State Film Awards Declared: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ୨୦୨୩ ପାଇଁ 'ପୁଷ୍କରା' ଶ୍ରେଷ୍ଠ ଚଳଚ୍ଚିତ୍ର

Jun 25, 2026 - 18:19
State Film Awards Declared: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ୨୦୨୩ ପାଇଁ 'ପୁଷ୍କରା' ଶ୍ରେଷ୍ଠ ଚଳଚ୍ଚିତ୍ର

୨୦୨୩ ଓ ୨୦୨୪ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସ୍ ୱାଇଫ୍' ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତରଙ୍ଗ ପ୍ରାଯୋଜିତ 'ପୁଷ୍କରା' ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର ମିଳିଛି। 'ପୁଷ୍କରା'ର ଅଭିନେତ୍ରୀ ସୁପ୍ରିୟା ୨୦୨୩ର ଶ୍ରେଷ୍ଠ ଅଭିନେତ୍ରୀ  ହୋଇଛନ୍ତି ।

ମାଇଁ ସୁଇଟ୍ ହାଉସ୍  ୱାଇଫ୍ ପାଇଁ ନୈନା ଦାସ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଓ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା ହୋଇଛନ୍ତି । ମୋ ବୋଉ ମୋ ଗାଁକୁ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ମିଳିଛି । ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇଁ ଗୋଷଣା କରାଯାଇଛି ।

୨୦୨୪ ପାଇଁ 'ଆଶ୍ରମ' ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଥିବା ବେଳେ 'ପାବାର' ଚଳଚ୍ଚିତ୍ର ପାଇଁ ବାବୁସାନ୍  ଶ୍ରେଷ୍ଠ ଅଭିନେତା ହୋଇଛନ୍ତି । ଏହି ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । 

୨୦୨୩ ଓ ୨୦୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
୨୦୨୩ ପାଇଁ 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସ୍ ୱାଇଫ୍' ଶ୍ରେଷ୍ଠ ଚଳଚ୍ଚିତ୍ର
ତରଙ୍ଗ ପ୍ରଯୋଜିତ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର
'ପୁଷ୍କରା'ର ଅଭିନେତ୍ରୀ ସୁପ୍ରିୟାଙ୍କୁ ୨୦୨୩ର ଶ୍ରେଷ୍ଠ ଅଭିନେତ୍ରୀ
ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା
ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
୨୦୨୪ ପାଇଁ 'ଆଶ୍ରମ' ଶ୍ରେଷ୍ଠ ଚଳଚ୍ଚିତ୍ର