Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ
"ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲାକୁ ସାମାଜିକ, ଆର୍ଥନୈତିକ ବିକାଶରେ ସାମିଲ କରି ନୂଆ ଦିଗରେ ପହାଂଚାଇବା ପାଇଁ ପ୍ରଶାସନିକ ଭାବେ ନୂଆ ଯୋଜନା ପ୍ରସ୍ତୁତି ହୋଇଛି।
ଜିଲ୍ଲାର ୧୦ବ୍ଲକରେ ଜୀବିକା, ପର୍ଯ୍ୟଟନ, କୃଷି, ଜଳସେଚନ, ଅନୁସଙ୍ଗିକ ଭିତ୍ତିଭୂମି, ଗମନାଗମନ, ରାସ୍ତା, ରେଳ ଓ ବିମାନ, ଦକ୍ଷତାବିକାଶ ଓ ସାମଜିକ ସୁରକ୍ଷା ଆଦି ୬ଟି ଦିଗରେ ୨୫ଟି ପ୍ରକଳ୍ପରେ ୧୪୭୧କୋଟି ଟଙ୍କାର ଖର୍ଚ୍ଚ କରି ବିକାଶ କରିବା ନୂଆ ରଣନିତୀ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ।
Advertisment ଜିଲ୍ଲାର ୧୦ଟି ବ୍ଲକରେ ବସବାସ କରୁଥିବା ଯୁବକ ଓ ଯୁବତୀ ଆଦିଙ୍କୁ ନେଇ ଜୀବନଜୀବିକା ପାଇଁ ୨ଟି କ୍ଷେତ୍ରକୁ ଚୟନ କରି ୩୫କୋଟିର ବ୍ୟୟ ବରାଦ କରାଯାଇଛି।
ଜିଲ୍ଲାର ୧୦ଟି ବ୍ଲକରେ ଥିବା ତାଲିମ ପ୍ରାପ୍ତ ଟାଇଲର ଯୁବକ ଓ ଯୁବତୀ, ମହିଳା ଓ ପୁରୁଷଙ୍କୁ ନେଇ ପୋଷାକ ତିଆରି ୟୁନିଟ୍ ୧୦ଟି ବ୍ଲକରେ ୧.୫କୋଟି ଲେଖାଏଁ ବ୍ୟୟରେ ସ୍ଥାପନ କରାଯିବାର ଯୋଜନା ରହିଛି।
ଏହା ବାଦେ ମକା ବେଶି ପରିମାଣର ଉତ୍ପାଦନ ହେଉଥିବାରୁ ମକା ମଂଜିରୁ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ୨୦କୋଟିରେ ସ୍ଥାପନ କରି ଏଥିରୁ କର୍ଣ୍ଣପ୍ଲୋର, କର୍ଣ୍ଣଫ୍ଲେକ୍ସ, ପଫ୍, କୁରକୁରେ ଭଳି ଖାଦ୍ୟ ପ୍ରସ୍ତୁତି କରି ବଜାର ମକାର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରକଳ୍ପ କରିବା ଲକ୍ଷ୍ୟ ରହିଛି।
ସେଭଳି ପର୍ଯ୍ୟଟନ କ୍ଷେତ୍ରର ୬ଟି ସ୍ଥାନର ବିକାଶ କରିବା ପାଇଁ ୫୩.୨୩କୋଟିର ବ୍ୟୟ ବରାଦ କରାଯାଇଛି।
ଏଥିରେ ନନ୍ଦାହାଣ୍ଡି ବ୍ଲକର ସାଗରମୁଣ୍ଡାକୁ ୧୫କୋଟି ଓ ବୁଢ଼ାରାଜା ମନ୍ଦିରକୁ ୧୦କୋଟି, ଚନ୍ଦାହାଣ୍ଡି ବ୍ଲକର ଭୈରାଗୁମର ଜଳଭଣ୍ଡାରକୁ ୨କୋଟି, ଇନ୍ଦ୍ରାବତୀ ନଦୀରେ ବୋଟିଂ ପାଇଁ କୋଟିଏ, ତେନ୍ତୁଳିଖୁଣ୍ଟିବ୍ଲକର ଡଙ୍ଗାଝରଣରେ ଇକୋ ପାର୍କ ପାଇଁ ୨୦.୨୩କୋଟି, ଉମରକୋଟରେ ଜଳ ପାର୍କ ପାଇଁ ୫କୋଟି ରଖାଯାଇଛି।
Life: ସଂକଟରେ ଜୀବନଜୀବିକା: ଟିକିରା ଓ ବ୍ରାହ୍ମଣୀ ପାଣି ପ୍ରଦୂଷିତ କୃଷି ଓ ଜଳସେଚନର ବିକାଷରେ ୨୮୯.୮୦କୋଟିର ବ୍ୟୟ ବରାଦ ରହିଛି।
ଏଥିରେ ତେଲନଦୀ ଠାରୁ ଭାସ୍କେଲ ନଦୀ ସଂଯୋଗୀକରଣ ପାଇଁ ୨୫୦କୋଟି, ଆଡିବନ୍ଦ ପାଇଁ ୨କୋଟି, ମୃତ୍ତିକା ପରୀକ୍ଷା ପାଇଁ୩୭.୮୦କୋଟି ରହିଛି।
ତେଲନଦୀ-ଭାସ୍କେଲର ସଂଯୋଗୀ କରଣ ହେଲେ ୫୦ହଜାର ଏକର ଜମିରେ ଚାଷୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ।
୧୨ଟି ଭିତ୍ତିଭୂମି ସୁଧାର ଓ ସଂଯୋଗୀକରଣ ପ୍ରକଳ୍ପ ପାଇଁ ୧୦୬୦କୋଟିର ଯୋଜନା କରାଯାଇଛି।
୧୨କୋଟି ବ୍ୟୟରେ ନବରଙ୍ଗପୁରରେ ୨୦୦ସିଟ୍ ବିଶିଷ୍ଟ ଅଡିଟୋରିୟମ୍ ଓ କନଫେରନ୍ସ ହଲ୍, ୪କୋଟିରେ ତେନ୍ତୁଳି ପ୍ରକ୍ରିୟାକରଣ କଳ, ୨୦କୋଟିର ମକା ପ୍ରକ୍ରିୟାକରଣ ୟୁନିଟ, ଉମରକୋଟରେ ୧୦କୋଟିର ସ୍ପେର୍ଟସ୍ କମ୍ପ୍ଲେକ୍ସ, ୧୦କୋଟିର ଶୀତଳଭଣ୍ଡାର ସହ ଇଣ୍ଡରଷ୍ଟାଡିୟମର ପୁନଃରୁଦ୍ଧାର, ଗ୍ରାମାଂଚଳର ରାସ୍ତା ପ୍ରଶସ୍ତିକରଣ ରହିଛି।
ଏହା ସହ ପାପାଡାହାଣ୍ଡିରୁ ରାଇଘର ଯାଏଁ ନୂଆ ରେଳଲାଇନ କରାଯିବାକୁ ବି ଯୋଜନା ରହିଛି।
୨୫୦କୋଟି ଟଙ୍କା ବ୍ୟୟରେ ଉମରକୋଟରେ ଏୟାରଷ୍ଟ୍ରିପ୍ ନିର୍ମାଣ ସହ ବହୁପ୍ରତିକ୍ଷୀତ ଇନ୍ଦ୍ରାବତୀ ଜଳଭଣ୍ଡାରରେ କେନ୍ଦୁଗୁଡା ଠାରେ ୨୪୪କୋଟିର ଉଚ୍ଚସ୍ତରୀୟ ବ୍ରିଜ୍ ନିର୍ମାଣ ବି ଯୋଜନା ରହିଛି।
ଏହା ବାଦେ ୩.୭୦କୋଟିରେ ଗୋଟିଏ ସାମାଜିକ ସୁରକ୍ଷା ପ୍ରକଳ୍ପ, ସହ ୩୦କୋଟି ଟଙ୍କାବ୍ୟୟରେ ଗ୍ରାମାଂଚଳରୁ ଉତ୍ପାଦନ ହେଉଥିବା ସାମାଗ୍ରୀର ବିକ୍ରିବଟା ପାଇଁ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିକ ଆଦି ଦେବା ପାଇଁ ୩୦କୋଟିରେ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରାଯିବାର ଲକ୍ଷ୍ୟ ରହିଛି।
ତେବେ ଏହି ମହାତ୍ବାକାଂକ୍ଷୀ ଯୋଜନା ଗୁଡିକର ସଫଳ ରୁପାୟନ ହୋଇପାରିଲେ କୃଷିପ୍ରଧାନ ନବରଙ୍ଗପୁର ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ସବୁ କ୍ଷେତ୍ର ନିଶ୍ଚିତ ରୁପେ ପ୍ରମୁଖତା ଲାଭ କରିବ ବୋଲି କହିଛନ୍ତି ଜିଲ୍ଲାପାଳ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।