22 AUGUST 2026

Welcome!

Unlock your personalized experience.
Sign Up
block-728

Steel plant: ଇସ୍ପାତ କାରଖାନା ପାଇଁ ବାଟ ଫିଟିଲା: ୧୨ଟି ଗ୍ରାମସଭା ସଫଳ

Aug 22, 2026 - 04:17
Steel plant: ଇସ୍ପାତ କାରଖାନା ପାଇଁ ବାଟ ଫିଟିଲା: ୧୨ଟି ଗ୍ରାମସଭା ସଫଳ

କେନ୍ଦୁଝର(ସୁବ୍ରତ ସ୍ୱାଇଁ): ଯେଉଁ ଅଞ୍ଚଳରେ ଦିନେ ମିତ୍ତଲ କମ୍ପାନିର ଷ୍ଟିଲପ୍ଲାଣ୍ଟ ପ୍ରସ୍ତାବକୁ ଦୃଢ଼ ବିରୋଧ କରାଯାଇଥିଲା, ଗୋଟିଏ ଗ୍ରାମସଭା ମଧ୍ୟ ଆୟୋଜନ କରିବା ସରକାରଙ୍କ ପକ୍ଷରେ ସମ୍ଭବ ହୋଇନଥିଲା, ସେହି ଅଞ୍ଚଳରେ ଏବେ ଏକ ବୃହତ୍ ଇସ୍ପାତ କାରଖାନା ପାଇଁ ସହମତିର ମୋହର ଲାଗିଛି। କେନ୍ଦୁଝରଜିଲ୍ଲା ପାଟଣା ଅଞ୍ଚଳରେ ପ୍ରସ୍ତାବିତ ମେଗା ଇସ୍ପାତ କାରଖାନା ପାଇଁ ୧୨ଟି ରାଜସ୍ୱ ଗ୍ରାମରେ ଗ୍ରାମସଭା ସଫଳତାର ସହ ଶେଷ ହୋଇଛି। ଶିଳ୍ପ ପ୍ରତିଷ୍ଠା ଦିଗରେ ଏକ ବଡ଼ ସଙ୍କଟ ଦୂର ହୋଇଥିବାରୁ ଏହା ମୋହନ ସରକାରଙ୍କ ଶିଳ୍ପନୀତି ପାଇଁ ଏକ ବଡ଼ ରାଜନୈତିକ ଓ ପ୍ରଶାସନିକ ସଫଳତା ବୋଲି କୁହାଯାଉଛି। ୨୦୦୬ ଡିସେମ୍ବର ୨୧ରେ ଆର୍ସେଲର ମିତ୍ତଲ କମ୍ପାନି ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରି କେନ୍ଦୁଝର ଜିଲ୍ଲା ପାଟଣାଠାରେ ବାର୍ଷିକ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଯୋଜନା କରିଥିଲା। ୪୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ସ୍ଥିର ହୋଇଥିଲା। କାରଖାନା ପାଇଁ ୭,୭୫୩ ଏକର ଜମି ଆବଶ୍ୟକ ଥିଲା। ଏଥିରୁ ୪,୯୦୫ ଏକର ଜମି ବ୍ୟକ୍ତିଗତ ମାଲିକାନାରେ ରହିଥିଲା। ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ କାରଣରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ି ପାରିନଥିଲା। ୧୫ଟି ଗ୍ରାମରେ ଗୋଟିଏ ବି ଗ୍ରାମସଭା ଆୟୋଜନ କରିବାରେ ତତ୍କାଳୀନ ସରକାର ସଫଳ ହୋଇ ପାରିନଥିଲେ। ଫଳରେ ପ୍ରକଳ୍ପଟି କେବଳ କାଗଜପତ୍ରରେ ସୀମିତ ରହିଯାଇଥିଲା। ସମୟ ସହିତ ଚିତ୍ର ମଧ୍ୟ ବଦଳି ଯାଇଛି। 

Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’

ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶିଳ୍ପାୟନକୁ ରାଜ୍ୟ ବିକାଶର ପ୍ରମୁଖ ଅସ୍ତ୍ର ଭାବେ ଉପସ୍ଥାପନ କରିଥିଲେ। ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦୁଝରରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନଙ୍କୁ ଆହ୍ୱାନ ଦେବା ସହ ସରକାର ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପାଟଣା ଅଞ୍ଚଳରେ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ଡିସେମ୍ବରରୁ ଆରମ୍ଭ ହୋଇଥିବା ଗ୍ରାମସଭା ପ୍ରକ୍ରିୟା ଗୁରୁବାର ଯମୁନାପଶି ପଞ୍ଚାୟତରେ ଶେଷ ହୋଇଛି। ଇସ୍ପାତ କାରଖାନା ପାଇଁ ୨୪୦୭ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ଏଥିରୁ ୭୧୦ ହେକ୍ଟର ଜଙ୍ଗଲ ଜମି, ୨୩୨ ହେକ୍ଟର ସରକାରୀ ଜମି ଏବଂ ୧୪୬୬ ହେକ୍ଟର ବ୍ୟକ୍ତିଗତ ଜମି ରହିଛି। ବ୍ୟକ୍ତିଗତ ଜମି ୧୨ଟି ରାଜସ୍ୱ ଗ୍ରାମ ଅଧୀନରେ ଥିବାରୁ ସେଠାରେ ଗ୍ରାମସଭା କରିବାର ଆବଶ୍ୟକତା ଥିଲା। ଚେମଣା ପଞ୍ଚାୟତରେ ୮ଟି, ଯମୁନାପଶି ପଞ୍ଚାୟତରେ ୪ଟି ଗ୍ରାମସଭା ଅନୁଷ୍ଠିତ ହୋଇଛି। ସମସ୍ତ ଗ୍ରାମସଭାରେ ପ୍ରକଳ୍ପ ସପକ୍ଷରେ ମତପ୍ରକାଶ ପାଇଥିବାରୁ ଏହା ଶିଳ୍ପ ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ସରକାରୀ ଜମି ଲିଜ୍ ପ୍ରଦାନ ସମ୍ପର୍କିତ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜଙ୍ଗଲ ଜମି ହସ୍ତାନ୍ତର ସମ୍ପର୍କିତ ଆଇନଗତ ଅନୁମୋଦନ ପ୍ରକ୍ରିୟା ଜାରି ରହିଛି। ଅନୁମୋଦନ ମିଳିଲେ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ବାଟ ସୁଗମ ହେବ। ପୂର୍ବରୁ ଓଡ଼ିଶାରେ ପୋସ୍କୋ ଭଳି ବୃହତ୍ ବିଦେଶୀ ପୁଞ୍ଜିନିବେଶ ପ୍ରକଳ୍ପ ଜମି ଅଧିଗ୍ରହଣ ଏବଂ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ବିଫଳ ହୋଇଥିଲା। ଯଦିଓ ଗ୍ରାମସଭାବେଳେ କେବେ କେବେ ବି‌‌ରୋଧ ଓ କାଁଭାଁ ପ୍ରତିବାଦ ‌ହୋଇଥିଲା, ମାତ୍ର ଗ୍ରାମସଭାର ସହମତି ଶିଳ୍ପ ପ୍ରତିଷ୍ଠା ପଥକୁ ସୁଗମ କରିଛି। ଏହି ସଫଳତା ଆଗାମୀ ଦିନରେ କେନ୍ଦୁଝରକୁ ରାଜ୍ୟର ଏକ ପ୍ରମୁଖ ଷ୍ଟିଲ ହବ୍ ଭାବେ ଗଢ଼ି ତୋଳିବାରେ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି।

Neglect: ଦେଢ଼ ଶହ କୋଟିରେ ନିର୍ମିତ ୨ଟି ଲିଫ୍ଟ ଅଚଳ; ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହନ୍ତସନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)