police constable death ଲାଲ ରଙ୍ଗର କାର ଭିତରୁ ମିଳିଲା ପୁଲିସ କନେଷ୍ଟବଳଙ୍କ ମୃତଦେହ

Aug 03, 2026 - 19:18
police constable death ଲାଲ ରଙ୍ଗର କାର ଭିତରୁ ମିଳିଲା ପୁଲିସ କନେଷ୍ଟବଳଙ୍କ ମୃତଦେହ

"ବୈଶିଙ୍ଗା:  ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ପଦ୍ମନାଭପୁର ଛକ ନିକଟରେ ଆଜି (ସୋମବାର) ଏକ ସନ୍ଦେହଜନକ ପରିସ୍ଥିତିରେ ଏକ ଲାଲରଙ୍ଗର କାର ଭିତରୁ ଜଣେ ପୁଲିସ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ପ୍ରସଙ୍ଗ ପାଲଟିଛି।

Advertisment ମିଳିଥିବା ସୂଚନାନୁସାରେ, ମୃତକ ହେଲେ ବୈଶିଙ୍ଗା ଥାନାରେ କାର୍ଯ୍ୟରତ ୪୫ ବର୍ଷୀୟ କନେଷ୍ଟବଳ ବସନ୍ତ ମହାନ୍ତ, ଯିଏ ମୟୂରଭଞ୍ଜ ଜିଲ୍ଲାର ଝାରପଖରିଆ ଅଞ୍ଚଳର ବାସିନ୍ଦା ଏବଂ ୨୦୦୨‌ରେ ଚାକିରିରେ ଯୋଗ ଦେଇଥିଲେ।

ମୃତ କନଷ୍ଟେବଳ: ଫାଇଲ୍‌ ଫଟୋ ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୧୧ଟା ସମୟରୁ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଲାଲ ରଙ୍ଗର କାର ( ଓଡି ୧୧ୱାଇ ୯୫୯୬) ବିଶିଷ୍ଟ ଅନେକ ସମୟ ଧରି ଅଟକି ରହିଥିବା ଲୋକ ଦେଖିଲେ।

ଅପରାହ୍ନ ପର୍ଯ୍ୟନ୍ତ କାରଟି ସେହି ସ୍ଥାନରେ ଅଚଳ ଅବସ୍ଥାରେ ରହିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା।

ପରେ କିଛି ସ୍ଥାନୀୟ ବ୍ୟକ୍ତି କାର ନିକଟକୁ ଯାଇ ଦେଖିଥିଲେ ଯେ ଚାଳକ ଆସନରେ ଜଣେ ବ୍ୟକ୍ତି ନିଷ୍ପ୍ରାଣ ଅବସ୍ଥାରେ ପଡ଼ି ରହିଛନ୍ତି।

HP Police Constable Recruitment: ଶୀଘ୍ର କରନ୍ତୁ ଆବେଦନ: କନଷ୍ଟେବଳ ନିଯୁକ୍ତିର ଶେଷ ତାରିଖ ଅଗଷ୍ଟ ୧୦ ଖବର ପାଇ ଅପରାହ୍ନରେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଯାଞ୍ଚ ପରେ ମୃତ ବ୍ୟକ୍ତି ନିଜ ଥାନାରେ କାର୍ଯ୍ୟରତ କନେଷ୍ଟବଳ ବସନ୍ତ ମହାନ୍ତ ବୋଲି ଚିହ୍ନଟ ହୋଇଥିଲେ।

ପକ୍ଷାଘାତରେ ଆକ୍ରାନ୍ତ କଏଦୀଙ୍କୁ ଚଟେଇ ସାହାଯ୍ୟରେ ବୋହି ହସ୍ପିଟାଲରେ ଭର୍ତ୍ତି କଲେ କ‌ନଷ୍ଟେବଳ ମୃତଦେହକୁ ବୈଶିଙ୍ଗା ଡାକ୍ତରଖାନାରେ ରଖାଯାଇଥିବାବେଳେ ପରିବାର ସଦସ୍ୟ ଓ ବୈଶିଙ୍ଗା ଥାନାର ଅଧିକାରୀ ଏବଂ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ।

ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ କୌଣସି ନିଷ୍କର୍ଷକୁ ପହଞ୍ଚିବା ପୂର୍ବରୁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁ ସ୍ୱାଭାବିକ, ଦୁର୍ଘଟଣାଜନିତ କିମ୍ବା ଅନ୍ୟ କୌଣସି କାରଣରୁ ଘଟିଛି ସେଥିପାଇଁ ସ୍ପଷ୍ଟତା ଆସିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।