Srigundicha: ଶ୍ରୀଗୁଣ୍ଡିଚା‌ କାନ୍ଥ କହିବ ଶ୍ରୀଜଗନ୍ନାଥଙ୍କ କଥା: ଲାଇଟ୍-ସାଉଣ୍ଡ୍‌ରେ ଲୋକେ ଶୁଣିବେ ଲୀଳା

Aug 11, 2026 - 06:50
Srigundicha: ଶ୍ରୀଗୁଣ୍ଡିଚା‌ କାନ୍ଥ କହିବ ଶ୍ରୀଜଗନ୍ନାଥଙ୍କ କଥା: ଲାଇଟ୍-ସାଉଣ୍ଡ୍‌ରେ ଲୋକେ ଶୁଣିବେ ଲୀଳା

"ଶିବ ପ୍ରସାଦ ଦାସ ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର କାନ୍ଥ କହିବ ଶ୍ରୀଜଗନ୍ନାଥଙ୍କ କଥା।

କାନ୍ଥରେ ଲେଖା ହେବ ଶ୍ରୀକ୍ଷେତ୍ରର ଗୌରବର କଥା।

ଶ୍ରୀଗୁଣ୍ଡିଚା ମନ୍ଦିରରେ ଏବେ ଏହି ନୂଆ ଅଧ୍ୟାୟ ଯୋଡ଼ା ହେବାକୁ ଯାଉଛି।

ଜୀବନ୍ତ ହେବ ଇତିହାସ, ଉଦ୍‌ଜୀବିତ ହେବ ଶ୍ରୀଜଗନ୍ନାଥ ସଂସ୍କୃତି।

ପାରମ୍ପରିକ ଶୈଳୀରେ ଗୁଣ୍ଡିଚା ମନ୍ଦିରର କାନ୍ଥରେ ଅଙ୍କିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରାର ରାସ ମଣ୍ଡପ କାହାଣୀ।

କାହିଁକି ବର୍ଷକୁ ଥରେ ମହାପ୍ରଭୁ ଏଠାକୁ ଆସନ୍ତି?

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ତପସ୍ୟା ଓ ରାଣୀ ଗୁଣ୍ଡିଚାଙ୍କ ମାତୃସ୍ନେହର ତ୍ୟାଗ କ"ଣ?

ଏହି ଯାତ୍ରା ପଛର ସମସ୍ତ ଅଜଣା ତଥ୍ୟ ଏବେ ଭକ୍ତମାନେ କାନ୍ଥରେ ପାଇବେ।

କେବଳ ଚିତ୍ର ନୁହେଁ, ବରଂ ମନ୍ଦିର ପରିସର ମଧ୍ୟ ନୂଆ ରୂପ ପାଇଛି।

ବାହ୍ୟ ପାର୍ଶ୍ୱରୁ ଆରମ୍ଭ କରି ଭିତର ପାର୍ଶ୍ୱ, ଗର୍ଭଗୃହ ଏବଂ ଜଗମୋହନ ପର୍ଯ୍ୟନ୍ତ ବ୍ୟାପକ ନବୀକରଣ କାର୍ଯ୍ୟ ହୋଇଛି।

ପ୍ରଚାର ପ୍ରସାର କମିଟିର ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯାଇଥିବା ସୂଚନା ମିଳିଛି।Advertisment Public grievance hearing: ରାଇରଙ୍ଗପୁରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର; ୪ଟି ମାମଲାର ତତ୍କାଳ ସମାଧାନ ଲାଇଟ୍-ସାଉଣ୍ଡ୍‌ରେ ଲୋକେ ଶୁଣିବେ ଲୀଳାସବୁଠାରୁ ବଡ ଆକର୍ଷଣ ହେଉଛି ଆଗାମୀ ଦିନରେ ଅତ୍ୟାଧୁନିକ ଲାଇଟ୍ ଓ ସାଉଣ୍ଡ ମାଧ୍ୟମରେ ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଲୀଳା ଓ କଥାବସ୍ତୁ ଶୁଣାଯିବ।

ଅର୍ଥାତ ଗୁଣ୍ଡିଚା ମନ୍ଦିର ଆଉ କେବଳ ଏକ ଦର୍ଶନସ୍ଥଳୀ ରହିବ ନାହିଁ, ଏହା ପାଲଟିବ ଓଡ଼ିଶାର ଧର୍ମ ଓ ସଂସ୍କୃତିର ଏକ ଜୀବନ୍ତ ସଂଗ୍ରହାଳୟ।

ପୂର୍ବରୁ ଲୋକମାନେ ଟିକଟ କାଟି ଭିତରକୁ ଯାଉଥିଲେ।

ହେଲେ କିଛି ଦେଖିବାକୁ ପାଉ ନଥିଲେ।

ଏବେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

ମନ୍ଦିର ଗେଟ୍‌ ବନ୍ଦ, ନିରାଶ ଭକ୍ତରଥଯାତ୍ରା ସରିବା ପରେ ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ଘୋଷଣା କରାଯାଇଥିଲା।

ହେଲେ ଏଯାଏଁ ଖୋଲା ହୋଇନାହିଁ।

ଦୂରଦୂରାନ୍ତରୁ ଆସୁଥିବା ଶତାଧିକ ଭକ୍ତ ପ୍ରତିଦିନ ବନ୍ଦ ମନ୍ଦିର ଗେଟ୍ ଆଗରୁ ନିରାଶ ହୋଇ ଫେରୁଛନ୍ତି।

ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିଲା ଯେ, ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ପ୍ରତିଦିନ ଦର୍ଶନ ପାଇଁ ଖୋଲାଯିବ।

ଶ୍ରଦ୍ଧାଳୁମାନେ ମଧ୍ୟ ସେହି ଆଶାରେ ଥିଲେ।

କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଅସନ୍ତୋଷ ବଢ଼ିଛି।

୧୦ ଟଙ୍କାର ଟିକେଟ୍‌ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ୧୦ ଟଙ୍କା ଟିକେଟ୍ ଧାର୍ଯ୍ୟ କରାଯାଇଛି।

ତେବେ ଏହି ୧୦ ଟଙ୍କାରେ ଭକ୍ତମାନେ କ"ଣ ଦେଖିବାକୁ ପାଇବେ ସେ ନେଇ ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି।

ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ମନ୍ଦିରକୁ ସାଧାରଣ ଦର୍ଶନ ପାଇଁ ଖୋଲାଯିବ ବୋଲି ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା ସୂଚନା ଦେଇଛନ୍ତି।

ତେବେ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନଥିବାରୁ ମହାପ୍ରଭୁଙ୍କ ଜନ୍ମବେଦି ଦର୍ଶନ ପାଇଁ ଆସୁଥିବା ଶତାଧିକ ଭକ୍ତ ପ୍ରତିଦିନ ନିରାଶ ହୋଇ ଫେରୁଛନ୍ତି।

Smart Bazaar: ସ୍ମାର୍ଟ ବଜାରର "ଫୁଲ୍‌ ପୈସା ବସୁଲ୍‌ ସେଲ୍‌" ସୌନ୍ଦର୍ଯ୍ୟୀକରଣ ନାଁରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ସୌନ୍ଦର୍ଯ୍ୟୀକରଣ ଓ ବିକାଶ କାର୍ଯ୍ୟ ଚାଲିଥିବା ଦର୍ଶାଇ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଉନାହିଁ।

ତେବେ ଏହି କାମ କେବେ ସରିବ?

କେବେ ମନ୍ଦିର ଖୋଲିବ?

ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ।

ବହୁଦିନ ଧରି ମନ୍ଦିର ବନ୍ଦ ରହିବା ଯୋଗୁଁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।

ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତମାନେ କହୁଛନ୍ତି, ଆମେ ମହାପ୍ରଭୁଙ୍କ ଜନ୍ମସ୍ଥାନ ଦର୍ଶନ କରିବାକୁ ଆସୁଛୁ।

କିନ୍ତୁ ତାଲା ପଡ଼ିଥିବା ଗେଟ୍ ଦେଖି ଫେରିଯାଉଛୁ।

ଆଉ ଜଣେ ଭକ୍ତ କହିଛନ୍ତି, ପ୍ରଶାସନ ଯଦି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା ତେବେ ତାକୁ ରକ୍ଷା କରୁ।

ଗତବର୍ଷ ଡିସେମ୍ବର ମାସରେ ଏହାକୁ ଖୋଲିବେ ବୋଲି ଘୋଷଣା କରିଥିଲେ।

ହେଲେ ମରାମତି ନାଁରେ ହଠାତ୍‌ ନିଷ୍ପତ୍ତି ବାତିଲ କରିଦେଲେ।

ସେବେଠାରୁ ଏହା ବନ୍ଦ ରହିଛି।

ଯଥାଶୀଘ୍ର କାମ ସରି ମନ୍ଦିର ଖୋଲାଯାଉ।

ଶ୍ରୀକ୍ଷେତ୍ରର ଅନ୍ୟତମ ପବିତ୍ର ସ୍ଥାନ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର।

ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଜନ୍ମବେଦି ଭାବେ ମାନ୍ୟତା ଦିଆଯାଏ।

ରଥଯାତ୍ରା ସମୟରେ ତିନି ରଥ ଏଠାରେ ୭ ଦିନ ରୁହନ୍ତି।

ତେଣୁ ସାରା ବର୍ଷ ଏହି ମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଆଗ୍ରହ ରହିଥାଏ।

ବର୍ତ୍ତମାନ ମନ୍ଦିର ବନ୍ଦ ଥିବାରୁ ପର୍ଯ୍ୟଟନ ଓ ଧାର୍ମିକ ଦିଗରୁ ମଧ୍ୟ ପୁରୀ କ୍ଷତି ସହୁଛି ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।

ଭକ୍ତ ଓ ସେବାୟତମାନେ ଦାବି କରିଛନ୍ତି ଯେ ପ୍ରଶାସନ ତୁରନ୍ତ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଶେଷ କରି ଗୁଣ୍ଡିଚା ମନ୍ଦିରକୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଦେଉ।

ନଚେତ ଆଗାମୀ ଦିନରେ ଆନ୍ଦୋଳନର ରୂପ ନେଇପାରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media