STF arrests: ଏସ୍‌ଟିଏଫ୍‌ ପଞ୍ଝାରେ ଗଞ୍ଜେଇ ଗ୍ୟାଙ୍ଗ ଏଜେଣ୍ଟ୍‌

Jun 25, 2026 - 07:03
STF arrests: ଏସ୍‌ଟିଏଫ୍‌ ପଞ୍ଝାରେ ଗଞ୍ଜେଇ ଗ୍ୟାଙ୍ଗ ଏଜେଣ୍ଟ୍‌

"ଭୁବନେଶ୍ବର: ଅଳ୍ପ ଅଳ୍ପ ଗଞ୍ଜେଇ ଆଣି ରାଜଧାନୀ ଓ ଆଖପାଖ ଅଞ୍ଚଳରେ ଗଚ୍ଛିତ ରଖୁଥିଲେ।

ପରେ ଏକାଠି ପ୍ୟାକିଂ କରି ବିଭିନ୍ନ ରାଜ୍ୟକୁ ପଠାଉଥିଲେ।

ଯେଉଁ ମାଫିଆ ବା ନିଶା ବେପାରୀଙ୍କ ପାଖକୁ ଚାଲାଣ ହେଉଥିଲା ସେମାନଙ୍କୁ ପୂର୍ବରୁ ୧୦ଟଙ୍କିଆ ନୋଟ୍‌ର ଅଧାଚିରା ଅଂଶ ପଠାଯାଉଥିଲା।

ବାକିଅଂଶ ଏଜେଣ୍ଟକୁ ଦିଆଯାଉଥିଲା।

ଫାଳିକିଆ ନୋଟ୍‌ ଦେଖାଇ ମିଳାଇବା ପରେ ମିଶିଯାଉଥିଲେ ତାକୁ ଗଞ୍ଜେଇ ହସ୍ତାନ୍ତର କରାଯାଉଥିଲା।

କନ୍ଧମାଳରୁ ପଶ୍ଚିମବଙ୍ଗ ଚେର ଲମ୍ବିଥିବା ରୢାକେଟ୍‌କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଠାବ କରିଛି।

ରୢାକେଟ୍‌ର ଜଣେ ଏଜେଣ୍ଟକୁ ଗିରଫ କରାଯାଇଛି।

ସେ ହେଲା ଫିରିଙ୍ଗିଆ ଅଞ୍ଚଳର ନୀଳାମ୍ବର କହଁର(୪୦)।

ଏସ୍‌ଟିଏଫ୍‌ ଟିମ୍‌ ତା ନିକଟରୁ ପାଖାପାଖି ୧୯୦ କେଜି ଗଞ୍ଜେଇ ଓ ଏକ ଅଟୋ ଜବତ କରିଛି।

ଜବତ ଗଞ୍ଜେଇର ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।Advertisment Subhadra Shakti Vision: "ସୁଭଦ୍ରା ଶକ୍ତି ଭିଜନ୍‌" ସମ୍ମିଳନୀ: ୨.୮୮ଲକ୍ଷ ଏସ୍‌ଏଚ୍‌ଜିଙ୍କୁ ୧୪୭ କୋଟି ଟଙ୍କା ସୁଧ ଫେରସ୍ତ The Rengali reservoir: ଶୁଖିଲା ପଡ଼ିଛି ରେଙ୍ଗାଳି ଜଳଭଣ୍ଡାର: ବିଦ୍ୟୁତ୍‌ ଉତ୍ପାଦନ ଠପ୍‌ ଦୀର୍ଘଦିନ ହେବ କନ୍ଧମାଳ, ବୌଦ୍ଧ, ମାଲକାନଗିରି ଆଦି ଅଞ୍ଚଳରୁ ଶସ୍ତାରେ ଗଞ୍ଜେଇ ଆଣି ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷକରି ସହରଞ୍ଚଳରେ ଗଚ୍ଛିତ ରହୁଥିଲା।

ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଏଜେଣ୍ଟ ନିୟୋଜିତ କରାଯାଇଛି।

ପୁଲିସକୁ ଚକ୍‌ମା‌ ଦେଇ ଅଳ୍ପ ଅଳ୍ପ ଗଞ୍ଜେଇ ଆଣି ପରେ କୁଇଣ୍ଟାଲ କୁଇଣ୍ଟାଲ୍‌ ଗଞ୍ଜେଇ ପ୍ୟାକିଂ କରି ପଶ୍ଚିମବଙ୍ଗ, ବିହାର, ୟୁପି, ଦିଲ୍ଲୀ ମାଫିଆଙ୍କ ନିକଟକୁ ପଠାଉଥିଲେ।

ଏଜେଣ୍ଟଙ୍କୁ ମୋଟାଅଙ୍କ କମିସନ ମିଳୁଥିଲେ।

ଏସ୍‌ଟିଏଫ୍‌ ହାତରେ ଖବର ଲାଗିବା ପରେ ଗ୍ୟାଙ୍ଗ ଉପରେ ନଜର ରଖିଥିଲା।

ତେବେ ଏହି ଗ୍ୟାଙ୍ଗ ଫିରିଙ୍ଗିଆରୁ ପଶ୍ଚିମବଙ୍ଗ ଗ‌ଞ୍ଜେଇ ପଠାଇବା ପାଇଁ ବଡ଼ ଡିଲ୍‌ କରିଥିବା ଏସ୍‌ଟିଏଫ୍‌ ଟିମ୍‌ ଜାଣିବା ପରେ ସେମାନଙ୍କୁ ଧରିବା ପାଇଁ  ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା।

ଗତ ୨୩ ତାରିଖ ଦିନ ୨ଟି ଟିମ୍‌ କଟକ ଜିଲ୍ଲା ଅଠଗଡ଼ କନ୍ଦରପୁର ଅଞ୍ଚଳରେ ଓ ଅନ୍ୟ ଏକ ସ୍ଥାନରେ ଜଗି ରହିଥିଲେ।

ନିଳାମ୍ବର ଆଠଗଡ଼ର ଏକ ଘରକୁ ଯାଉଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ ତାକୁ ପିଛା କରିଥିଲା।

ଏହାପରେ ସେଠାରେ ଚଢ଼ଉ କରି ପାଖାପାଖି ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା।

ଜେରାବେଳେ ଟିମ୍‌ ତାଠାରୁ ଅନେକ୍‌ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତାଇଛି।

ଏହାଫଛରେ ଥିବା ମା‌ଷ୍ଟରମାଇଣ୍ଡକୁ ଗିରଫ କରାଯିବ।

ଏଥିପାଇଁ ନୀଳାମ୍ବରକୁ ୩ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା ଥିବା ଜଣାପଡ଼ିଛି।"