିକାରିକ ବୟାନ ଜାରି କରିନାହିଁ।
ଏହି ଘଟଣାକୁ ଗୋପନୀୟ ରଖିବାକୁ ଚାହୁଛି।
ପୁଲିସ ଷ୍ଟେସନରେ ନିୟମିତ ଯାଞ୍ଚ ବେଳେ ୧୩ଟି ବନ୍ଧୁକ ନଥିବା ଜଣାପଡ଼ିଥିଲା।
ତେବେ ସବିଶେଷ ତଦନ୍ତବେଳେ ୩୨ଟି ଅସ୍ତ୍ର ଗାଏବ ଥିବା ଜଣାପଡ଼ିବା ପରେ ପୁଲିସର ଭେଳା ବୁଡ଼ି ଥିଲା।
ଏହି ଚୋରି ଅସ୍ତ୍ର ଉଦ୍ଧାର କରିବା ଏବେ ପୁଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି।
"